ଦୁନିଆ ଛାଡିବା ପୂର୍ବରୁ ଏହି ୨ଟି କାମ କରିବା ପାଇଁ ଚାହୁଁଥିଲେ କାଦର ଖାନ, କିନ୍ତୁ ଅଧୁରା ରହି ଗଲା ତାଙ୍କର ଦୁଇଟି ଯାକ ଇଛା

୩୧ ଡିସେମ୍ବରର ସନ୍ଧ୍ୟାରେ ପାଖାପାଖି ୬ ଟା ସମୟରେ କାଦର ଖାନଙ୍କର ନିଧନ ହୋଇଥିଲା । କାଦର ଖାନ ବଲୀଉଡର ଭିନ୍ନ ଭିନ୍ନ ରୂପରେ ଅଭିନୟ କରିଛନ୍ତି ଏବଂ ସେ ଦର୍ଶକ ମାନଙ୍କୁ ନିଜର ଅଭିନୟ ଦ୍ଵାରା ବହୁତ ହସାଇ ଛନ୍ତି ଏବଂ କିଛି ଅଭିନୟ ଦେଖି ଲୋକମାନେ କାନ୍ଦିଛନ୍ତି । କାଦର ଖାନଙ୍କର ଯାଦୁ ୯୦ ଦଶକରେ ଚାଲୁଥିଲା । କାଦର ଖାନ ଏବଂ ଗୋବିନ୍ଦାଙ୍କର ଯୋଡି ବହୁତ ଲୋକପ୍ରିୟ ହୋଇଥିଲା ।

କିନ୍ତୁ ବର୍ତ୍ତମାନ କାଦର ଖାନ ଆମ ମଧ୍ୟରେ ଆଉ ନାହାନ୍ତି । ବର୍ଷର ପ୍ରଥମ ଦିନରେ ହିଁ ଏହି ଅଶୁଭ ସମାଚାର ମିଳିଥିଲା । ୮୧ ବର୍ଷ ବୟସରେ କାଦର ଖାନଙ୍କର ନିଧନ ହୋଇଥିଲା । ସେ କିଛି ଦିନ ହେବ ନିଜକୁ ଏକୁଟିଆ ଭାବୁ ଥିଲେ ଏବଂ ତାଙ୍କୁ ବହୁତ ଦୁଖ ଥିଲା କି ବଲୀଉଡର ଏତେ ବର୍ଷ କାମ କରିଲା ପରେ ମଧ୍ୟ ତାଙ୍କୁ ଆଜି କେହି ପଚାରୁ ନାହାନ୍ତି । ତାଙ୍କର ଦୁଇଟି ଇଛା ଥିଲା ଯାହାକୁ ସେ ମରିବା ପୂର୍ବରୁ ପୁରା କରିବା ପାଇଁ ଚାହୁଁଥିଲେ କିନ୍ତୁ ତାଙ୍କର ଏହି ଇଛା ରହିଗଲା ।

ପୁରା କରିବାକୁ ଚାହୁଁଥିଲେ ଏହି ଦୁଇଟି ଇଛା

କାଦର ଖାନଙ୍କର ନିଜର ଗୋଡକୁ ଠିକ କରିବା ପାଇଁ ଯେତେବେଳେ କାନାଡା ଯାଉଥିଲେ ସେତେବେଳେ ଶେଷଥର ତାଙ୍କର କଥାବାର୍ତ୍ତା ଶକ୍ତି କପୁରଙ୍କ ସହ ହୋଇଥିଲା । ସେ ଶକ୍ତି କପୁରଙ୍କୁ କହିଥିଲେ କି ତାଙ୍କର ଇଛା ଥିଲା ସେ ମରିବା ପୂର୍ବରୁ ଥରେ ଭାରତ ଆସିବେ ଏବଂ ଅନ୍ୟ ଇଛାଟି ହେଉଛି ସେ ଜୟା ପ୍ରଦା ଏବଂ ଅମିତାଭ ବଚ୍ଚନଙ୍କୁ ନେଇ ଗୋଟିଏ ଫିଲ୍ମ ତିଆରି କରିବା ପାଇଁ ଚାହୁଁଛନ୍ତି । ସେ ଫିଲ୍ମର ନାମ ବି ଭାବି ରଖିଥିଲେ ‘ଜାହିଲ’ କିନ୍ତୁ ତାଙ୍କର ଏହି ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା ।

୮୧ ବର୍ଷ ବୟସରେ ହୋଇଥିଲା ନିଧନ

କିଛି ଦିନ ପୂର୍ବରୁ ଯେତେବେଳେ ତାଙ୍କର ଦେହ ଖରାପ ହେବାକୁ ଲାଗିଲା ସେତେବେଳେ ତାଙ୍କୁ ହସ୍ପିଟାଲରେ BIPAP ବେଣ୍ଟିଲେଟର ରେ ରଖା ଯାଇଥିଲା । ଏତିକି ନୁହେଁ ପ୍ରୋଗ୍ରେସିୱ ସୁପ୍ରାନ୍ଯୂକ୍ଲିଯର ପାଲ୍ସୀ ଡିସର୍ଡର ନାମକ ରୋଗ କାରଣରୁ ତାଙ୍କର ମୁଣ୍ଡ କାମ କରିବା ବନ୍ଦ କରି ଦେଲା ଏହା ସହିତ କିଛି ଦିନ ହେବ ତାଙ୍କୁ ନିଶ୍ଵାସ ନେବାକୁ ମଧ୍ୟ ଅସୁବିଧା ହେଉ ଥିଲା । ୮୧ ବର୍ଷ ବୟସରେ ତାଙ୍କୁ କଥାବାର୍ତ୍ତା କରିବାକୁ କଷ୍ଟ ହେଉଥିଲା ।

ସେ କେବଳ ନିଜର ପୁଅ ଏବଂ ବୋହୁର କଥାକୁ ବୁଝି ପାରୁଥିଲେ । ଏହି ରୋଗଟି ଏକ ଅସାମାନ୍ୟ ମସ୍ତିଷ୍କ ବିକାର ଅଟେ ଯାହା ଶରୀରର ଗତି, ଶରୀରର ସନ୍ତୁଳନ, କହିବା, ଖାଇବା, ଦେଖିବା, ମନୋଦଶା ଏବଂ ବ୍ୟବହାର ସହିତ ନିଜର ଭାବନାକୁ ପ୍ରଭାବିତ କରିଥାଏ ।