ଡ୍ରଗ୍ସ କଥା ମାନିବେ କି Babushan ? ମୁମ୍ବାଇ ଡ୍ରଗ୍ସ ଲିଙ୍କ ଥିବା ନେଇ ସନ୍ଦେହ ଉପୁଜୁଥିବା ବେଳେ ଜେଲ୍ ଯିବେ କି Prakruti ?

ବାବୁଶାନଙ୍କ ଗୋଟିଏ ସତରେ ଫସିଯିବେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଯଦି ବାବୁଶାନ ମାନିଯାନ୍ତି କି ପ୍ରକୃତି ତାଙ୍କୁ ନିଶା ଦେଉଥିଲେ ବୋଲି ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ଉତ୍ତର ଖେଳ ଆରମ୍ଭ ହୋଇଯିବ । ଯାହାପରେ ଏନସିବି ହୁଏତ ଏହି ମାମଲା ନିଜ ହାତକୁ ନେଇପାରେ । ପ୍ରକୃତି ଯଦି ବାବୁଶାନଙ୍କୁ ନିଶା ଦେଉଥିଲେ ତେବେ ସେ କେଉଁଠୁ ବ କାହା ପାଖରୁ ଡ୍ରଗ୍ସ ଆଣୁଥିଲେ ବୋଲି ଜାଣିବା ପାଇଁ ଏନସିବି ତାଙ୍କ ପଛରେ ପଡିଯିବ ।

ଏନସିବି ପୂର୍ବରୁ ରିୟା ଚକ୍ରବର୍ତ୍ତୀ ଓ ଆର୍ଜ୍ୟାନ ଖାନଙ୍କୁ ମଧ୍ୟ ଡ୍ରଗ୍ସ ଲିଙ୍କ ମାମଲାରେ ଘଣା ପେଷେଇଥିଲା । ପ୍ରକୃତି ମାୟାନଗରୀ ମୁମ୍ବାଇରେ ରହୁଥିବା ବେଳେ ସେ କେଉଁଠାରୁ ଡ୍ରଗ୍ସ ଆଣୁଛନ୍ତି ତାହା ଜାଣିବା ପାଇଁ ଏନସିବି ତାଙ୍କୁ ଜେରା କରିବ । କାରଣ ପୂର୍ବରୁ ମୁମ୍ବାଇ ଡ୍ରଗ୍ସ କେସ୍ ରେ ଅନେକ ବଡ ବଡ ଷ୍ଟାର ଫସିଛନ୍ତି ଓ ଜେଲ ମଧ୍ୟ ଯାଇଛନ୍ତି । ପ୍ରକୃତି ଯଦି ବାସ୍ତବରେ କେଉଁ ଡ୍ରଗ ଡିଲରଙ୍କ ଠାରୁ ଏସବୁ ନିଶା ଆଣି ବାବୁଶାନଙ୍କୁ ଦେଉଥିଲେ ଓ ନିଜେ ସେବନ କରୁଥିଲେ ତେବେ ଏହି ମାମଲା ଉଭୟଙ୍କ ପାଇଁ ଭୟାବହ ହୋଇଯିବ ।

ଡ୍ରଗ୍ସ କିଣିବା ଏବଂ କାହାକୁ ଡ୍ରଗ୍ସ ଦେବା ଏହା ଆଇନଗତ ଅପରାଧ ଅଟେ । ତେଣୁ ଏହି ମାମଲା ସ୍ପଷ୍ଟ ହେଲେ ବାବୁଶାନ ମଧ୍ୟ ଜେଲ ଯିବେ ଏଥିରେ କୌଣସି ସନ୍ଦେହ ନାହିଁ । ମନେପକାନ୍ତୁ କିଙ୍ଗ ଖାନଙ୍କ ପୁଅ ଆର୍ଜ୍ୟାନ ଖାନଙ୍କ କଥା ଓ ରିୟା ଚକ୍ରବର୍ତ୍ତୀଙ୍କ କଥା । ମୁମ୍ବାଇରେ ଏହି ଡ୍ରଗ୍ସ ଲିଙ୍କର ଚେର କେତେ ଯାଏଁ ଲମ୍ବିଛି ଏହା ପୋଲିସ ଏବଂ ଏନସିବିକୁ ଖୋଳି ବାହାର କରିବା ପାଇଁ ବିଲକୁଲ ବି ଡେରି ଲାଗିବନି ।

ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି କି, ବାବୁଶାନ ଏନେଇ ସତ କହିବେ ନା ଏହି ମାମଲାକୁ ନିଜେ ଫାଙ୍କିଦେବେ । କାରଣ ଏହି ସତ ଉଭୟଙ୍କ ପାଇଁ ସାଂଘାତିକ ହୋଇପାରେ । ସିନେ ଷ୍ଟାରଙ୍କ ଆଫେୟାରକୁ ନେଇ ଡ୍ରଗ୍ସ ଲିଙ୍କ ମଧ୍ୟ ସାମ୍ନାକୁ ଆସିଛି ।

ଯାହା ବାବୁଶାନ ସ୍ତ୍ରୀଙ୍କ ସମେତ ମାଆ ମଧ୍ୟ ମିଡିଆ ଆଗରେ କହିଥିଲେ । ତେବେ ବାବୁଶାନଙ୍କୁ ପୋଲିସ ଜେରା କରିବା ପରେ ସବୁ ସତ ସାମ୍ନାକୁ ଆସିବା ନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।