ମୁଁ ଖୁସିରେ ଅଛି, ବାପା ଚାପରେ ପଡି ମୋତେ ଶୁଦ୍ଧି କରି ଦେଇଛନ୍ତି । ନବ ବଧୁ ଦୀପାଞ୍ଜଳି ଗଣ ମାଧ୍ୟମ ସମ୍ମୁଖରେ ଏଭଳି କିଛି ବୟାନ ରଖିଛନ୍ତି । ଯେ ମୋ ବାପା, ମା ମୋତେ ବହୁତ ଭଲ ପାଆନ୍ତି । ସେମାନେ ମୋ ବାହାଘରରେ ବି ରାଜି ଥିଲେ । ହେଲେ ବାପା, ଓ ଅନ୍ୟ ପରିବାରର ସଦସ୍ୟଙ୍କ ଚାପରେ ପଡି ଏମିତି କରିବାକୁ ବାଧ୍ୟ ହୋଇଛନ୍ତି । କାରଣ ମୋର ଆହୁରି ୨ ଭଉଣୀ ଅଛନ୍ତି । ତେଣୁ ମୋ ବାପାଙ୍କର ଯେହେତୁ ଆର୍ଥିକ ସମ୍ବଳ ଅଭାବ । ତେଣୁ ସେ ଦାଦାଙ୍କ ଚାପରେ ପଡି ଏମିତି କରିଛନ୍ତି ।
ହେଲେ ମୋ ଶାଶୁଘର ଲୋକେ ମୋ ପରିବାର ଭଳି ମୋତେ ଭଲ ପାଉଛନ୍ତି । ମୋତେ କିଛି ବି କଷ୍ଟ ଅନୁଭବ ହେବା ପାଇଁ ଦେଉ ନାହାନ୍ତି । ମୋର ଆଶା ଯେ ବାପା, ମାଆ ଦିନେ ତାଙ୍କ ରାଗ ଭୁଲି ମୋତେ କ୍ଷମା କରିଦେବେ । ହେଲେ ଦୀପାଞ୍ଜଳି ଏତେ ସବୁ କହିବ ସତ୍ବେ ମଧ୍ୟ ଗୋଟିଏ କଥା ପାଇଁ ଅସନ୍ତୋଷ ଜାହିର କରିଛନ୍ତି । ଯେ ଭଲ ପାଇ ବହୁତ ପିଲା ବାହା ହେଉଛନ୍ତି । ହେଲେ ଭଲ ପାଇ ପାଖରେ ବାହା ହେଇଗଳି ବୋଲି କ’ ଣ ଜୀବନ୍ତ ଅବସ୍ଥାରେ ମୋତେ ଶୁଦ୍ଧି କରିଦେବେ ।
ଏହି କଥା ଭାବିକି ମୋତେ ବହୁତ କଷ୍ଟ ଲାଗୁଛି । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହୁଁଛୁ । ଯେ ଦୀପାଞ୍ଜଳି ନିଜ ମନର ମଣିଷର ଜୀବନସାଥିକୁ ବାହା ହୋଇ ବହୁତ ଖୁସିରେ ଅଛନ୍ତି ସତ । ହେଲେ ସେ ବଞ୍ଚି ଥାଉ ଥାଉ ତାଙ୍କ ଘର ଲୋକେ ତାଙ୍କୁ ଜୀବନ ଶୁଦ୍ଧିକ୍ରିୟା କରୁଛନ୍ତି । ଯେଉଁ କାରଣ ପାଇଁ ଏତେ ଖୁସି ମଧ୍ୟରେ ତାଙ୍କ ମନରେ ଦୁଃଖ ରହିଯାଉଛି । ହେଲେ ଦୀପାଞ୍ଜଳିଙ୍କ ସ୍ଵାମୀ ଦୀପାଞ୍ଜଳିଙ୍କ ସବୁ କଥାରେ ତାଙ୍କୁ ସମର୍ଥନ ଦେଇଛନ୍ତି।
ତାଙ୍କୁ ଜୀବନ ସାରା ଖୁସିରେ ରଖିବେ ବୋଲି ମଧ୍ୟ କଥା ଦେଇଛନ୍ତି । ଭଲ ପାଇ ବାହା ହୋଇଛନ୍ତି, ସେମିତି ଜୀବନ ସାରା ତାଙ୍କୁ ଭଲ ପାଉଥିବେ ବୋଲି କହିଛନ୍ତି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