ସକାଳୁ ଉଠି କେବେବି ଦେଖିବେ ନାହିଁ ଏହି ସବୁ ଜିନିଷ, ଜୀବନ ହେଇଯାଇଥାଏ ନର୍କ

ଆପଣ ସମସ୍ତେ ଚାଣକ୍ୟ ଓ ତାଙ୍କର ନୀତି ଗ୍ରନ୍ଥ ବିଷୟରେ ଜାଣିଛନ୍ତି । ଏମିତିରେ କହିବାକୁ ଗଲେ ଚାଣକ୍ୟଙ୍କ ନିଜର ନୀତିଶାସ୍ତ୍ରରେ ଏହିଭଳି କିଛି ଜିନିଷ ବିଷୟରେ କହିଛନ୍ତି ଯାହା ଅନୁସାରେ ଯଦି ସକାଳୁ ଉଠି ଏହି ସବୁ ଜିନିଷକୁ ଦେଖିବା ଉଚିତ ନୁହେଁ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣଙ୍କର ଜୀବନ ପୁରା ବର୍ବାଦ ହୋଇଯିବ । ଚାଣକ୍ୟଙ୍କ ନିଜ ନୀତିରେ ମଣିଷ ଜୀବନକୁ ସରଳ ଓ ସହଜ କରିବାର କିଛି ଉପାୟ କହିଛନ୍ତି ।

ଶାସ୍ତ୍ରରେ କୁହାଯାଇଛି କି ଯଦି ଆମର ଜୀବନ ସକାଳୁ ସକାଳୁ ଶୁଭ କାର୍ଯ୍ୟରୁ ଆରମ୍ଭ ହୁଏ । ତେବେ ଆମର ଦିନ ଅତି ଖୁସିରେ ବିତିଥାଏ କିନ୍ତୁ ଯଦି କିଛି ଖରାପ ଜିନିଷ ଦେଖାଯାଏ ତେବେ ପୁରା ଦିନ ଖରାପ ବିତିଥାଏ । ସେତେବେଳେ ଆମକୁ ଲାଗେ କି କେତେ ଶୀଘ୍ର ଏହି ଦିନଟି ସରିଯିବ ଓ ଆମକୁ ଖରାପ ସମୟରୁ ମୁକ୍ତି ମିଳିବ । ଶାସ୍ତ୍ରରେ ଏମିତି କିଛି ଉପାୟ କୁହାଯାଇଛି ଯାହାକୁ ଆପଣାୟ ସକାଳ ସହିତ ଠାରୁ  ପୁରା ଦିନକୁ ଶୁଭ ସମୟରେ ପରିଣତ କରିପାରିବେ ।

ସକାଳୁ ଉଠି ପ୍ରଥମେ କେବେ ବି ହେଲେ ଆଇନା ଦେଖିବା ଉଚିତ ନୁହେଁ କାହିଁକି ନା ଆପଣ ଯେତେବେଳେ ଶୋଇ ଉଠିଥାନ୍ତି । ତେବେ ଆପଣଙ୍କ ଶରୀର ନକରାତ୍ମକ ଊର୍ଜାର ପ୍ରଭାବରେ ଥାଏ ସେଥିପାଇଁ ଆପଣ ଆଳସ୍ୟ ଅନୁଭବ କରୁଥିବେ । ସେଥିପାଇଁ କୁହାଯାଏ କି ସକାଳୁ ଉଠିବା ପରେ ଓ ଫ୍ରେସ ହେବା ପରେ ହିଁ ଆଇନା ଦେଖିବା ଉଚିତ ।

ଆଖି ଖୋଲିବା ମାତ୍ରେ ହିଁ କୌଣସି ବ୍ୟକ୍ତିର ଚେହେରା ଦେଖିବା ଉଚିତ ନୁହେଁ । ସେଥିପାଇଁ ସକାଳୁ ଉଠି କାହାର ବି ଚେହେରା ନ ଦେଖିବାପାଇଁ ଚେଷ୍ଟା କରନ୍ତୁ । କାହିଁକି ନା ବ୍ୟକ୍ତିର ଚେହେରାର ବିଭିନ୍ନ ପ୍ରକାରର ଭାବ ଥାଏ ଯାହାକୁ ଦେଖି ଆପଣଙ୍କ ଭାବ ବି ବଦଳିଯିବ । କିନ୍ତୁ ଭଗବାନ ନିର୍ବିକାର ଭାବରେ ଆପଣଙ୍କୁ ଦେଖନ୍ତି ଓ ଆପଣ ବି ଭଗବାନଙ୍କୁ ଏପରି ଦେଖନ୍ତି କି ମନରେ ସକାରାତ୍ମକ ଭାବ ଜାଗିଉଠେ ।

