ଦିନେ ମୁଢି ମୁଠେ ପାଇଁ ତରସି ଯାଉଥିଲେ, ଆଜି ନିଜ ଅଞ୍ଚଳର ଗରିବ ପିଲାଙ୍କ ପାଇଁ ଦାନ କଲେ 30 ଲକ୍ଷର ମହଲ… ଦେଖନ୍ତୁ video

ଦିନେ ମୁଢି ମୁଠାଏ ଖାଇବାକୁ ପାଉ ନଥିବା ଶେଷ କିସାନ ଆଜି ତାଙ୍କ ନିଜ ଗାଁରେ ସ୍ଵପ୍ନର ଘରଟିଏ ତିଆରି କରି ପାରିଛନ୍ତି । ସେ 30 ଲକ୍ଷ ଖର୍ଚ୍ଚ କରି ଏହି ଘରଟିକୁ ତୋଳିବାରେ ସକ୍ଷମ ହୋଇ ପାରିଛନ୍ତି । ଆଉ ଦିନ କେଇଟାରେ ହାତକୁ ଦି’ ହାତ ମଧ୍ୟ ହେବାକୁ ଯାଉଛନ୍ତି ଶେଷ କିସାନ । ଜୀବନରେ ଅନେକ ଦୁଃଖ ଦେଖିଥିବା ଶେଷ କିସାନ ନିଜ ଜୀବନସାଥୀ ବାଛି ସାରିଛନ୍ତି । ସେ ଚାହିଁଥିଲେ ବିଦେଶରେ କିମ୍ବା ଆମ ଦେଶର ଯେକୌଣସି ବଡ ତାରକା ହୋଟେଲରେ ବିବାହ କରି ପାରିଥାନ୍ତେ ।

କିନ୍ତୁ ଏବେ ସେ ନିଜ ଗାଁ’କୁ ଫେରି ଆସିଛନ୍ତି । ଏଇଠି ଓଡିଆ ଝିଅକୁ ନିଜ ଗାଁ’ ମାଟିରେ ବାହା ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଶେଷ କିସାନ ପିଲାଟି ଦିନରୁ ବାପାମା’ଙ୍କୁ ହରାଇଛନ୍ତି । ତାଙ୍କ ଜୀବନରେ ଖୁବ ସଂଘର୍ଷ ଲଢିଥିବା ଶେଷ କିସାନ ଗାଈ ମଧ୍ୟ ଚରାଇଛନ୍ତି । ମୂଲମଜୁରି ଲାଗି ନିଜ ପାଠ ପଢିବାର ନିଶାକୁ ସେ ପୂରଣ କରିଛନ୍ତି ।

ସେ ଏତେ ମେଧାବୀ ଥିଲେ ଯେ ଚାରି ବର୍ଷ ତଳେ ଜର୍ମାନୀର କୋଟିନ ଜେନ୍ ବିଶ୍ଵବିଦ୍ୟାଳୟରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ପିଲାଟି ଦିନରୁ ଦୁଃଖ ଦେଖି ଆସିଥିବା ଶେଷ କିସାନଙ୍କ ଜୀବନରେ ଏବେ କିନ୍ତୁ ଦୁଃଖର ଅନ୍ତ ଘଟିଛି । ଏବେ ଯୋଗ୍ୟ ଏବଂ ରୋଜଗାରକ୍ଷମ ଶେଷ କିସାନ ନିଜେ ବଞ୍ଚିବା ସହ ଗାଁ’ର ଶତାଧିକ ଗରିବ ପିଲାଙ୍କ ପାଇଆନ ବଞ୍ଚିବାର ସାହାରା ସାଜିଛନ୍ତି ।

ତାଙ୍କ ପ୍ରୟାସରେ 170 ଜଣ ପିଲା ପାଠ ପଢିବାର ସୁଯୋଗ ପାଇଛନ୍ତି । ଶେଷ କିସାନ ତାଙ୍କ ଗ୍ରାମ ସମେତ ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବର ପ୍ରତୀକ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ପେନରେ ଭେଟିଥିଲେ ଶେଷ କିସାନ । ଆଜି ଶେଷ କିସାନଙ୍କ ପାଖରେ ସବୁକିଛି ଅଛି ହେଲେ ତାଙ୍କୁ ଦେଖିବା ପାଇଁ ତାଙ୍କ ବାପାମା ଏବଂ ଭଉଣୀ ନାହାନ୍ତି । ତେଣୁ କୁନି କୁନି ପିଲା ହିଁ ତାଙ୍କର ସବୁକିଛି, ସେମାନଙ୍କୁ ପାଠ ପଢେଇ ଭଲ ମଣିଷ କରିବେ ବୋଲି ଶପଥ କରିଛନ୍ତି ଶେଷ କିସାନ ।

ସେ ସଫଳତା ପାଇବା ପରେ ବିଦେଶରେ ନରହି ନିଜ ଅଞ୍ଚଳକୁ ଫେରି ସେଠାକାର ଉନ୍ନତି କରିବାକୁ ଯେଉଁ ଚିନ୍ତା କରିଛନ୍ତି ତାକୁ ସବୁଆଡେ ବେଶ ପ୍ରଶଂସା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।