ଦୁନିଆର ସବୁଠାରୁ ଖତରନାକ ୫ ଟି ବ୍ରିଜ, ଯେଉଣ୍ଠିକୁ ଆପଣ ଯିବାକୁ ଡରିବେ, ଦେଖନ୍ତୁ

ପ୍ରକୃତି ଦୁନିଆରେ କିଛି ଏମିତି ଜିନିଷ ତିଆରି କରିଛି ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉ ସେଇଠି ମଣିଷ ମଧ୍ୟ କିଛି ଏମିତି ଜିନିଷର ନିର୍ମାଣ କରିଛି ଯାହା ଇଂଜିନିୟରିଂର ଶାନଦାର ନମୁନା ଅଟେ । ଏହି ଷ୍ଟ୍ରକ୍ଚର ଏମିତି ଶାନଦାର ଉପାୟରେ ତିଆରି ହୋଇଛି ଯାହା କୌଣସି ଅଯୁବା ଠାରୁ କମ ନୁହେଁ ।

ତେବେ ଆଜି ଚାଲନ୍ତୁ ଜାଣିବା ଦୁନିଆର ୫ ଟି ସବୁଠୁ ଭୟାନକ ବ୍ରିଜ ବିଷୟରେ ଯେଉଁଠାକୁ ଯିବା ପରେ କେହି ବି ଫେରି ଆସିବାକୁ ଚାହିଁବ ନାହିଁ । ଏହି ବ୍ରିଜ ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟାନକ ମଧ୍ୟ ।

୧. ରିଭର ବ୍ରିଜ

ସାଇବେରିଆରେ ତିଆରି ହୋଇଥିବା ଏହି ବ୍ରିଜ ବହୁତ ଭୟାନକ ଅଟେ । ଏହାକୁ ଏଥିପାଇଁ ଭୟାନକ କୁହାଯାଇଥାଏ କାରଣ ଏହି ବ୍ରିଜରେ ଗୋଟିଏ ସମୟରେ କେବଳ ଗୋଟିଏ ଗାଡି ହିଁ ଯାଇ ପାରିବ । ଯେଉଁ କାରଣରୁ ଏହି ବ୍ରିଜରୁ ଗଳିପଡିବା ଡର ସବୁବେଳେ ଲାଗି ରହିଥାଏ ।

୨. ହ୍ୟାଙ୍ଗିଙ୍ଗ ବ୍ରିଜ

ପାକିସ୍ଥାନରେ ଥିବା ଏହି ବ୍ରିଜ ସବୁଠୁ ଅଧିକ ଭୟାନକ ବୋଲି କୁହାଯାଏ । ୨୦୧୧ ରେ ଆସିଥିବା ବନ୍ୟା କାରଣରୁ ଏହି ବ୍ରିଜରେ ଲାଗିଥିବା ଦଉଡି ଓ କାଠ ପୂର୍ଣ୍ଣତଃ କ୍ଷତିଗ୍ରସ୍ତ ହୋଇ ଯାଇଛି । ଏହା ପରେ ବି ଲୋକ ନିଜ ଡରର ସାମ୍ନା କରିବାକୁ ଏହି ବ୍ରିଜରେ ଯାଇଥାନ୍ତି ।

୩. ଗ୍ଳାସ ବ୍ରିଜ

ଚାଇନାରେ ଥିବା ଏହି ବ୍ରିଜ ଆପଣଙ୍କୁ ଏକ ସୁନ୍ଦର ଦୁନିଆର ଅନୁଭବ କରାଇବ । ଏହି ବ୍ରିଜରେ ଠିଆ ହୋଇ ଆପଣ ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରି ପାରିବେ । କାଚରେ ତିଆରି ହୋଇଥିବା ଏହି ବ୍ରିଜ ୨୦୦ ମିଟର ଲମ୍ବା ଅଟେ । ଏହି ବ୍ରିଜରେ ଚାଲିବାକୁ ବହୁତ ଲୋକ ଭୟ କରିଥାନ୍ତି । ଏହି ବ୍ରିଜ ମଣିଷ ଦ୍ଵାରା ତିଆରି ହୋଇଥିବା ଶାନଦାର ଉପାୟର ଉଦାହରଣ ଅଟେ ।

