Dimple ଙ୍କ ଗୃହ ପ୍ରବେଶ ପରେ ଶ୍ଵଶୁର Pramod Kumar Sahu ଛାଡିଲେ ଘର, ଅଧରାତିରେ ଭିଡିଓ ଜାରି କରି ସେ ଯାହା କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ video

ବ୍ରହ୍ମପୁର ବ୍ରହ୍ମାନଗରର ସୁମିତ ଓ ଡିମ୍ପଲଙ୍କ ପାରିବାରିକ ବିବାଦ କାଲି ରାତିରେ ଆଉ ଏକ ନୂଆ ମୋଡ ନେଇଛି । ମାସାଧିକ କାଳ ଧାରଣା ଏବଂ ଆଇନଗତ ଲଢେଇ ପରେ ଡିମ୍ପଲଙ୍କୁ ଶ୍ଵଶୁରଙ୍କ ଘରେ ପ୍ରବେଶ କରିବାକୁ ଅନୁମତି ମିଳିଥିଲା । କିନ୍ତୁ ଏହାପରେ ତାଙ୍କ ଶ୍ଵଶୁର ପ୍ରମୋଦ କୁମାର ସାହୁ ଘର ଛାଡି ଦେଇଛନ୍ତି । ଏନେଇ ସେ ଏକ ଭିଡିଓ ଜାରି କରିଛନ୍ତି କି, ଡିମ୍ପଲ ତାଙ୍କ ଘରେ ରହିବା ନେଇ କୋର୍ଟଙ୍କ ଆଦେଶରେ କିଛି ଦ୍ଵନ୍ଦ ଥିଲା । ସେଥିପାଇଁ ସେ ଥାନା ଆଇଆଇସି ଙ୍କୁ ଅବଗତ କରାଇଥିଲେ ।

କିନ୍ତୁ ଥାନା ଅଧିକାରୀ କିଛି ଶୁଣି ନଥିଲେ । ଏଣୁ ଡିମ୍ପଲଙ୍କୁ ନେଇ ନିଜକୁ ଅସୁରକ୍ଷିତ ମନେ କରିବାରୁ ଘର ଛାଡିଛନ୍ତି ବୋଲି ଏହି ଭିଡିଓରେ ସେ କହିଛନ୍ତି । ପୂର୍ବରୁ ଡିମ୍ପଲ ତାଙ୍କ ବିରୋଧରେ ବିଭିନ୍ନ ମିଛ ଅଭିଯୋଗ ଆଣିଛନ୍ତି, ସେଥିପାଇଁ ସେ ଘର ଛାଡିଥିବା ଏଥିରେ କହିଛନ୍ତି । କୋର୍ଟଙ୍କ ଆଦେଶକୁ ମାନି ସେ ଡିମ୍ପଲଙ୍କ ଗୃହ ପ୍ରବେଶ ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା ଆରମ୍ଭ କରିଥିଲେ । କିନ୍ତୁ ପରେ କୋର୍ଟଙ୍କ ଆଦେଶକୁ ନେଇ ତାଙ୍କ ମନରେ କିଛି ଦ୍ଵନ୍ଦ ଉଠିଥିଲା ।

ଯାହାକୁ ସେ ଥାନା ଅଧିକାରୀଙ୍କୁ ଜଣାଇଥିଲେ । କିନ୍ତୁ ସେମାନେ କିଛି ନଶୁଣି ତାଙ୍କ ଅନିଚ୍ଛା ସତ୍ତ୍ୱେ ବୋହୂ ଡିମ୍ପଲକୁ ଜବରଦସ୍ତ ଘରେ ପୁରାଇଥିଲେ ବୋଲି କହିଛନ୍ତି ପ୍ରମୋଦ କୁମାର ସାହୁ । ବୋହୂ ଡିମ୍ପଲ ଘରକୁ ଯିବା ପରେ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି ଶ୍ଵଶୁର । ପୂର୍ବରୁ ଡିମ୍ପଲ ଯୌତୁକ ଉତ୍ପୀଡନ ମାମଲା ମଧ୍ୟ ତାଙ୍କ ନାଁରେ ଲଗାଇ ସାରିଛି । ସେଥିପାଇଁ ସେହି ଘରେ ବୋହୂ ସହ ରହିବାକୁ ସେ ନିଜକୁ ଠିକ ମଣିଲେ ନାହିଁ । ସେଥିପାଇଁ ଅଧରାତିରେ ଘର ଛାଡି ଦେଇଛନ୍ତି ।

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେ ବାହାରେ ରହିବେ ଏବଂ ପରବର୍ତ୍ତୀ ସମୟରେ ସେ ଘରକୁ ଯିବେ ବୋଲି ନିଜେ ଜାରି କରିଥିବା ଭିଡିଓରେ କହିଛନ୍ତି । ଏହିପରି ଭାବେ ସୁମିତ ଓ ଡିମ୍ପଲଙ୍କ ମାମଲା ପ୍ରତିଦିନ ନୂଆ ନୂଆ ମୋଡ ନେବାରେ ଲାଗିଛି । ଯେବେ ଲାଗୁଛି କି ମାମଲା ସାମାନ୍ଯ ସମାଧାନ ଆଡକୁ ଯାଉଛି ସେବେ ହିଁ ଆହୁରି ଅଡୁଆ ହୋଇଯାଉଛି । ତେବେ ଡିମ୍ପଲଙ୍କ ଶ୍ଵଶୁରଙ୍କ ଏଭଳି ପଦକ୍ଷେପ ଆପଣଙ୍କ ମତରେ ଠିକ ନା ଭୁଲ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।