Holi 2022: ଏଥର ଦୋଳପୂର୍ଣ୍ଣିମାରେ ଘରକୁ ନେଇ ଆସନ୍ତୁ ଏହି ଜିନିଷ, ଘରକୁ ଆସିବ ଧନ, ସମ୍ପତ୍ତି, ଆରୋଗ୍ୟ ଓ ସୁଖଶାନ୍ତି !

ଦୋଳପୂର୍ଣ୍ଣିମା ହିନ୍ଦୁ ମାନଙ୍କର ବଡ ପର୍ବମାନଙ୍କ ମଧ୍ୟରୁ ଅନ୍ଯତମ । ଦୋଳ ବା ଝୁଲଣା ଭଳି ବିମାନରେ ରାଧାକୃଷ୍ଣଙ୍କୁ ବସାଇ ପରିକ୍ରମ କରୁଥିବାରୁ ଏହାର ନାମ ଦୋଳଯାତ୍ରା ହୋଇଛି । ଫାଲ୍ଗୁନ ମାସ ଶୁକ୍ଲପକ୍ଷ ଦଶମୀ ଠାରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣିମା ଏବଂ ହୋଲିପର୍ବରେ ଏହା ଶେଷ ହୋଇଥାଏ । ଫଗୁ ଦଶମୀ ଦିନ ଗୋପାଳ ଘରର ପିଲାମାନେ ରାଧାକୃଷ୍ଣଙ୍କୁ ଫଗୁ ଲଗାଇ, ଆମ୍ବପେନ୍ଥା ଓ ବଉଳରେ ବିମାନ ସଜାଇ ରାଧାକୃଷ୍ଣଙ୍କୁ ବସେଇ ବୁଲାଇ ଥାଆନ୍ତି । ଦୋଳପୂର୍ଣ୍ଣିମା ପରଦିନ ରଙ୍ଗର ପର୍ବ ହୋଲି ପାଳନ କରାଯାଏ ।

ହୋଲିର ଅବିର ବସନ୍ତ ଭଳି କେତେକେ ରୋଗ ପାଇଁ ପ୍ରତିଷେଧକ ହୋଇଥାଏ । ପୌରଣିକ ମାନ୍ୟତା ଅନୁଯାୟୀ ଶ୍ରୀକୃଷ୍ଣ ଏହିଦିନ ମୈତ୍ର ନାମକ ଏକ ରାକ୍ଷସର ବଧ କରିଥିଲେ ଏବଗ ଏହିଦିନ ଅଗ୍ନିଦେବ ହୋଲିକା ଦହନ ମଧ୍ୟ କରିଥିଲେ । ତେଣୁ ହୋଲିପର୍ବ ଦିନ କିଛି ବିଶେଷ ଜିନିଷ ରହିଛି ଯାହା ଘରକୁ ଆଣିବା ଦ୍ଵାରା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କୁ ବଇଁଶି ବହୁତ ପ୍ରିୟ ହୋଇଥାଏ । ତେଣୁ ଏହିଦିନ ଦୁଇଟି ବଇଁଶି ଘରକୁ ଆଣି ରାଧାକୃଷ୍ଣଙ୍କ ସାମ୍ନାରେ ରଖି ଏହାକୁ ପୂଜା କରନ୍ତୁ ।

ଏହାପରେ ଆପଣଙ୍କ ଡ୍ରଇଂ ରୁମ୍ ରେ ଏହାକୁ ରଖନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ କୌଣସି କଳିଝଗଡା ହୋଇଥିଲେ ତାହା ଦୂର ହୋଇଯିବ ଓ ଘରେ ନିଶ୍ଚିତ ଭାବେ ସୁଖଶାନ୍ତି ପରିପୂର୍ଣ୍ଣ ରହିବ । ଯେଉଁ ଘରେ ଶାନ୍ତି ରୁହେ ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି ଓ ଧନସମ୍ପତ୍ତିର ମଧ୍ୟ ଭାବ ରୁହେନାହିଁ ।

