ଦିନିକିଆ, T-20, ଟେଷ୍ଟ ମ୍ଯାଚ ରେ ସବୁଥିରେ ଏବେ ଭାରତୀୟ ଦଳ ଆଗରେ ରହିଛି ।

କ୍ରିକେଟରେ ନମ୍ବର ୱାନ ଟିମ ଇଣ୍ଡିଆ । ଖେଳାଳୀ ନମ୍ବର-1 ଟିମ ଇଣ୍ଡିଆ । ବ୍ୟାଟିଂ, ବୋଲିଙ୍ଗ ରେ ଧମାଲ କରୁଛନ୍ତି ଭାରତୀୟ ଖେଳାଳି । ଦିନିକିଆ, ଟି-20। ଟେଷ୍ଟ ସବୁଥିରେ ଏବେ ରହିଛି ଟିମ ଇଣ୍ଡିଆ । ହଁ ଦର୍ଶକ ବନ୍ଧୁ ଚଳିତ ବିଶ୍ଵକପରେ ଧୂଆଁଦାର ପ୍ରଦର୍ଶନ କରୁଛି ଭାରତ । 8ଟି ମ୍ଯାଚ ଖେଳି ସେଥିରେ ବିଜୟୀ ହୋଇ ଭଲ ପଏଣ୍ଟ ସହ ଶୀର୍ଷ ରେ ରହିଛି । ଦଳଗତ ପାଇଁ ଏହା କେବଳ ସମ୍ଭବ ହୋଇ ପାରିଛି । ବିଶ୍ଵକପ ସହ ଏବେ ବିଶ୍ଵ କ୍ରିକେଟ ରେ ବାଦଶା ସାଜିଛି ଭାରତ ।

ଆଇସିସି ରିୟାଙ୍କିଙ୍ଗ ରେ ଏବେ ଦବଦବା ଜାରି କରିଛି ଭାରତ । ଖାଲି ଭାରତ ନୁହେଁ ଭାରତୀୟ ଖେଳାଳି ମଧ୍ୟ ଆଇସିସି ରିୟାଙ୍କିଙ୍ଗ ରେ ନିଜର ପ୍ରଦର୍ଶନ ଦେଖାଇଛନ୍ତି । ପ୍ରତି ଟି ଫର୍ମାଟ ରେ ଏକ ନମ୍ବର ଦଳ ଭାବେ ଏବେ ରହିଛି ଭାରତୀୟ ଟିମ । ଦିନିକିଆ ଓ ଟି-20 ଫର୍ମାଟ ରେ ଏକ ନମ୍ବର ଥିବା ଦଳ ଭାରତ ଠାରୁ ଯଥେଷ୍ଟ ପଛରେ ରହିଛନ୍ତି । ଟେଷ୍ଟ ରେ ଅଷ୍ଟ୍ରେଲିୟା ସମାନ ଅଙ୍କ ହାସଲ କରିଥିଲେ ମଧ୍ୟ କମ ମ୍ଯାଚ ଖେଳିଥିବାରୁ ଭାରତ ଶୀର୍ଷ ସ୍ଥାନରେ ରହିଛି ।

ସେହିଭଳି ଆଇସିସି ର ପ୍ରତି ଫର୍ମାଟ ରେ ଭାରତୀୟ ବୋଲୋର ଓ ବ୍ୟାଟର ଦବଦବା ଜାହିର କରିଛନ୍ତି । ଦିନିକିଆ ଓ ଟି-20 ଫର୍ମାଟ ରେ ରେଷ୍ଠ ଭାବେ ଦୁଇ ଭାରତୀୟ ରହିଛନ୍ତି । ଦିନିକିଆ ଫର୍ମାଟ ରେ ଆଇସିସି ର ବ୍ୟାଟର ତାଲିକାରେ ଶୁଭମନ ଗିଲ ଶୀର୍ଷ ରେ ରହିଥିବା ବେଳେ ଟି-20 ଫର୍ମାଟ ରେ ଏହି ସ୍ଥାନ ହାତେଇଛନ୍ତି ଭାରତୀୟ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ । ସେହିପରି ବୋଲିଙ୍ଗରେ ମଧ୍ୟ icc ରିୟାଙ୍କିଙ୍ଗ ରେ ସିର୍ସ ସ୍ଥାନରେ ରହିଛନ୍ତି ଭାରତୀୟ ବୋଲୋର ।

ଦିନିକିଆରେ ମହମଦ ସିରାଜ, ଟେଷ୍ଟ ରେ ରବି ଚନ୍ଦ୍ର ଅଶ୍ଵନୀ ଏକ ନମ୍ବର ବୋଲୋର ଭାବେ ଉଭା ହୋଇଛନ୍ତି । ଏହା ବାଦ ଦିନିକିଆରେ ଟପ-10 ଅଲ ରାଉଣ୍ଡର ରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା । ସିରାଜ ଙ୍କ ସହ ଦିନିକିଆରେ ଟପ ବୋଲୋର ତାଲିକାରେ ଆଉ 3 ଭାରତୀୟ ବୋଲୋର ରହିଛନ୍ତି ।

କୁଳଦୀପ ଯାଦବ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ବୁମରା ଓ ମହମଦ ସାମୀ ଯଥା କ୍ରମେ ଅଷ୍ଟମ ଓ ଦଶମ ସ୍ଥାନରେ ରହିଛନ୍ତି । ସେହିପରି ବ୍ୟାଟର ଙ୍କ ତାଲିକାରେ ବିରାଟ କୋହଲି 4 ନମ୍ବର ସ୍ଥାନରେ ରହିଥିବା ବେଳେ ଋଅହିତ ସମା 6 ସ୍ଥାନ ଅକ୍ତିଆର କରିଛନ୍ତି । ଟେଷ୍ଟ ଫର୍ମାଟ ରେ ରୋହିତ ଶର୍ମା 10 ନମ୍ବର ସ୍ଥାନରେ ଅଛନ୍ତି ।

ଟେଷ୍ଟ ଅଲ ରାଉଣ୍ଡର ରିୟାଙ୍କିଙ୍ଗ ରେ ଜାଡେଜା ଏକ ନମ୍ବର ରେ ଥିବା ବେଳେ ଅଶ୍ଵିନୀ ଦୁଇ ନମ୍ବରରେ ରହିଛନ୍ତି । ଏହି ରିୟାଙ୍କିଙ୍ଗ ଏବେ ଦର୍ଶାଉଛନ୍ତି ଭାରତୀୟ କ୍ରିକେଟ ରେ ଟିମ ଇଣ୍ଡିଆ କେତେ ଶକ୍ତିଶାଳୀ ରହିଛି । ଯାହାର ଝଲକ ଚଳିତ ବିଶ୍ଵକପରେ ଦେଖିବାକୁ ମିଳିଛି । ବନ୍ଧୁଗଣ ଆକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।