ଦିନେ ଓଲିଉଡ ରେ ନାଚି ନାଚି ଧୁଳି ଉଡାଇ ଦେଉଥିଲେ । ବଡ ବଡ କଳାକାର ଙ୍କ ସହ କାମ କରୁଥିଲେ । ଯେତିକି ଜୋସ ଥିଲା ତା ଠାରୁ ଅଧିକ ଆତ୍ମବିଶ୍ଵାସ ଥିଲା ତାଙ୍କ ମନରେ । ଗୀତ ବାଜିବା ମାତ୍ରେ ତାଙ୍କର ପାଦ ଉଠୁଥିଲା । ନାୟକ ର ସହଯୋଗୀ ସାଜି ଦର୍ଶକ ମାନଙ୍କ ଠାରୁ ତାଳି ମାଡ ବି ପାଉଥିଲେ । ଆଜି କିନ୍ତୁ ନିଜ ଅବସ୍ଥାକୁ ନେଇ ଆଖି ରୁ ଲୁହ ଝରାଇ ଦେଉଛନ୍ତି । ଭାଗ୍ୟ କୁ ନିନ୍ଦିବା ସହ କାନ୍ଦି କାନ୍ଦି କିଛି ଏମିତି କହିଛନ୍ତି ।
ତେବେ ସେ ହେଉଛନ୍ତି କଟକ ଦାସ ସାହି ର ବୈରାଗ୍ୟ ଶେଠୀ । ଯିଏ 80 ଦଶକ ରେ ଓଡିଆ ସିନେମାରେ ବଡ ବଡ କଳାକାର ମାନଙ୍କର ସହଯୋଗୀ ସଜାଇ ଡ୍ୟାନ୍ସ କରୁଥିଲେ । ଦିନ ଠିକଳ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ସେ କାମ କରୁଥିଲେ । କିନ୍ତୁ ଆଜି ପେଟ ପୋଷିବା ପାଇଁ ଅନ୍ୟ ଦୋକାନରେ କମ କରିବାକୁ ପଡୁଛି । ସକାଳେ ରାଜମିସ୍ତ୍ରୀ ସାଜି କାମ କରୁଛନ୍ତି ।
ଆଉ ସନ୍ଧ୍ୟା ହେଲେ କଟକ ମଧୁପାଟଣା ଛକ ସମ୍ରାଟ ହଲ ସମାନ ରେ ଥିବା ନାନା ଫାଷ୍ଟ ଫୁଡ ଭାବେ ରୋଷେୟା ଭାବେ କାମ କରନ୍ତି । ଏବେ ବି ଗ୍ରାହକ ଙ୍କ ପାଇଁ ରୋଲ ଚାଓମିନ ତିଆରି କରିବା ବେଳେ କେତେବେଳେ ଅଜାଣତରେ ହାତ ଉଠି ଯାଉଛି ତ ଆଉ କେବେ ପାଦ ଉଠି ଯାଉଛି ନାଚିବା ପାଇଁ ବୈରାଗ୍ୟଙ୍କର । କାରଣ ତାଙ୍କ ଭିତରେ ଥିବା କଳାକାର ଟି ଏବେ ବି ବଞ୍ଚି ରହିଛି ।
କିନ୍ତୁ ଦୁଇ ପୁଅ ଓ ସ୍ତ୍ରୀ କୁ ନେଇ ଚାଲିବା କଷ୍ଟକର ହେବାରୁ ଏଭଳି କାମ କୁ ବାଧ୍ୟ ହୋଇ ସେ ଆପଣେଇଛନ୍ତି । ଏ କଥା ପଚାରିଲେ ତାଙ୍କ ଆଖି ରୁ ଲୁହ ଜକେଇ ଆସୁଛି । ବୈରାଗ୍ୟ କହିଛନ୍ତି ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ପୁଚୁକୀ ଗାଲି ଗୀତ ରେ ନାଚି ନାଚି ଦର୍ଶକ ମାନଙ୍କର ମନୋରଞ୍ଜନ କରାଇ ଥିଲି । ଆଜି ବି ନାଚ ଗୀତ ରେ ମୋର ଆଗ୍ରହ ଅଛି ହେଲେ କଣ କରିବି ମୋର ଭାଗ୍ୟରେ ସେ ସବୁ ନାହିଁ ।
ବୈରାଗ୍ୟ ଙ୍କୁ ଦେଖି ଗ୍ରାହକ ମାନେ ଦୋକାନ କୁ ଆସିଥାନ୍ତିୟ । କାରଣ ନାଚି ନାଚି ଖାଦ୍ଯ ତିଆରି ଓ ପରଶିବା ର ଶୈଳୀ ଗ୍ରାହକ ଙ୍କୁ ଟାଣି ଆଣେ । ଖାଲି ସେତିକି ନୁହେଁ ତାଙ୍କର ହାତ ତିଆରି ରୁଟି, ଚିକେନ ପକୋଡା, ଚାଓମିନ ର ଯେତିକି ପ୍ରଶଂସା ଗ୍ରାହକ ମାନେ କରନ୍ତି ତା ଠାରୁ ଅଧିକ ତାଙ୍କର ରୋଷେଇ କରିବାର ଶୈଳୀ ଓ ଡ୍ୟାନ୍ସ ର କରନ୍ତି । ଏବେ ବି ନାଚ ରୁ ଜୋସ ବୈରାଗି ଙ୍କ ଠାରେ ରହିଥିବା ବେଳେ ପେଟ ପୋଷିବା ପାଇଁ ଆପଣେଇଛନ୍ତି ବୋଲି ସେ କହିଛନ୍ତି । ତେବେ ଭାଗ୍ୟ ଦିନେ ତାଙ୍କୁ ଏମିତି ସମୟ ଦେଖାଇବ ଏ କଥା କେବେ ଭାବି ନ ଥିଲେ ବୋଲି କହିଛନ୍ତି ବୈରାଗି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।