ସକାଳୁ ଆପଣ ଇସ୍ଟଦେଵତାଙ୍କ ଧ୍ୟାନ କରନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଉପରେ ସକରାତ୍ମକ ପ୍ରଭାବ ପଡିବ । ଯଦି ସକାଳୁ ଉଠିବା ବେଳେ କୌଣସି ମନ୍ଦିର ଘଣ୍ଟା କିମ୍ବା ଶଙ୍ଖ ଧ୍ୱନି କାନରେ ବାଜେ ତେବେ ଆପଣଙ୍କ ମନରେ ସକାରତ୍ମକ ପ୍ରଭାବ ପଡିବ । ଯେମିତି କି ଘରେ ନଡ଼ିଆ , ଶଙ୍ଖ, ମୟୁର, ହଂସ, ଫୁଲ ଇତ୍ୟାଦି ଛବି ଲଗାନ୍ତୁ ଯାହା ଦ୍ଵାରା ସକାଳୁ ସକାଳୁ ଯଦି ଆପଣ ଏହି ଛବିକୁ ଦେଖିବେ ତେବେ ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିବ ।

କୁହାଯାଏ କି ହାତର ଅଗ୍ର ଭାଗରେ ଦେବୀ ସରସ୍ଵତୀ, ମଧ୍ୟ ଭାଗରେ ଦେବୀ ଲକ୍ଷ୍ମୀ ଓ ମୂଳ ଭାଗରେ ବିଷ୍ଣୁଙ୍କ ବାସ ହୋଇଥାଏ । ଏହି କାରଣରୁ ସକାଳୁ ଉଠି ପ୍ରଥମେ ଦୁଇ ହାତକୁ ଯୋଡି ଦେଖିବା ଉଚିତ ଏହା ଶାସ୍ତ୍ରରେ କୁହାଯାଇଛି ।

ସକାଳୁ ଉଠି ଖାଇବା ପୂର୍ବରୁ କୌଣସି ପଶୁ କିମ୍ବା ଗାଈର ନାଁ ନିଅନ୍ତୁ ନାହିଁ । କାରଣ ଏହା ଦ୍ୱାରା ଦିନଟି ଭଲରେ ବିତେ ନାହିଁ । ସକାଳୁ ଉଠି ନିଜର କିମ୍ବା ଅନ୍ୟ କାହାର ଛାଇ ଦେଖିବା ଉଚିତ ନୁହେଁ । ଏହା ଫଳରେ ମଣିଷ ମନରେ ଡର ଓ ଚିନ୍ତା ବଢିଥାଏ । ଯଦି ସକାଳୁ କୋଣସି କୁକୁରକୁ ଝଗଡ଼ା କରୁଥିବାର ଦେଖନ୍ତି ଏହାକୁ ଅଶୁଭ କୁହାଯାଏ । ସକାଳୁ ଉଠି ଜୀବ ଜନ୍ତୁଙ୍କ ଫୋଟ ବି ଦେଖିବା ଉଚିତ ନୁହେଁ ।

ଏହା ଦ୍ୱାରା ପୁରା ଦିନ ଆପଣ ବିବାଦ ଓ ହଇରାଣରେ ପଡ଼ିଥାନ୍ତି । ଏଥିପାଇଁ ଘର ଭିତରେ ଏହିଭଳି ଚିତ୍ର ଲଗେଇବା ଅନୁଚିତ । ସକାଳେ ତେଲ ଲାଗିଥିବା ବାସନ ଦେଖିବା ଉଚିତ ନୁହେଁ । ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ଏହି ସବୁ ଜିନିଷକୁ ନିଜ ଠାରୁ ଦୁରେଇ ରଖିବା ଉଚିତ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।