କେହି ତୁମ ଠାରୁ ଦୂରେଇ ଗଲେ କି ଇଗ୍ନୋର କଲେ କେବେବି ହେବନାହିଁ କଷ୍ଟ, ଖାଲି ଜାଣି ନିଅନ୍ତୁ ଏହି ଗୋଟେ କଥା

ଗୋଟିଏ ଗାଁରେ ଜଣେ ପିଲା ଥିଲା ଯିଏ ଭିତରୁ ଏବଂ ବାହାରୁ ବହୁତ ଭଲ ଥିଲା ମାନେ ସେ କାହାର କଷ୍ଟ ଦେଖି ପାରେ ନାହିଁ । ଏମିତି ଥିଲା ସେ ଯେ କୌଣସି ଲୋକ ତାସହ ରହିବାକୁ ପସନ୍ଦ କରିବ । ସମସ୍ତ ଗାଁ ଲୋକେ ବହୁତ ଖୁସି ଥିଲେ । ତାକୁ ଏହା ମଧ୍ୟ ଜଣା ଥିଲା କି ସେ କେଉଁ ବିଷୟରେ ଅଧିକ ଭଲ ଥିଲା । ଗୋଟିଏ ଦିନ ସେହି ଗାଁକୁ ଅନ୍ୟ ଗାଁର ଲୋକ ରହିବାକୁ ଆସିଲେ ।

ଗୋଟିଏ ପରିବାରରେ ଥିଲା ଯାହାଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ଥିଲା । ପରିବାରରେ ମା ବାପା ଏବଂ ଗୋଟିଏ ଛୋଟ ଭାଇ ଏକ ଝିଅ । ସେ ଝିଅ ବହୁତ ସୁନ୍ଦର ଥିଲା ଯିଏ ଥରେ ଦେଖିବ ଦେଖି ରହିଯିବ । ସେମାନଙ୍କ ଆସିବାରେ ଗାଁ ଲୋକଙ୍କ ଖୁସିରେ ଛାଇ ଯାଇ ଥିଲା । ସେହି ଝିଅକୁ ଗାଁରେ ବହୁତ ପୁଅମାନେ ପସନ୍ଦ କରୁଥିଲେ ।

ତାକୁ ଦେଖିବାକୁ ସବୁବେଳେ ଆଖ ପାଖରେ ଘୁରି ବୁଲନ୍ତି । ଦିନେ ସେ ନିଜ ଝିଅ ସାଙ୍ଗମାନଙ୍କ ସହିତ ବଳଦଗାଡିରେ ବୁଲିବାକୁ ଗଲା । ସେଠି କିଛି ଦୂରରେ ଏହି ପିଲା ଗଛ ମୂଳେ ବସି ଆଖୁ ଚୋବାଉ ଥିଲା । ସେତେବେଳେ ଦେଖିଲା ବଳଦ ଗାଡ଼ିର ଚକ କାଦୁଅରେ ଫସି ଗଲା ଏବଂ ବହୁ ଚେଷ୍ଟା ପରେ ମଧ୍ୟ ବାହାରିଲା ନାହିଁ । ପୁଣି ସେହି ପିଲାଟି ଗଲା, କେହି ନଡାକିଲେ ମଧ୍ୟ ପିଲାଟି ଯାଇ ସାହାଯ୍ୟ କଲା । ଚକକୁ ଧକ୍କା ଲଗେଇବାକୁ ଲାଗିଲା ।

ଯେମିତି ଚକ ବାହାରିଛି ସେ ଯାଇ ବଳଦ ଗାଡ଼ିର ଚାଳକକୁ ଯାଇ ଦେଖିଲା । ଆଉ ଯେମିତି ଦେଖିଛି ସେ ଆଶ୍ଚର୍ଯ୍ୟ ହୋଇଗଲା, ଦେଖିଲା ଇଏ ସେହି ଝିଅ ଯାହା ବିଷୟରେ ଗାଁ ଲୋକେ କଥା ହେଉଥିଲେ । ସେହି ଝିଅ ତାକୁ ଦେଖି ଟିକିଏ ହସି ଦେଲା ଆଉ ସେ ପୁଅ ତାକୁ ଖାଲି ଦେଖି ଚାଲିଲା କେତେବେଳେ ମନ୍ଦିରରେ ତ କେତେବେଳେ ନଦୀ ପାଖରେ । ପ୍ରାୟ ଏମାନେ ରାସ୍ତାରେ ମିଳି ଯାଆନ୍ତି ।