ଗ୍ଳାସରେ ତିଆରି ହୋଇଥିବା ଏହି ବ୍ରିଜ କୌଣସି ଅଯୁବାରୁ କମ ନୁହେଁ । ଗ୍ଳାସକୁ ଦେଖି ଆପଣଙ୍କୁ ବି ଡର ଲାଗୁଥିବ । କିନ୍ତୁ ଆପଣଙ୍କୁ କହି ଦେଉଛୁ କି ଏହାକୁ ବହୁତ ମଝବୁତି ସହିତ ତିଆରି କରାଯାଇଛି । ଏହାର ମଝବୁତିକୁ ପରୀକ୍ଷା କରିବା ପାଇଁ ୨୦ ରୁ ଅଧିକ ଲୋକ ତା ଉପରେ ହାତୁଡିରେ ପ୍ରହାର କରିଥିଲେ ଓ ଏହା ଉପରେ ଭାରି ଟ୍ରକକୁ ବି ଚଲାଯାଇଥିଲା ତଥାପି ଏହି ବ୍ରିଜ କୁ କିଛି ହୋଇ ନଥିଲା ।

୪. ଟ୍ରିଫ୍ଟ ବ୍ରିଜ

ଏହା ଦୁନିଆର ସବୁଠାରୁ ଲମ୍ବା ପାରଦର୍ଶୀ ବ୍ରିଜ ଅଟେ । ଏହା ୧୧୭ ମିଟର ଲମ୍ବା ଅଟେ । ସୁଇଜରଲ୍ୟାଣ୍ଡରେ ତିଆରି ହୋଇଥିବା ଏହି ବ୍ରିଜ କୁ ଦୁନିଆର ସବୁଠାରୁ କ୍ଷତରନାକ ବ୍ରିଜ ମଧ୍ୟରେ ଗଣା ଯାଇଥାଏ କାରଣ ଏହା ଏକ ବିଶାଳକାୟ ଘାଇ ଉପରେ ତିଆରି ହୋଇଛି । ଏହି ବ୍ରିଜକୁ ଦେଖିବା ପାଇଁ ବହୁତ ଦୂରରୁ ପର୍ଯ୍ୟଟକ ଆସିଥାନ୍ତି ।

୫. ଗ୍ଳାସ ଭିଉ ପଏଣ୍ଟ

ଏହି ବ୍ରିଜକୁ ଜଙ୍ଗଲର ସୁନ୍ଦରତାକୁ ଅନୁଭବ କରାଇବା ପାଇଁ ତିଆରି କରାଯାଇଛି । ଏହି ବ୍ରିଜର ବିଶେଷତ୍ଵ ଏହା ଅଟେ କି ଏହା ଶୂନ୍ୟରେ ଝୁଲୁଅଛି ଯାହା ଆପଣଙ୍କ ରୋମାଞ୍ଚକ କୁ ଦୁଇ ଗୁଣ କରିଥାଏ । ପ୍ରତି ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି । ଗ୍ଳାସରେ ତିଆରି ହୋଇଥିବା ଏହି ବ୍ରିଜ ବହୁତ ଶାନଦାର ଅଟେ । ବହୁତ ଲୋକ ଏହା ଉପରେ ଚାଲିବାକୁ ଡ଼ରିଥାନ୍ତି । ଏହା ଦୁନିଆର ସବୁଠାରୁ ସୁନ୍ଦର ବ୍ରିଜ ମଧ୍ୟରୁ ଗୋଟିଏ ଅଟେ ଓ ଏହା ୪୪ ଫୁଟ ଏରିଆ ରେ ବ୍ୟାପିଅଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।