“ମୁଁ ଯିବା ଦରକାର ନାଇଁ, ମୋ ପୁଅ ମୋ ପାଖକୁ ଆସିବ…” କାହିଁକି ଏମିତି କହିଲେ Babushan ? ଦେଖନ୍ତୁ ପୁରା video

ବାବୁଶାନଙ୍କ ପ୍ରତିକ୍ରିୟା ପାଇଁ ଗଣମାଧ୍ୟମ ଓ ଓଡିଶାବାସୀ ଚାହିଁ ରହିଥିବା ବେଳେ ଗତକାଲି ରାତିରେ ପୁଣି ଥରେ ମିଡିଆ ସାମ୍ନାକୁ ଆସିଥିଲେ ବାବୁଶାନ । ତାଙ୍କୁ ନେଇ ଚାଲିଥିବା ମାମଲା ନେଇ କୌଣସି ପ୍ରତିକ୍ରିୟା ସେ ଦେଇ ନଥିବା ବେଳେ ମିଡିଆ ପ୍ରତିନିଧିଙ୍କ ସହ କିଛି କଥା ହୋଇଥିଲେ । ରାତି ପ୍ରାୟ ସାଢେ ୯ଟା ୧୦ଟା ବେଳକୁ ସେ ବାହାରକୁ ଆସିଥିଲେ ଓ ତାଙ୍କ ଘର ବାହାରେ ଜଗିଥିବା ମିଡିଆ କର୍ମୀମାନଙ୍କୁ ଖାଇବାକୁ ଯିବାକୁ କହିଥିଲେ ।

ଏତେ ରାରି ଯାଏଁ ନଖାଇ ନପିଇ ତାଙ୍କ ଘର ବାହାରେ ଜଗି ରହୁଥିବାରୁ ତାଙ୍କୁ ବହୁତ ଖରାପ ଲାଗୁଛି ବୋଲି ସେ କହିଥିଲେ । ବାବୁଶାନ କହିଥିଲେ କି, ଏତେ ରାତି ହେଲାଣି ଯାଇ ଖାଇ ନିଅନ୍ତୁ ଓ ଆପଣମାନେ ବି ନିଜ ପରିବାର ସହ ରୁହନ୍ତୁ । ବାବୁଶାନ ଆହୁରି କହିଥିଲେ କି, ଏମିତି ଘାଟ ବାହାରେ ଜଗି ରହୁଥିବାରୁ ତାଙ୍କୁ ବିଲକୁଲ ଭଲ ଲାଗୁନି । ସେ ଥାନାକୁ ଯାଇ ପୋଲିସର  ପଚରାଉଚରା ସରିବା ପରେ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ।

ଆଉ ଯେତେବେଳେ ପ୍ରତିକ୍ରିୟା ଦେବେ ସେତେବେଳେ ନିଜେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଡାକିବେ ବୋଲି କହିଛନ୍ତି । ଏତିକି ବେଳେ ତାଙ୍କ ଦେହ ଭଲ ଅଛି କି ନାହିଁ ବୋଲି ମଧ୍ୟ ତାଙ୍କୁ ପଚରା ଯାଇଥିଲା । ସେ କହିଥିଲେ କି, ହଁ ଭଲ ଅଛି ଟିକେ ରେଷ୍ଟ ନେଲେ ପୁରା ଭଲ ହେଇଯିବି । ସବୁଠୁ ଗୁରୁତ୍ଵାପୂର୍ଣ୍ଣ କଥା ହେଉଛି, ପୁଅ ପାଖକୁ କେବେ ଦେଖା କରିବାକୁ ଯିବେ ବୋଲି ପଚାରିଥିଲେ ମିଡିଆ ପ୍ରତିନିଧି ।

ଏହାର ଜବାବରେ ବାବୁଶାନ କହିଥିଲେ କି, ମୋତେ ଯିବା ଦରକାର ନାହିଁ ମୋ ପୁଅ ନିଜ ମୋ ପାଖକୁ ଆସିବ । ତେବେ ଆଜି ବାବୁଶାନ ପୋଲିସ ଜେରାର ସମୁଖୀନ ହୋଇପାରନ୍ତି ଓ ଏହାପରେ ହୁଏତ ଜଣାପଡିବ ବାବୁଶାନ କଣ ନିଷ୍ପତ୍ତି ନେଲେ । ପ୍ରକୃତିଙ୍କ ସହ ତାଙ୍କର ଆଫେୟାରକୁ ସେ ପୂର୍ବରୁ ସ୍ଵୀକାର କରିନାହାନ୍ତି । ସେ କେବଳ ତାଙ୍କର ଭଲ ବନ୍ଧୁ ବୋଲି କହିଥିଲେ ବାବୁଶାନ ।

ସେପଟେ ସ୍ତ୍ରୀ ତୃପ୍ତି ମଧ୍ୟ ରାସ୍ତାରେ ଗଣ୍ଡଗୋଳ କରି ଦେଇଥିଲେ ଯେଉଁଠୁ ତାଙ୍କୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ସ୍ତ୍ରୀ ତୃପ୍ତିଙ୍କ ସହ ପୁଣି ଥରେ ଏକାଠି ରହୁଛନ୍ତି ନା ଆଉ କଣ ନିଷ୍ପତ୍ତି ନେଉଛନ୍ତି ବାବୁଶାନ ତାହା କେବଳ ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।