ମୃତ୍ୟୁର 24 ଘଣ୍ଟା ପରେ ଆତ୍ମା ପୁଣି ଥରେ କାହିଁକି ଫେରିଥାଏ ନିଜ ଘରକୁ ? Garuda Puran

ଏହି ସଂସାରରେ ଯାହାର ଜନ୍ମ ହୋଇଛି ତାର ମୃତ୍ୟୁ ସୁନିଶ୍ଚିତ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ମୃତ୍ୟୁ ପରେ ଆତ୍ମାର କଣ ହୋଇଥାଏ ଓ ମୃତ୍ୟୁର ୨୪ ଘଣ୍ଟା ପରେ ଆତ୍ମା କାହିଁକି ନିଜ ଘରକୁ ଆସିଥାଏ । ସେ କେତେ ଦିନ ପର୍ଯ୍ୟନ୍ତ ଘରେ ରହିଥାଏ । ଆପଣଙ୍କୁ କହିଦେଉଛୁ କି ଏହି ସବୁ ପ୍ରଶ୍ନର ଜବାବ ଗରୁଡ ପୁରାଣରେ ବିସ୍ତାର ରୂପରେ କୁହାଯାଇଛି । ଗରୁଡ ପୁରାଣ ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ ତେବେ ଯମରାଜଙ୍କ ଦୁତ ତାର ଆତ୍ମାକୁ ଯମଲୋକ ନେଇ ଯାଆନ୍ତି ।

ଯେଉଁଠି ତାର ପୂଣ୍ୟ ଓ ପାପର ହିସାବ ହୋଇଥାଏ ଓ ୨୪ ଘଣ୍ଟା ମଧ୍ୟରେ ଯମ ଦୁତ ସେହି ପ୍ରାଣୀର ଆତ୍ମାକୁ ତାର ଘରେ ଛାଡି ଚାଲି ଯାଆନ୍ତି । ମୃତ ବ୍ୟକ୍ତିର ଆତ୍ମା ନିଜର ପରିଜନ ମଝିରେ ବୁଲିଥାଏ ଓ ନିଜର ପରିଜନକୁ ଡାକିଥାଏ । କିନ୍ତୁ ତାକୁ କେହି ବି ଶୁଣି ପାରନ୍ତି ନାହିଁ । ଏହା ଦେଖି ମୃତ ବ୍ୟକ୍ତି ଆତ୍ମା ଚିତ୍କାର କରିଥାଏ ।

ତଥାପି ବି ତାର ଚିତ୍କାରକୁ କେହି ଶୁଣି ପାରନ୍ତି ନାହିଁ । ଏହା ମଧ୍ୟରେ ମୃତ ବ୍ୟକ୍ତିର ଆତ୍ମା ନିଜ ଶରୀର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ । କିନ୍ତୁ ଯମଦୁତଙ୍କ ହାତରେ ବନ୍ଧା ହୋଇଥିବା କାରଣରୁ ସେ ଶରୀର ମଧ୍ୟକୁ ବି ପ୍ରବେଶ କରି ପାରେ ନାହିଁ । ଏହା ଛଡା ଗରୁଡ ପୁରାଣରେ କୁହାଯାଇଛି କି ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୁଏ ତେବେ ପରିଜନ ଲୋକମାନେ କାନ୍ଦିଥାନ୍ତି । ତେବେ ଏହା ଦେଖି ମୃତ ଆତ୍ମା ବି ଦୁଃଖୀ ହୋଇ ଯାଏ ଓ ସେ ବି କାନ୍ଦି ଥାଏ । କିନ୍ତୁ ସେ କିଛି ବି କରି ପାରେ ନାହିଁ ।

ଶେଷରେ ନିଜ ଜୀବନ କାଳରେ କରିଥିବା କର୍ମକୁ ମନେ ପକାଇ ଦୁଃଖୀ ହୋଇଥାଏ । ଗରୁଡ ପୁରାଣ ଅନୁସାରେ ଯେତେବେଳେ ଯମଦୁତ ମୃତକର ଆତ୍ମାକୁ ତାର ପରିଜନ ମଝିରେ ଛାଡି ଦେଇ ଯାଆନ୍ତି ତେବେ ସେହି ଆତ୍ମାରେ ଏତେ ବି ଶକ୍ତି ନ ଥାଏ କି ସେ ଯମଲୋକକୁ ଯାତ୍ରା କରି ପାରିବ । ଗରୁଡ ପୁରାଣ ଅନୁସାରେ ବ୍ୟକ୍ତିର ମୃତ୍ୟୁ ପରେ ଦଶ ଦିନ ପର୍ଯ୍ୟନ୍ତ ଯେଉଁ ପିଣ୍ଡଦାନ କରାଯାଏ ତାହା ଦ୍ଵାରା ମୃତ ବ୍ୟକ୍ତିର ବିଭିନ୍ନ ଅଙ୍ଗର ରଚନା ହୋଇଥାଏ । ୧୧ ଓ ୧୨ ଦିନରେ ଯେଉଁ ପିଣ୍ଡଦାନ କରାଯାଏ ସେହି ସମୟରେ ମୃତକ ମାଂସ, ତ୍ଵଚାର ନିର୍ମାଣ ହୋଇଥାଏ ।

୧୩ ଦିନରେ ଯେଉଁ ପିଣ୍ଡ ଦାନ କରାଯାଏ ସେହି କାରଣରୁ ହିଁ ସେ ଯମଲୋକ ପର୍ଯ୍ୟନ୍ତ ଯାଇପାରେ । ଅର୍ଥାତ ମୃତ୍ୟୁ ପରେ ମୃତ ଆତ୍ମା ନିମନ୍ତେ ପିଣ୍ଡ ଦାନ କରାଯାଏ ସେହି ପିଣ୍ଡଦାନ କାରଣରୁ ମୃତକର ଆତ୍ମାକୁ ମୃତଲୋକରୁ ଯମଲୋକ ପର୍ଯ୍ୟନ୍ତ ଯିବା ପାଇଁ ଶକ୍ତି ମିଳିଥାଏ । ସେଥିପାଇଁ ଗରୁଡ ପୁରାଣରେ କୁହାଯାଇଛି କି ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ତେବେ ୧୩ ଦିନ ପର୍ଯ୍ୟନ୍ତ ତାର ଆତ୍ମା ପରିଜନ ମଧ୍ୟରେ ଘୁରି ବୁଲିଥାଏ ।