ତୁଳସି ଗଛ ପାଖରୁ ଯେତେ ଶିଘ୍ର ସମ୍ଭବ ବାହାର କରି ଦିଅନ୍ତୁ ଏହି ଜିନିଷ ନ ହେଲେ ହୋଇପାରେ ସର୍ବନାଶ !

ହିନ୍ଦୁଧର୍ମରେ ପ୍ରତ୍ଯେକ ଘରେ ମା ତୁଳସୀଙ୍କୁ ପୂଜା କରାଯାଏ । ତୁଳସୀରେ ୩୩ କୋଟି ଦେବତାଙ୍କ ବାସ ଥାଏ ବୋଲି ମାନାଯାଏ । ତୁଳସୀ ବିନା ପ୍ରଭୁ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଭୋଗ ଲଗାଯାଏ ନାହିଁ । ଯେଉଁ ଘରେ ମା ତୁଳସୀଙ୍କ ପୂଜା ହୋଇଥାଏ, ସେଠାରେ କେବେ ଦରିଦ୍ରତା ପ୍ରବେଶ କରିପାରେ ନାହିଁ । ତେବେ ଶାସ୍ତ୍ରାନୁସାରେ ତୁଳସୀଙ୍କ ପାଖେ ଏହି ୫ଟି ଜିନିଷ ରଖିବା ଦ୍ଵାରା ତୁଳସୀ ମା କେବେ ମଧ୍ୟ କ୍ଷମା କରନ୍ତି ନାହିଁ ଓ ଅନର୍ଥ ଘଟିଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ୫ଟି ଜିନିଷ ।

ପ୍ରଥମରେ ହେଉଛି ତୁଳସୀ ଗଛ ପାଖେ ଲୁଗା କପଡା ଶୁଖାଇବା । ଯେଉଁ ଘରେ ତୁଳସୀ ଗଛ ପାଖରେ ଲୁଗା ଓ କପଡା ଆଦି ଶୁଖାଯାଏ, ସେହି ଘରର ସକାରାତ୍ମକ ଊର୍ଜା ନଷ୍ଟ ହୋଇଯାଏ । କାରଣ ଏପରି କରିବା ଦ୍ଵାରା ମାତା ତୁଳସୀ କ୍ରୋଧିତ ହୋଇଯାନ୍ତି ଓ ଘରକୁ ଦରିଦ୍ରତା ଆସିଥାଏ । ସେଥିପାଇଁ ତୁଳସୀ ଗଛ ପାଖେ କେବେ ମଧ୍ୟ ଓଦା କପଡା ଆଦି ଶୁଖାନ୍ତୁ ନାହିଁ ।

ଦ୍ବିତୀୟରେ ହେଉଛି ତୁଳସୀ ଚଉରା ପାଖ ଅପରିଷ୍କାର ରଖିବା । ଯଦି ଆପଣ ତୁଳସୀ ଚଉରା ଆଖପାଖ ସଫାସୁତୁରା ରଖିବେ ନାହିଁ, ତେବେ ଆପଣଙ୍କୁ ଧନ ହାନି ହୋଇପାରେ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଆପଣଙ୍କ ଘରୁ ଚାଲିଯିବେ । ସେଥିପାଇଁ ତୁଆଳସୀ ଗଛକୁ ଏବଂ ତା ଆଖପାଖକୁ ସର୍ବଦା ସଫାସୁତୁରା ରଖିବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ତୃତୀୟରେ ହେଉଛନ୍ତି ଭଗବାନ ଗଣେଶ । ଏପରି ଭୁଲ କେବେ ହେଲେ କରନ୍ତୁ ନାହିଁ । ଯଦି ଆପଣଙ୍କ ଘରର ଯେଉଁ ସ୍ଥାନରେ ତୁଳସୀ ଅଛନ୍ତି, ସେହି ପାଖରେ କେବେ ହେଲେ ଭଗବାନ ଗଣେଶଙ୍କୁ ରଖନ୍ତୁ ନାହିଁ । କେତେକ ଲୋକ ଭଗବାନ ଗଣେଶଙ୍କ ମୂର୍ତ୍ତି ଭାଙ୍ଗିଯିବା ପରେ ତାକୁ ତୁଳସୀ ଚଉରା ମୂଳେ ଆଉଜିକି ରଖି ଦିଅନ୍ତି । ଏପରି କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାଦ୍ବାରା ଆପଣଙ୍କ ଘରେ ସର୍ବଦା କଳିଝଗଡା ଲାଗି ରହିବ ।

ଚତୁର୍ଥରେ ହେଉଛି ଜୋତା ଚପଲ । ଭୁଲରେ ବି ତୁଳସୀଙ୍କ ପାଖେ ଜୋତା ଚପଲ ଆଦି ରଖନ୍ତୁ ନାହିଁ । ଏପରି କରିବା ଦ୍ଵାରା ଧନର ଦେବୀ ମା ଲକ୍ଷ୍ମୀ ଘର ଛାଡି ଚାଲିଯିବେ ଓ ଆପଣଙ୍କ ବର୍ବାଦି ଆରମ୍ଭ ହୋଇଯିବ ।

ତୁଳସୀ ଗଛ ପାଖେ ଭୁଲରେ ବି ଶିବଲିଙ୍ଗ ରଖନ୍ତୁ ନାହିଁ । ଏପରି କରିବା ଦ୍ଵାରା ଅନର୍ଥ ହୋଇଥାଏ ଓ ଆପଣ ଭଗବାନ ଶିବଙ୍କ କ୍ରୋଧର ଶିକାର ମଧ୍ୟ ହୋଇ ପାରନ୍ତି । ଏଥିପାଇଁ ଏହି ସବୁ ଭୁଲ କରିବାରୁ ବଞ୍ଚିତ ରୁହନ୍ତୁ ଓ କେହି କରୁଥିଲେ ତାଙ୍କୁ ମଧ୍ୟ ସାବଧାନ କରାଇ ଦିଅନ୍ତୁ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ପେଜ୍ କୁ ଲାଇକ କରନ୍ତୁ ।