ଆୟକର ବିଭାଗ ତରଫରୁ ୩୦୦ ଟଙ୍କା ପ୍ରତିଦିନ କମାଉଥିବା ବ୍ୟକ୍ତିକୁ ୧.୦୫ ଟଙ୍କାର ଆୟକର ସୁଝିବା ପାଇଁ ନୋଟିସ ପଠା ଯାଇଛି । ଯେଉଁ ବ୍ୟକ୍ତିକୁ ଏହି ନୋଟିସ ପଠା ହୋଇଥିଲା ସେହି ବ୍ୟକ୍ତି ଜଣକ ଠାଣେ ଅନ୍ତର୍ଗତ ଅମ୍ବିବାଲିରେ ଗୋଟିଏ ଝୁମ୍ପୁଡି ଘରେ ରୁହେ ଓ ମୁଲ ଲାଗି ନିଜର ଜୀବିକା ନିର୍ବାହ କରିଥାଏ । ଏହି ଲୋକକୁ ନୋଟିସ, ନୋଟବନ୍ଦ ହୋଇଥିବା ସମୟରେ ୫୮ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରେ ଜମା କରିବା କାରଣରୁ ମିଳିଛି ।
ଏହି ବ୍ୟକ୍ତି ଜଣକ ଦିନକୁ ୩୦୦ ଟଙ୍କା ରୋଜଗାର କରିଥାଏ । ଭାଉସାହେବ ନାମକ ଏହି ଲୋକର ତିନୋଟି ପିଲା ଅଛନ୍ତି । ତା’ର ସାନ ପିଲାଟି ଆୟ କମ ଥିବାରୁ ସ୍କୁଲରେ ପାଠ ପଢିପାରୁ ନାହିଁ । ଏହି ପରି ସମୟରେ ଆୟକର ବିଭାଗ ତରଫରୁ ମିଳିଥିବା ନୋଟିସ ପାଇଁ ଏହି ବ୍ୟକ୍ତି ଜଣକ ବହୁତ ଚିନ୍ତିତ ଅଛି । ଏହି ବ୍ୟକ୍ତି ଜଣକ ପୋଲିସ ସହ ସମ୍ପର୍କ କରିଥିଲା ଓ କହିଥିଲା ତାକୁ ଏହି ଖାତାର କୌଣସି ତଥ୍ୟ ଜଣା ନାହିଁ । ସେ କହିଥିଲା କି ତା’ର କାଗଜ ପତ୍ର ହଜି ଯାଇଥିଲା ଓ ସେହି କାଗଜ ପତ୍ର ଆଧାରରେ କୌଣସି ଲୋକ ଏକ ଫରଜି ଆକାଉଣ୍ଟ ଖୋଲିଦେଇଛି ।
ଭାଉସାହେବ କହିଲା କି ସେ ୧୦୦ ବର୍ଗ ଫିଟର ଏକ ଝୁପୁଡି ଘରେ ରହିଥାଏ । ଏହି ସ୍ଥାନର ଆଇନଗତ ମାଲିକ ତାର ପିତା ଅଟନ୍ତି । ଭାଉସାହେବ କହିଲା କି ସେପ୍ଟେମ୍ବର ମାସ ୨୦୧୯ରେ ତାକୁ ପ୍ରଥମ ନୋଟିସ ମିଳିଥିଲା, ଯେଉଁଥିରେ ତାକୁ ୨୦୧୬ରେ ହୋଇଥିବା ନୋଟବନ୍ଦୀ କାରଣରୁ ଏକ ପ୍ରାଇଭେଟ ବ୍ୟାଙ୍କରେ ଜମା ହୋଇଥିବା ରକମ ବିଷୟରେ ପଚରା ହୋଇଥିଲା ।
ସେହି ସମୟରେ ସେ ଆୟକର ବିଭାଗ ଓ ବ୍ୟାଙ୍କ ସହ ସମ୍ପର୍କ କରିଥିଲା । ଭାଉସାହେବ ଦେଖିଥିଲା କି ଖାତାରେ ତା’ର ପ୍ୟାନ ଆକାଉଣ୍ଟର ନମ୍ବରର ବ୍ୟବହାର କରଯାଇଥିଲା ହେଲେ ଫଟୋ ଅଲଗା ଥିଲା ଓ ହସ୍ତାକ୍ଷର ବି ଜାଲି ଥିଲା ।