ଯୌନ ଲାଳସା ସବୁ ମାନ ମର୍ଯ୍ୟାଦା ଭୁଲେଇ ଦେଲା । ଘରର ଏରୁଣ୍ଡି ବନ୍ଧ ଡେଇଁ ଡ୍ରାଇଭର ସହ ରଖିଲେ ପାପ ସମ୍ପର୍କ । ଯାହା ପାଇଁ ଏହି ମହିଳା ଜଣକ ସ୍ଵାମୀ ବିରୋଧରେ ସୁପାରି ଦେବା ଠାରୁ ଆରମ୍ଭ କରି କିଛି ଏମିତି ଅପରାଧର ରଚିଛନ୍ତି ଯାହା ଆପଣଙ୍କ ମୁଣ୍ଡ ଘାବରେଇ ଦେବ । ସିଲସିଲା ବେହେରା ନାମକ ଏହି ମହିଳା ଦୀର୍ଘ ୨୦ ବର୍ଷ ପୂର୍ବରୁ ବିନାୟକ ବେହେରାଙ୍କ ସହ ରାଉଳକେଲାରେ ବିବାହ କରିଥିଲେ । ବିନାୟକ ଜଣେ ଆର୍ମି ଅଫିସର ଥିଲେ । ସେମାନେ ମଞ୍ଚେଶ୍ଵର ଥାନା ଅଧୀନରେ ଥିବା ଏକ ଆପାର୍ଟମେଣ୍ଟରେ ମିଶିକି ରହୁଥିଲେ ।
ପୁଅକୁ ସ୍କୁଲ ନେବା ଆଣିବା କରିବା ପାଇଁ ସେମାନେ ଏକ ବୋଲେରୋ ଗାଡି କିଣିଥିଲେ । ଗାଡି କିଣିବା ପରେ ତାଙ୍କୁ ଡ୍ରାଇଭରର ଆବଶ୍ୟକତା ମଧ୍ୟ ପଡିଥିଲା । ଯାହାପରେ ଅଶୋକ ନାମକ ଜଣେ ବ୍ୟକ୍ତିଙ୍କୁ ବିନୟକ ଡ୍ରାଇଭର ଭାବେ ନିଯୁକ୍ତି ଦେଇଥିଲେ । କିନ୍ତୁ ବିନାୟକଙ୍କ ସ୍ତ୍ରୀ ସିଲସିଲାଙ୍କୁ ନେଇ ଅଶୋକଙ୍କ ମନ୍ଦ ଉଦ୍ଦେଶ୍ୟ ଥିଲା ଓ ଏଥିରେ ତାଙ୍କୁ ସିଲସିଲା ମଧ୍ୟ ପୁରା ସହଯୋଗ କରିଥିଲେ । ସେମାନଙ୍କ ପାପ ସମ୍ପର୍କ ବିଷୟରେ ବିନାୟକ ଜାଣିବା ପରେ ଅଶୋକଙ୍କୁ କାମରୁ ବାହାର କରିଦେବାକୁ ନିଷ୍ପତ୍ତି ନେଇଥିଲେ ।
କିନ୍ତୁ ସିଲସିଲା ଏହାର ପ୍ରତିରୋଧ କରୁଥିଲେ । ସମାଜ ଲୋକଲଜ୍ଜା ଭୟରେ ସ୍ତ୍ରୀର ସବୁ ଭୁଲକୁ ମୁଣ୍ଡପାତି ସହି ଯାଉଥିଲେ ବିନାୟକ । ଅନ୍ୟପକ୍ଷରେ ସିଲସିଲାଙ୍କର ତାଙ୍କ ରୋଷେୟା ସହ ମଧ୍ୟ ସମ୍ପର୍କ ଥିବା କୁହନ୍ତି ସ୍ଵାମୀ ବିନାୟକ । ସିଲସିଲା ସବୁ ସୀମା ଟପି ଅଶୋକ ସହ ରହିବା ଆରମ୍ଭ କରି ଦେଇଥିଲେ । ନିଜ ଗାଡିରେ ସରକାରୀ ଲୋଗୋ ଲଗେଇ ଲୋକଙ୍କୁ ଉଭୟ ଠକୁଥିଲେ ।
ତାଙ୍କ ନାଁରେ ଅନେକ ଥର ମାମଲା ଆସିଥିଲେ ମଧ୍ୟ ସେ ଖସି ଯାଉଥିଲେ ॥ କିଛି ଆଖିଦୃଷ୍ଟିଆ ସମାଜସେବା କାମ କରି ଲୋକଙ୍କ ଠାରୁ ଟଙ୍କା ଲୁଟିବା ମଧ୍ୟ ଆରମ୍ଭ କରି ଦେଇଥିଲେ ସିଲସିଲା । ଅନେକ ଥର ଅଶୋକଙ୍କୁ ସେ ନିଜ ସ୍ବାମୀର ବୋଲି ମଧ୍ୟ ପରିଚୟ ଦେଇଛନ୍ତି । ଯାହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ନିଜ ସ୍ଵାମୀଙ୍କୁ ରସତରୁ ହଟେଇବା ପାଇଁ ଯୋଜନା ଆରମ୍ଭ କରିଥିଲେ ସିଲସିଲା ।
ଯାହାପରେ ଘରୋଇ କଳହ ଓ ଯୌତୁକ ପରି ମିଥ୍ୟା ଅଭିଯୋଗ ଆଣିଥିଲେ ସ୍ବାମୀଙ୍କ ନାଁରେ । କିନ୍ତୁ କେସ୍ ମିଛ ପ୍ରମାଣିତ ହେବା ପରେ ସେ ବିନାୟକଙ୍କ ଗାଁରେ ଯାଇ ଅଭିଯୋଗ କରିଥିଲେ । ସ୍ଵାମୀ ବିନାୟକ ସବୁକିଛି ସହି ଚୁପ୍ ବସିଥିବା ବେଳେ ତାଙ୍କୁ ରସତରୁ ହଟାଇବା ପାଇଁ ସେ ସୁପାରି ମଧ୍ୟ ଦେଇଥିଲେ ।
ଏକ ନିଛାଟିଆ ଜାଗାରେ ଗୁଣ୍ଡାମାନେ ତାଙ୍କୁ ଷ୍ଟିଲ ଓ ପ୍ଲାଷ୍ଟିକ ପାଇପରେ ପିଟିବା ଆରମ୍ଭ କରିଥିଲେ । କିନ୍ତୁ ସେ ସେଠାରୁ ପ୍ରାଣ ବିକଳରେ ଦୌଡି ଆସି ମଞ୍ଚେଶ୍ଵର ଥାନାରେ ଅଭିଯୋଗ ଦେଇଥିଲେ । ସ୍ଵାମୀଙ୍କୁ ରାସ୍ତାରୁ ହଟେଇ ସବୁ ସମ୍ପତ୍ତିର ମାଲିକାଣୀ ହୋଇ ଜୀବନକୁ ଉପଭୋଗ କରିବାକୁ ଯୋଜନା କରୁଥିଲେ ସିଲସିଲା ।
ଏବେ ତାଙ୍କ ପ୍ରେମିକ ଅଶୋକ ପୋଲିସ କଷ୍ଟଡିରେ ଥିବା ବେଳେ ସିଲସିଲା ଏବେବି ଖୁଲମଖୁଲା ବୁଲୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।