ଦିନେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣି ନେଉଥିଲେ, ଆଜି ତା’ଙ୍କ ଦୁଃଖ କହିଲେ ନ ସରେ, ଥରେ ଦେଖନ୍ତୁ ଏହି Video ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଦିନେ ମୁହଁରେ ରଙ୍ଗ ମାଖି ଦର୍ଶକଙ୍କ ମନ ଜିତୁଥିଲେ । ନିଜ ଯା-ଦୁ-ଗ-ରୀ ଅଭିନୟ ପାଇଁ ଖୁବ ପରିଚିତ ଥିଲେ । କିନ୍ତୁ ଏବେ ବୟସର ଅପରାହ୍ନରେ ରଙ୍ଗ ଛାଡି ଯାଇଛି । ସେ ଅଭିନୟ କରିଥିବା ଚଳଚ୍ଚିତ୍ର ‘ସମୟ ବଡ ବଳବାନ’ ଭଳି ଆଜି ତାଙ୍କୁ ସମୟ ଏମିତି ଏକ ଦୋଛକିରେ ଭି-କା-ରି ସଜାଇ ଦେଇଛି । ତାଙ୍କ ଅଭିନୀତ ‘କିଏ କାହାର’ ସିନେମା ଭଳି ଆଜି ତାଙ୍କ ପାଖରେ କେହି ନାହାନ୍ତି । ଆଗରୁ ସ୍ଵାମୀ ନଥିଲେ, ଏବେ ଏକ ସଡକ ଦୁ-ର୍ଘ-ଟ-ଣା-ରେ ପୁଅ ବି ନାହିଁ । ଘରେ ଖାଲି ସେ ଆଉ ତାଙ୍କର ବିଧବା ବୋହୂ ଟିଏ ।

ଦୂରାରୋଗ୍ୟର ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ଟିଏ ବି ନାହିଁ । ମୀରାଙ୍କ ଆଖିର ଲୁହ ଏବେ ବଖାଣୁଛି ପେଟର ଯ-ନ୍ତ୍ର-ଣା । ଗୋଡ ଭଲ ନଥାଇ ମଧ୍ୟ ସକାଳ ହେଲେ ବୁଲି ବୁଲି ଭିକ୍ଷା ମାଗୁଛନ୍ତି ଓ ସେଥିରେ କଷ୍ଟେମଷ୍ଟେ ଚଳୁଛନ୍ତି । ତାଙ୍କୁ କୌଣସି ପେନସନ ବା ଭତ୍ତା ମଧ୍ୟ ମିଳୁନାହିଁ । ନିଜ ଦୁଃଖ କହୁ କହୁ କ୍ୟାମେରା ଆଗରେ କାନ୍ଦି ପକାଇଥିଲେ ମୀରା । ତାଙ୍କୁ କ୍ୟା-ନ୍ସ-ର ହେବା ପରେ ସେ ଅଭିନୟ ଛାଡି ଦେଇଥିଲେ । କଟକ ବଡ ମେଡିକାଲରେ କିଛି କଳାକାରଙ୍କ ସାହାଯ୍ୟ ବଳରେ ସେ ସୁସ୍ଥ ହୋଇ ଫେରିଥିଲେ ।

କିନ୍ତୁ ବୃଦ୍ଧାବସ୍ଥାରେ ଅଭାବ ତାଙ୍କୁ ମା-ଡି ବସିଛି । ପେଟକୁ ଗଣ୍ଡେ ଖାଇବା ପାଇଁ ସଂ-ଘ-ର୍ଷ କରୁଥିବା ବୃଦ୍ଧା ଚିକିତ୍ସା ବା କେମିତି କରାଇବେ ? ଯାଯାବର, ପ୍ରତିଧ୍ବନି, ସୁବର୍ଣ୍ଣ ସୀତା, ତ୍ରିନାଥ ମେଳା, କା ଓ ଓଡିଆ ରାମାୟଣ ଭଳି ଅନେକ ସିନେମାରେ ସେତେବେଳେ ସେ ଅଭିନୟ କରିଥିଲେ । ମୀରାଙ୍କ ଦୁ-ର୍ଦ୍ଦ-ଶା ଦେଖି ମୁଖ୍ୟମନ୍ତ୍ରୀ ତାଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ପକ୍ଷରୁ ତାଙ୍କୁ କିଛି ଟଙ୍କା ମଧ୍ୟ ଦିଆଯାଇ ଥିଲା । ଏବେ ମୀରାଙ୍କ ଦୁଃଖ ଦେଖି କିଛି କଳାକାର ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।

ଦିନେ ସାରା ଓଡିଶାକୁ ହସାଉଥିବା ଅଭିନେତ୍ରୀ ଆଜି ନିଜେ କାନ୍ଦୁଛି । ଦୁ-ର୍ଦ୍ଦ-ଶା-ରେ ଜୀବନ ବିତାଉଥିବା ମୀରାଙ୍କୁ କିଛି ସହାୟତା ମିଳିଲେ ଚିକିତ୍ସା କରିପାରନ୍ତେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।