ଯେକୌଣସି ପ୍ରଶ୍ନର ଉତ୍ତର ସହଜରେ ଜାଣିବା ପାଇଁ ଆମେ ଗୁଗୁଲର ସହାୟତା ନେଇଥାଉ । ଆଉ ଗୋଟିଏ କ୍ଲିକରେ ଆମକୁ ସବୁ ପ୍ରଶ୍ନର ଉତ୍ତର ଦେଇଥାଏ ଗୁଗୁଲ । ବିଭିନ୍ନ ରୋଗ ଠାରୁ ଆରମ୍ଭ କରି ରୋଷେଇ ରେସିପି ପର୍ଯ୍ୟନ୍ତ ସବୁ କିଛି ଜାଣିବା ପାଇଁ ଆମେ ଗୁଗୁଲକୁ ବ୍ୟବହାର କରିଥାଉ । ତେବେ ଗୁଗୁଲରୁ ମିଳୁଥିବା ଉତ୍ତର କେତେବେଳ ଠିକ୍ ଥାଏ ତ ଆଉ କେତେବେଳ ଭୁଲ୍ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଗୁଗୁଲରେ କଣ୍ଟେଣ୍ଟ ଖୋଜିବା ପାଇଁ ମଧ୍ୟ ଆପଣଙ୍କୁ ଜେଲ୍ ହୋଇପାରେ ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି କଣ୍ଟେଣ୍ଟ ବାବଦରେ କହିବୁ । ଯାହାକୁ ଆପଣ କେବେ ମଧ୍ୟ ଭୁଲ୍ ରେ ବି ଗୁଗୁଲରେ ସର୍ଚ୍ଚ କରିବେ ନାହିଁ । ନହେଲେ ଆପଣ ଅଡୁଆରେ ପଡି ପାରନ୍ତି । ପ୍ରଥମଟି ହେଉଛି ଚାଇଲ୍ଡ ପର୍ଣ୍ଣ । ଭାରତ ସରକାର ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ କଡା ଆଭିମୁଖ୍ଯ ଗ୍ରହଣ କରିଛନ୍ତି । ଗୁଗୁଲରେ ଚାଇଲ୍ଡ ପର୍ଣ୍ଣ ସର୍ଚ୍ଚ କରିବା, ଦେଖିବା ଏବଂ ଶେୟାର କରିବା ଅପରାଧ ଅଟେ । କାରଣ ଏଭଳି କଲେ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ ।
ଦ୍ବିତୀୟରେ ହେଉଛି ଗର୍ଭପାତ କେମିତି କରିବେ । ଗୁଗୁଲରେ ଗର୍ଭପାତର ଉପାୟ ସର୍ଚ୍ଚ କରିବା ମଧ୍ୟ ଏକ ସାଂଘାତିକ ଅପରାଧ । ଏମିତି ଭୁଲରେ ବି କରନ୍ତୁ ନାହିଁ । ଭାରତୀୟ ଆଇନ ବ୍ୟବସ୍ଥା ଅନୁଯାୟୀ ଡାକ୍ତରଙ୍କ ବିନା ପରାମର୍ଶରେ ଗର୍ଭପାତ କରାଯାଇ ପାରିବ ନାହିଁ । ତୃତୀୟରେ ହେଉଛି ବମ୍ ତିଆରି କରିବା ପ୍ରକ୍ରିୟା । ଗୁଗୁଲଏ କେବେ ମଧ୍ୟ ବମ୍ ତିଆରି କରିବା ପ୍ରକ୍ରିୟା ସର୍ଚ୍ଚ କରନ୍ତୁ ନାହିଁ । ଏଭଳି ଗତିବିଧି ଉପରେ ସାଇବର ସେଲ୍ ସବୁବେଳେ ନଜର ରଖିଥାଏ । ଏଭଳି କଲେ ଆପଣ ଅଡୁଆରେ ପଡି ପାରନ୍ତି ।

ସୁରକ୍ଷା ଏଜେନ୍ସି ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆପଣଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ । ଚତୁର୍ଥରେ ହେଉଛି ଫିଲ୍ମ ପାୟରେସି । ଫିଲ୍ମ ରିଲିଜ ହେବା ପୂର୍ବରୁ ଅନଲାଇନରେ ଏହାକୁ ରିଲିଜ କରିବା ଅପରାଧ ଶ୍ରେଣୀ ଅନ୍ତର୍ଭୁକ୍ତ କାର୍ଯ୍ୟ ଅଟେ । ଯଦି ଆପଣ ଅନଲାଇନରେ ଲିକ୍ କିମ୍ବା ଡାଉନଲୋଡ କରୁଛନ୍ତି ତେବେ ଏହା ଏକ ବଡ ଅପରାଧ । ଏହି ନିୟମ ଉଲ୍ଲଂଘନ କଲେ ଦଶ ବର୍ଷ ଜେଲ୍ ଦଣ୍ଡ ସହ ଦଶ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିବ ।
ପଞ୍ଚମରେ ହେଉଛି ପ୍ରାଇଭେଟ ଫଟୋ ଏବଂ ଭିଡିଓ । ସୋସିଆଲ ମିଡିଆ କିମ୍ବା ଗୁଗୁଲରେ ପ୍ରାଇଭେଟ ଫଟୋ କିମ୍ବା ଭିଡିଓ ଲିକ୍ କରିବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ମଧ୍ୟ ଆପଣଙ୍କୁ ଜେଲ୍ ହୋଇପାରେ । ସେଥିପାଇଁ ଭୁଲରେ ମଧ୍ୟ ଗୁଗୁଲରେ କାହାର ପ୍ରାଇଭେଟ ଫଟୋ କିମ୍ବା ଭିଡିଓ ଶେୟାର କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।