ଦିନରେ ଶୁଏ ରାତିରେ କାନ୍ଦେ ଯେତେ କାନ୍ଦିବ ସେତେ ଖାଇବ, କହିଲ ଦେଖି କଣ ? ଏଭଳି ଆହୁରି ଅନେକ ମଜାଦାର ଢଗଢମାଳି ପ୍ରଶ୍ନ

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ କିଛି ସମୟରେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିବ ଯାହାର ଅର୍ଥ ଆପଣଙ୍କ ମନରେ କିଛି ଆସୁଥିବ କିନ୍ତୁ ପ୍ରକୃତ ଅର୍ଥ ବହୁତ ହିଁ ସହଜ ହୋଇଥିବା । ତାହାର ଉତ୍ତର ଜାଣିବା ଆପଣ ବହୁତ ପ୍ରଚେଷ୍ଟା କରନ୍ତି କିନ୍ତୁ ଶେଷରେ ଭୁଲ ଉତ୍ତର ଦେଇ ନିଜର ଜ୍ଞାନହାନୀ କରାଇଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ମଜ୍ଦାର ପ୍ରଶ୍ନର ଉତ୍ତର ଜଣାଇବୁ ଯାହା ଆପଣମାନଙ୍କ ଜ୍ଞାନର ଇନ୍ଦ୍ରିୟକୁ କେନ୍ଦ୍ରୀଭୂତ କରିବାରେ ସାହାର୍ଯ୍ୟ କରିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ଦେହ ଅଛି ମୁଣ୍ଡ ନାହିଁ ମୁଣ୍ଡ ନଥାଇ ଟୋପି ପିନ୍ଧେ ?ଉତ୍ତର: ବୋତଲ ହେଉଛି ଏହାର ସଠିକ ଉତ୍ତର ।

2- ଡେଣା ନଥାଇ ଆକାଶରେ ଉଡେ ମଣିଷକୁ ଝାମ୍ପି ନିଏ ? ଉତ୍ତର: ଆକାଶ ଛତା ।

3- ଦୁଇ ବାଳକର ରଙ୍ଗ ସମାନ ଜଣେ ହଜିଗଲେ ଆଉ ଜଣେ କୋଉ କାମକୁ ନୁହେଁ ? ଉତ୍ତର: ଚପଲ ।

4- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା ? ଉତ୍ତର: ଏହାର ସଠିକ ଉତ୍ତର ହେଉଛି ସୂର୍ଯ୍ୟ ଏବଂ ଚନ୍ଦ୍ର । ଆପଣ ମାନେ ନିହାତି ଜାଣିଥିବେ କି ସୂର୍ଯ୍ୟଙ୍କ ତେଜ ପ୍ରଖର ଓ ଗରମ ଅଟେ ଠିକ ଏହାର ଓଲଟା ଚନ୍ଦ୍ରର ପ୍ରଭାବ ବହୁତ ଥଣ୍ଡା ଅଟେ ।

5- ସୂର୍ଯ୍ୟ ପୃଥିବୀରେ କେବେ ହେଲେ କଣ ଦେଖି ନାହିଁ ? ଉତ୍ତର: ସୂର୍ଯ୍ୟ ପୃଥିବୀରେ କେବେ ହେଲେ ଅନ୍ଧାର ଦେଖି ନାହିଁ । କାରଣ ସୂର୍ଯ୍ୟ ଯିବା ପରେ ହିଁ ତ ଅନ୍ଧାର ଆସିଥାଏ ।

6- ଦୁଇ ଭାଇ ଖାଇଲେ ପେଟ ଥଣ୍ଡା ଆଉ ଜଣଙ୍କୁ ଖାଇଲେ ପେଟ ଗରମ ତାହା କଣ ଅଟେ ? ଉତ୍ତର: ମିଶିରି ଓ ଚିନି ହେଉଛି ଏହାର ଉତ୍ତର ।

7- ଜନ୍ମ ନିଏ ରାତିରେ ସକାଳ ହେଲେ ଏଦୁଆର ସେଦୁଆର ଦେଖିସାରିଲେ ମରଣ ତାର ? ଉତ୍ତର: ଖବର କାଗଜ । ସକାଳ ହେବା ମାତ୍ରେ ସମସ୍ତଙ୍କ ଘର କବାଟ ଆଗରେ ରହିଥାଏ ଖବର କାଗଜ ତେଣୁ ଏହାର ସଠିକ ଉତ୍ତର ହେଉଛି ଖବର କାଗଜ । 8-  ଦିନରେ ଶୁଏ ରାତ୍ରିରେ କାନ୍ଦେ ଯେତେ କନ୍ଦିବ ସେତେ ଖାଇବ ? ଉତ୍ତର: ମହମ ବତୀ ।

9- ନା କେବେ କରେ ସେ ଝଗଡା ନା କେବେ ସେ ରୁଷେ ତଥାପି ସେ ମାଡ ଖାଏ ? ଉତ୍ତର: ଢୋଲ ।

10- ଏମିତି ଏକ କାମ ଅଛି ପୁରୁଷ ଜୀବନରେ ଥରେ କରେ କିନ୍ତୁ ମହିଳା ସବୁଦିନ କରନ୍ତି ? ଉତ୍ତର: ସିନଥିରେ ସିନ୍ଦୁର ଲଗାଇବା କାମ ।

11- ଏମିତି କଣ ଅଛି ଯାହାକୁ ଫେଣ୍ଟୁ, ବାଣ୍ଟୁ ଓ ଭାଗ କରୁ କିନ୍ତୁ ଖାଇ ନଥାଉ ? ଉତ୍ତର: ଏହାର ଉତ୍ତର ହେଉଛି ତାସ ପାଲି ।

ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।