ଏହିଦିନ ମାତା ଲକ୍ଷ୍ମୀଙ୍କ ଏକ ପ୍ରତିଛବି ଘରକୁ ନେଇ ଆସନ୍ତୁ ଓ ସନ୍ଧ୍ୟା ସମୟରେ ୯ଗୋଟି ବଳିତାକୁ ଗାଈ ଘିଅରେ ଭିଜାଇ ମାଟି ଦୀପରେ ରଖି ଜାଳନ୍ତୁ । ଆପଣ ଚାହିଁଲେ ୯ଗୋଟି ଦୀପ ମଧ୍ୟ ଜାଳିପାରିବେ । ଏପରି କରିବା ଦ୍ଵାରା ଘରେ କେବେବି ଧନର ଅଭାବ ହୋଇ ନଥାଏ । ଏହିଦିନ ପାଣି ଥିବା ଏକ ଜଟ ଲଗା ନଡିଆ ଘରକୁ ଆଣନ୍ତୁ । ଏହାକୁ ଲାଲି ସୂତାରେ ଗୁଡାଇ ଅରୁଆ ଚାଉଳରେ ରଖି ପୂଜା କରନ୍ତୁ ଓ ସନ୍ଧ୍ୟା ସମୟରେ ହନୁମାନଙ୍କ ମନ୍ଦିରରେ ଚଢାଇ ଦିଅନ୍ତୁ । ଏହାଦ୍ବାରା ଧନଲାଭ ହେବା ସହ କରଜରୁ ମଧ୍ୟ ମୁକ୍ତି ମିଳିଥାଏ ।

ଏହିଦିନ ସନ୍ଧ୍ୟାବେଳେ ଓସ୍ତ ଗଛମୂଳେ ଏକ ସୋରିଷ ତେଲର ଦୀପଟିଏ ଜାଳନ୍ତୁ ଓ ଏହାପରେ ଘରକୁ ଏକମୁଖା ହୋଇ ଫେରି ଆସନ୍ତୁ । କେବେବି ପଛକୁ ବୁଲି ଦେଖନ୍ତୁ ନାହିଁ ଓ ଘରକୁ ପଶିବା ପୂର୍ବରୁ ଭଲଭାବେ ହାତଗୋଡ ଧୋଇ ହୋଇଯାନ୍ତୁ । ଏହାଦ୍ବାରା ମଧ୍ୟ ଡ଼ିଏଚଏନଲାଭର ଯୋଗ ବନିବା ସହ ଧନର ଅଭାବ ଦୂର ହୋଇଥାଏ ।

ନଚେତ ଏହିଦିନ ସକାଳୁ ଓସ୍ତ ଗଛମୂଳେ ଏକ ସୋରିଷ ତେଲର ଦୀପ ଜଳାନ୍ତୁ ଓ ଘରକୁ ଆସି ଘରର ମୁଖ୍ୟଦ୍ଵାରରେ ହଳଦୀ କିମ୍ବା ସିନ୍ଦୂରରେ ଏକ ସ୍ଵସ୍ତିକ ଆଙ୍କି ଦିଅନ୍ତୁ । ଏହା ଉପରେ ହଳଦୀ ଏବଂ ଅଖଣ୍ଡିତ ଅରୁଆ ଚାଉଳ ରଖି ପୂଜା କରନ୍ତୁ । ପ୍ରତିଦିନ ବାହାରକୁ ବାହାରିବା ବେଳେ ମୁଖ୍ୟଦ୍ଵାରରୁ ପ୍ରଥମେ ଡାହାଣ ପାଦ ବାହାରକୁ ପକାନ୍ତୁ । ଏହାଦ୍ବାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ଓ ଧନଲାଭ ମଧ୍ୟ ହୋଇଥାଏ ।

ଏହିଦିନ ଦୁଇଟି ମାଟି ପାତ୍ର ଘରକୁ ଆଣନ୍ତୁ । ଗୋଟିଏ ପାତ୍ରରେ ଅଧକିଲୋ ବିରି ଏବଂ ଅନ୍ୟ ପାତ୍ରରେ ଅଧକିଲୋ ଲୁଣ ରଖି ଦିଅନ୍ତୁ । ଏହି ଦୁଇ ପାତ୍ରକୁ ଏମିତି ସ୍ଥାନରେ ରଖନ୍ତୁ ଯେପରି କେହିବି ଏହାକୁ ଦେଖିପାରିବେ ନାହିଁ । ଚୁପଚାପ ଏହି କାର୍ଯ୍ୟ କରିଦିଅନ୍ତୁ । ଏହି ପାତ୍ର ଦୁଇଟି ଯେପର୍ଯ୍ୟନ୍ତ ଆପଣଙ୍କ ଘରେ ସୁରକ୍ଷିତ ରହିଥିବ ସେପର୍ଯ୍ୟନ୍ତ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ଅପାର କୃପା ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।