IND Vs NZ T20- ନୂଆ କ୍ଯାପଟେନ ସାଙ୍ଗକୁ ନୂଆ କୋଚଙ୍କ ଯୋଡିକୁ ନେଇ କିଛି ଏମିତି କହିଲେ KL Rahul

ଟି ୨୦ ବିଶ୍ଵ କପରେ ଭାରତର ପରାଜୟ ପରେ ସବୁ କ୍ରିକେଟ ପ୍ରେମୀ ନିରାଶ ହୋଇ ଯାଇଛନ୍ତି । ବିଶେଷ କରି ପାକିସ୍ତାନ ଠାରୁ ହାରିବା ପରେ ଭାରତୀୟ କ୍ରିକେଟ ପ୍ରେମୀ ବହୁତ ନିରାଶ ଓ ଦୁଃଖିତ ହୋଇଥିଲା । କିନ୍ତୁ ଏହା ଏକ ଖେଳ ଓ ଖେଳରେ ଜିତିବା ହାରିବା ଚାଲେ । କିନ୍ତୁ ବର୍ତ୍ତମାନ ଟିମ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ସହ ଏକ ଟି ୨୦ ସିରିଜ ଖେଳିବାକୁ ଯାଉଛି । ଯାହାକି ଏକ ବଡ ଚ୍ୟାଲେଞ୍ଜ ଅଟେ ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଟି ୨୦ ବିଶ୍ଵ କପ ପର ଟିମ ଇଣ୍ଡିଆର କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ଯାଇଛି ଓ ନୂଆ କୋଚ ରୂପରେ ରାହୁଲ ଦ୍ରାବିଡ ଟିମ ଇଣ୍ଡିଆରେ ସାମିଲ ହୋଇଛନ୍ତି । ଅନ୍ୟ ପଟେ ବିରାଟ କୋହଲିଙ୍କ ଟି ୨୦ ରୁ କ୍ୟାପଟେନ ପଦରୁ ଅବସର ନେବା ପରେ ବିସିସିଆଇ ରୋହିତ ଶର୍ମାଙ୍କୁ ଟି ୨୦ ଟିମର ନୂଆ କ୍ୟାପଟେନ ରୂପରେ ବାଛିଛନ୍ତି ।

ବିରାଟ କୋହଲି ଟି ୨୦ ବିଶ୍ଵ କପ ଖେଳିବା ପୂର୍ବରୁ ଏହା ଘୋଷଣା କରି ଦେଇ ଥିଲେ କି ସେ ଏହି ବିଶ୍ଵ କପ ପରେ ଟିମ ଇଣ୍ଡିଆର ଟି ୨୦ ମ୍ୟାଚରେ କ୍ୟାପଟେନଶିପ କରିବେ ନାହିଁ । ଯାହାକୁ ନେଇ କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରେ ବହୁତ ଆଲୋଚନା ମଧ୍ୟ ହୋଇଥିଲା । ବର୍ତ୍ତମାନ ଟିମ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ନୂଆ କୋଚ ଓ ନୂଆ କ୍ୟାପଟେନ ସହ ପଡିଆରେ ଖେଳିବ ।

ସମସ୍ତଙ୍କ ନଜର ନୂଆ କୋଚ ଓ ନୂଆ କ୍ୟାପଟେନଙ୍କ ରଣନୀତି ଉପରେ ରହିବ । ଏହା ସହିତ ଭାରତୀୟ ଟିମରେ କିଛି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ଓ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି । ସେଥିପାଇଁ ଏହି ସିରିଜ ଭାରତୀୟ ଟିମ ପାଇଁ ବହୁତ ମହତ୍ଵ ରଖିଥାଏ । କହିଦେଉଛୁ କି ଏହି ସିରିଜରେ ବିରାଟ କୋହଲିଙ୍କ ସହ ଜସପ୍ରିତ ବୁମରା, ମହମ୍ମଦ ଶାମି, ରବୀନ୍ଦ୍ର ଜଡେଜାଙ୍କୁ ବିଶ୍ରାମ ଦିଆଯାଇଛି ।

ଅନ୍ୟ ପଟେ କେ ରାହୁଲ, ଭେଙ୍କେଟେଶ ଆୟର, ଋତୁରାଜ ଗାୟକୱାର୍ଡ଼ ଭଳି ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି । କହିବାକୁ ଗଲେ ଆସନ୍ତା କାଲି ଠାରୁ ହିଁ ନ୍ୟୁଜିଲ୍ୟାଣ୍ଡ ଓ ଇଣ୍ଡିଆ ମଧ୍ୟରେ ତିନୋଟି ଟି ୨୦ ସିରିଜ ଆରମ୍ଭ ହେଉଛି । ଏହି ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯିବ । ଉଭୟ ଟିମ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନୂଆ ଖେଳାଳିଙ୍କୁ ନିଜର ପ୍ରତିଭା ଦେଖାଇବାର ସୁଯୋଗ ମିଳିବ ।