ଘର ସଫା କରିବାରେ ବ୍ଯବହ୍ରୁତ ହେଉଥିବା ଝାଡୁକୁ ହିନ୍ଦୁଧର୍ମରେ ମା’ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ । ଶାସ୍ତ୍ରରେ ଝାଡୁକୁ ନେଇ ଅନେକ ଶୁଭ ଏବଂ ଅଶୁଭ କଥା ବା ନିୟମ ସବୁ ଉଲ୍ଲେଖ ରହିଛି । ଦୀପାବଳୀ ଦିନ ଝାଡୁକୁ ନେଇ କିଛି ନିୟମ ବିଷୟରେ ମଧ୍ୟ ଶାସ୍ତ୍ରରେ ଲେଖାଯାଇଛି । ଏହିଦିନ ଏହି ନିୟମ କରିବା ଦ୍ଵାରା ଘରେ ଧନର ବର୍ଷା ହେବା ସହ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଘରେ ବାସ କରିଥାନ୍ତି । ତେବେ ଆସନ୍ତୁ ଜାଣିବ କଣ ସେହି ନିୟମ ।
ଝାଡୁ ଆମ ଘରର ଅଳିଆ ଆବର୍ଜନାକୁ ସଫା କରିବା ସହ ଆମ ଘରର ସମସ୍ଯାକୁ ମଧ୍ୟ ଘରୁ ବାହାର କରି ଦେଇଥାଏ । ଝାଡୁ ସହ ଜଡିତ ଅନେକ ପ୍ରୟୋଗ ରହିଛି । ସେଥିମଧ୍ୟରୁ ଆମେ ଆଜି ଏକ ଖାସ୍ ପ୍ରୟୋଗ ବିଷୟରେ ଜଣାଇବା । ଦୀପାବଳୀ ଦିନ ଝାଡୁ କିଣିବା ଏବଂ ଏହାର ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ମା’ ଲକ୍ଷ୍ମୀଙ୍କ କୃପା ସଦାସର୍ବଦା ଆପଣଙ୍କ ଉପରେ ରହିଥାଏ ।
ହେଲେ ଦୀପାବଳୀ ଦିନ ବା କୌଣସି ଦିନ ମଧ୍ୟ ସନ୍ଧ୍ୟାବେଳେ ବା ସୂର୍ଯ୍ୟାସ୍ତ ହେବାପରେ ଘର ଝାଡୁ କରନ୍ତୁ ନାହିଁ । ନଚେତ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି । ଯଦି ଅତ୍ୟନ୍ତ ଜରୁରୀ ତେବେ ଝାଡୁ ଲଗାନ୍ତୁ କିନ୍ତୁ ଅଳିଆ ବାହାରକୁ ବାହାର କରନ୍ତୁ । ଖାସ କରି ଦୀପାବଳୀ ଏବଂ ଧ୍ନତେରସ ଦିନ ଏହିସବୁ କଥାର ବିଶେଷ ଧ୍ୟାନ ରଖିବା ଉଚିତ ।
ଝାଡୁକୁ ସବୁବେଳେ ଏଭଳି ସ୍ଥାନରେ ରଖନ୍ତୁ ଯେମିତି କାହାର ନଜର ଝାଡୁ ଉପରେ ନପଡିବ । ଏଭଳି କରିବା ଦ୍ଵାରା ଘରକୁ ଧନର ଆଗମନରେ ପ୍ରଭାବ ପଡେନାହିଁ କି ଘର ପ୍ରତି ଅଧିକ ସମସ୍ଯା ଆସେନାହିଁ । ଦୀପାବଳୀ ଦିନ ସ୍ଵପ୍ନରେ ଝାଡୁ ଦେଖିବା ମଧ୍ୟ ଘରକୁ ଧନ ଆସିବାର ସଂକେତ ଅଟେ । ଅନେକ ଦିନରୁ ଘରେ ପୁରୁଣା ଝାଡୁ ପଡି ରହିଥିଲେ ଏହାକୁ ବାହାର କରି ଦୀପାବକୁ ଦିନ ନୂଆ ଝାଡୁ ଘରକୁ ଆଣନ୍ତୁ ।
କାରଣ ପୁରୁଣା ଝାଡୁରେ ଓଳାଇବା ସମୟରେ ଯେଉଁ ଖଣ୍ଡ ଖଣ୍ଡ ଟୁକୁଡା ବାହାରିଥାଏ ତାହା ଘରକୁ ସମସ୍ଯା ନେଇ ଆସିଥାଏ । ଝାଡୁକୁ ସର୍ବଦା ଘରର ଉତ୍ତମ-ପଶ୍ଚିମ ଦିଗରେ ରଖନ୍ତୁ । ଝାଡୁକୁ କେବେବୁ ଏଣେତେଣେ ପକାନ୍ତୁ ନାହିଁ ଓ ଏଥିରେ ବାହାର ଲୋକଙ୍କ ନଜର ଲାଗିବାକୁ ଦିଅନ୍ତୁ ।
ଦୀପାବଳୀ ଦିନ ରାତିରେ ଶୋଇବା ପୂର୍ବରୁ ଆପଣ ଝାଡୁ ତଳେ ଏକ ଚାନ୍ଦିର ପଇସା ରଖି ଶୋଇଲେ ଜୀବନରେ ଚମତ୍କାର ଆସିଥାଏ । ଯଦି ଆପଣଙ୍କ ପାଖରେ ଚାନ୍ଦି ବା ରୂପାର ପଇସା ନାହିଁ ତେବେ ଆପଣ ଏକ ଟଙ୍କିଆ କଏନ ମଧ୍ୟ ଝାଡୁ ତଳେ ରଖିପାରିବେ । ଝାଡୁରେ ଥିବା ନକରାତ୍ମକ ଶକ୍ତିକୁ ଟଙ୍କା ଟାଣି ନେଇଥାଏ ।
ପରେ ଆପଣ ସେହି ଟଙ୍କାକୁ ନେଇ କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ କିମ୍ବା ମାଟି ତଳେ ପୋତି ଦିଅନ୍ତୁ । ଦେଖିବେ ଆପଣଙ୍କୁ ଜୀବନରେ କେବେବି ଧନର ଅଭାବ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।