ନୂଆ ରାଶନ କାର୍ଡ ପାଇଁ ହଇରାଣ ହେବେ ନାହିଁ, ଅନଲାଇନରେ କରିହେବ ସହଜରେ, କେବଳ ଏହି ଡକ୍ୟୁମେଣ୍ଟର ପଡିବ ଦରକାର

ଯଦି ଆପଣ ନୂଆ ରାଶନ କାର୍ଡ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଖରେ ଥିବା ରାଶନ ଡିଲର ସହିତ ଆପଣ ସମ୍ପର୍କ କରି ପାରନ୍ତି । ଏହିପାଇଁ ଆପଣଙ୍କୁ କୌଣସି ପୁର୍ତି ବିଭାଗ ପାଖକୁ ଯିବା ପାଇଁ ପଡିବ ନାହିଁ । ରାଶନ ଡିଲର ଆପଣଙ୍କର ଡକୁମେଣ୍ଟ ବିଭାଗ ପାଖକୁ ପଠାଇବେ । ବିଭାଗ ସେଠାରେ ସବୁ ପ୍ରକ୍ରିୟାକୁ ଅନଲାଇନ ଦ୍ଵାରା ପୂରଣ କରି ରାଶନ କାର୍ଡ ତିଆରି କରିବେ । ଜିଲ୍ଲା ପୁର୍ତି ବିଭାଗ ସାମାଜିକ ଦୂରତାକୁ ପାଳନ କରିବା ପାଇଁ ଏପରି ବ୍ୟବସ୍ତା କରିଛନ୍ତି ।

ଗତ କିଛି ଦିନ ଧରି କରୋନା ଭାଇରସ ପାଇଁ ସାରା ଦେଶ ସ୍ତବ୍ଦ ହୋଇ ଯାଇଛି । ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ସବୁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ବର୍ତ୍ତମାନ ଲକଡାଉନ ର ତୃତୀୟ ପର୍ଯ୍ୟାୟ ଚାଲିଛି । ଲକଡାଉନ କରିବାର ମୁଖ୍ୟ କାରଣ ହେଉଛି ସାମାଜିକ ଦୂରତା । ବର୍ତ୍ତମାନ ଲକଡାଉନ କୁ ଟିକେ କୋହଳ କରିବା ସହିତ କମ କର୍ମଚାରୀ ମାନଙ୍କୁ ନେଇ ସବୁ ସରକାରୀ କାର୍ଯ୍ୟଳୟ ଏବଂ ଦୋକାନ ମଧ୍ୟ ଖୋଲା ଯାଉଛି ।

ସରକାରୀ କାର୍ଯ୍ୟଳୟ ଖୋଲିବା ପରେ ସବୁ କାମ ଆରମ୍ଭ ହୋଇଯାଇ ଥିବା ସମୟରେ ଜିଲ୍ଲା ପୁର୍ତି କାର୍ଯ୍ୟଳୟରେ ନୂଆ ରାଶନ କାର୍ଡ ତିଆରି କରିବାର କାମ ମଧ୍ୟ ଆରମ୍ଭ ହୋଇ ଯାଇଛି । ସାଧାରଣ ଲୋକ ମାନଙ୍କର ସମସ୍ୟାକୁ ଦେଖି ରାଶନ କାର୍ଡ ଆବେଦନ କରିବା ପାଇଁ ନୂଆ ବ୍ୟବସ୍ତା କରାଯାଇଛି ।

ଜିଲ୍ଲାପୁର୍ତି ଅଧିକାରୀ ଜସବନ୍ତ ସିଂହ କଣ୍ଡାରୀ କହିଛନ୍ତି କି ନୂଆ ରାଶନ କାର୍ଡ କରିବା ଏବଂ ଅପଡେଟ କରିବାର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ଏଥିପାଇଁ ରାଶନ ଡିଲର ମାନଙ୍କୁ ଏହାର ଫର୍ମ ମଧ୍ୟ ଦିଆଯାଇଛି । ଯେଉଁ ଲୋକ ନିଜର ନୂଆ ରାଶନ କାର୍ଡ ତିଆରି କରିବା ପାଇଁ ଚାହୁଁଛନ୍ତି ସେମାନେ ରାଶନ ଡିଲର ଙ୍କ ପାଖରେ ନିଜର ସବୁ ଜରୁରୀ କାଗଜପତ୍ର ଦାଖଲ କରନ୍ତୁ । ସେଠାରେ ଆଧାର କାର୍ଡର ଭେରିଫିକେସନ ମଧ୍ୟ ହୋଇ ପାରିବ । ରାଶନ ଡିଲର ସେହି ଫର୍ମକୁ କାର୍ଯ୍ୟଳୟରେ ଜମା କରିବେ ଏବଂ ଅନଲାଇନ ପ୍ରକ୍ରିୟା ପୁରା ହେବା ପରେ ରାଶନ କାର୍ଡ ତିଆରି ହୋଇଯିବ ।

ରାଶନ କାର୍ଡ କରିବା ପାଇଁ ଡକୁମେଣ୍ଟ୍ସ

ଆଧାର କାର୍ଡ, ବ୍ୟାଙ୍କ ପାସବୁକର କପି, ପରିବାର ମୁଖିଆ ଙ୍କର ଦୁଇଟି ଫୋଟୋ ଏବଂ ଇଲେକ୍ଟ୍ରିକ ବିଲ ।

ଟ୍ରାନ୍ସଫର ପ୍ରକ୍ରିୟା ନାହିଁ

ପୁର୍ତି ବିଭାଗ ରାଶନ କାର୍ଡ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି କିନ୍ତୁ ବର୍ତ୍ତମାନ ରାଶନ କାର୍ଡ ଟ୍ରାନ୍ସଫର କରାଯାଉ ନାହିଁ । ଲକଡାଉନ ପାଇଁ ସବୁ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ଥିବାରୁ ରାଶନ କାର୍ଡ ଟ୍ରାନ୍ସଫର ମଧ୍ୟ କରାଯାଉ ନାହିଁ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।