ଡିଭାଇଡ଼ରରେ ପିଟି ହୋଇ ସିଧା ଘାଟି ସେପଟକୁ ଗଳି ପଡିଲେ ମହିଳା, କ୍ୟାମେରାରେ କଏଦ ହେଲା ଦୁର୍ଘଟଣାର ଲାଇଭ ଦୃଶ୍ୟ, ଦେଖନ୍ତୁ video

ମହିଳାଙ୍କ ସ୍କୁଟି ଡିଭାଇଡ଼ରରେ ପିଟି ହେବା ପରେ ରାସ୍ତା ସେପଟେ ଯାଇ ଛିଟିକି ପଡିଲେ ମହିଳା । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଦୃଶ୍ୟ ଦେଖିବା ଲୋକର ଛାତି ଥରେଇ ଦେଉଛି । ମହିଳାଜଣକ ତୀବ୍ର ଗତିରେ ଯାଇ ରାସ୍ତା ଯେଉଁଠି ସରିଯାଇଛି ସେଠାରେ ଥିବା ଡିଭାଇଡ଼ରରେ ଖୁବ ଜୋରରେ ପିଟି ହୋଇଗଲେ । ତାଙ୍କ ପଛରେ ଥିବା କିଛି ଯାତ୍ରୀ ଭିଡିଓ ଶୁଟିଙ୍ଗ କରୁଥିବା ବେଳେ ମହିଳାଙ୍କ ଦୁର୍ଘଟଣା ବେଳର ଦୃଶ୍ୟ ସେଥିରେ କଏଦ ହୋଇ ଯାଇଥିଲା ।

ତେବେ ଏହି ଦୃଶ୍ୟଟି ହେଉଛି ଗଞ୍ଜାମ ଜିଲ୍ଲା ଚିକିଟି ବାଲକୁମାରୀ ଘାଟି ର । ଗଞ୍ଜାମର ଏହି ଘାଟିରେ ଦେଖିବାକୁ ମିଳିଛି ଏଭଳି ଏକ ଭୟାନକ ଦୃଶ୍ୟ । ଦୁର୍ଘଟଣା ସମୟ ଲାଇଭ ଦୃଶ୍ୟ ଦେଖିଲେ ଯେ କେହି ବି ଭୟରେ ଥରିବ । ତେବେ ଘାଟିରେ ଖୁବ ଜୋରରେ ପିଟି ହେବା ହୋଇ ତଳକୁ ଛିଟିକି ପଡିବା ପରେ କିଛି ଲୋକ ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଦୌଡି ଯାଇଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏତେ ଭୟାନକ ଦୁର୍ଘଟଣା ସତ୍ତ୍ୱେ ମହିଳା ବିଶେଷ କିଛି ଆହତ ହୋଇ ନାହାନ୍ତି ।

କିଛି ଲୋକ ସକାଳ ସମୟରେ ସେଠାକାର ଦୃଶ୍ୟକୁ ନିଜ ଫୋନ କ୍ୟାମେରାରେ ଶୁଟିଙ୍ଗ କରୁଥିଲେ । ଆଉ ସେହି ସମୟରେ କ୍ୟାମେରା ଆଗରେ ମହିଳା ଜଣକ ତୀବ୍ର ଗତିରେ ଡିଭାଇଡ଼ର ଆଡକୁ ମାଡି ଯିବା ସମୟର ଦୃଶ୍ୟ କଏଦ ହୋଇଥିଲା । ଗାଡିକୁ ସିଧା ନେଇ ଯାଇ ସାମ୍ନା ରାସ୍ତାରେ ଥିବା ଡିଭାଇଡରରେ ପିଟି ଦେଇଥିଲେ ।

ଏହା ସଙ୍ଗେ ସଙ୍ଗେ ରାସ୍ତା ଆରପଟେ ଥିବା ଘାଟିକୁ ନିଜେ ଛିଟିକି ପଡିଥିଲେ । ଆଉ ମହିଳାଙ୍କ ଗାଡିଟି ଡିଭାଇଡ଼ର ପାଖରେ ପଡି ରହିଥିଲା । ତେବେ କୁହାଯାଉଛି କି, ମହିଳା ଜଣକ ଘାଟି ଉପରେ ଡ୍ରାଇଭିଙ୍ଗ କରି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣାର ସମୁଖୀନ ହୋଇଛନ୍ତି ।

ତେବେ ନୂଆ ନୂଆ ଗାଡି ଶିଖୁଥିବାରୁ ମହିଳାଙ୍କ ସହ ଏମିତି ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ତୁରନ୍ତ ଯାଇ ମହିଳାଙ୍କୁ ଘାଟିରୁ ଉଦ୍ଧାର କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।