ଏହି ଦୁଇ ଜଣ ଧିରେଧିରେ କଥା ହେବା ଆରମ୍ଭ କରିଦେଲେ । ପୁଅଟି ତାକୁ ସିଧାସଳଖ କହିଦେଲା ‘ମୁଁ ତୁମକୁ ଭଲପାଏ’ ଏବଂ ମତେ ତୁମ ସହିତ ଭଲଲାଗେ । ଆଉ ସେ ଝିଅ କହିଲା ହଁ ମତେ ବି ତୁମ ସହିତ ଭଲଲାଗେ । ଦିନ ରାତି ବିତି ଚାଲିଲା, ଏମାନେ ଧିରେଧିରେ ପାଖକୁ ଆସିବାକୁ ଲାଗିଲେ । ତାପରେ ଦିନେ ଝିଅର ପରିବାର ଲୋକ ସହରର ଗୋଟିଏ ପିଲା ସହ ବାହାଘର ପାଇଁ ସ୍ଥିର କରିନେଲେ ।

ଝିଅ ପଢିଥିଲା ଏବଂ ସୁନ୍ଦର ଥିଲା ସେଥିପାଇଁ ବଡ଼ବଡ଼ ବାହାଘର ପ୍ରସ୍ତାବ ଆସୁଥିଲା । ଯେତେବେଳେ ସେ ଏହି ପୁଅକୁ କହିଲା ସେତେବେଳେ ସେହି ପିଲାଟି ବହୁତ ଚିନ୍ତାରେ ପଡ଼ିଗଲା । ଏମିତି ଲାଗିଲା ଯେମିତି କିଛି ଜିନିଷ ନଥିଲା ଏବଂ ଜଦି ଥିଲା ତାର ଯାହା ତା ପାଖରୁ କିଏ ନେଇଯିବ ଏହା କହିକି ସେ ଝିଅ ଏହି ପିଲାଟି ପାଖରୁ ବହୁତ ଦୂରକୁ ଚାଲିଗଲା ।

ଏପଟରେ ସେ ପ୍ରତ୍ୟେକ ମୁହୂର୍ତ୍ତ ସେ ବହୁ କଷ୍ଟରେ କାଟୁଥିଲା । ସେ ଘଣ୍ଟା ଘଣ୍ଟା ଧରି ଗୋଟିଏ ଯାଗାରେ ବସି ରହୁଥିଲା, ଭାବୁଥିଲା ବାକି ଜୀବନ ସେ କେମିତି ବିତେଇବ । ଯେତେବେଳେ ସେ ଧର୍ଯ୍ୟହୀନ ହୋଇଗଲା ସେତେବେଳେ ସେ ଗୋଟିଏ ପାହାଡକୁ ଚଢି ସେଠୁ ଡେଇଁବାକୁ ଭାବିଲା । ସେ ଡେଇଁବା ପୂର୍ବରୁ ଗୋଟିଏ ସାଧୁ ଯିଏ ଅନେକ ସମୟରେ ଶାନ୍ତି ପାଇଁ ସେଠାକୁ ଯିବା ଆସିବା କରନ୍ତି ସେ ପିଲାଟିକୁ କହିଲେ ଏତେ ଶସ୍ତା ତୁମ ଜୀବନ ଯେ ଏବେଠୁ ଶେଷ କରିବାକୁ ଚାହୁଁଛ ।

ଏତିକିରେ ପିଲାଟି ଚିଲାଇ କହିଲା ଏତେ ଭଲ ପାଉଥିଲି ତାକୁ ହେଲେ ସେ ମୋତେ ଛାଡିକି ଚାଲିଗଲା । ସେହି ସମୟରେ ବାବା ଜଣକ ତାକୁ ପଚାରିଲେ ତମେ କେମିତି ଜାଣିଲ ତମେ ତାକୁ ଭଲପାଉଥିଲ ବୋଲି । ପିଲାଟି ମତେ ତା ସହିତ ଭଲଲାଗେ, ମୁଁ ତା ସହିତ ଜୀବନ ବିତାଇବାକୁ ଚାହୁଁଥିଲି ଏବଂ ତା’ର ସମସ୍ତ ଇଚ୍ଛା ପୁରଣ କରିଥାନ୍ତି । ତାପରେ ବାବା ଯାହା କହିଲେ ସେ କଥାଟିକୁ ଶୁଣି ପିଲାଟି ଆଶ୍ଚର୍ଯ୍ୟ ହୋଇଗଲା ।

ସେ କହିଲେ ପ୍ରେମ ଏବଂ ମୋହରେ ବହୁତ ଫରକ୍ ଅଛି ମିନେ love ଆଉ attachment ଦୁହେଁ ଅଲଗା ଅଟନ୍ତି । ପ୍ରେମ ମୁକ୍ତି ଚାହେଁ କିନ୍ତୁ ମୋହ ବନ୍ଧନ ଚାହେଁ । ମୋହରେ ପାଇବାକୁ ଇଚ୍ଛା ରୁହେ ସେ ମୋର ହେଇକି ରହୁ ଏବଂ ପ୍ରେମରେ ଖାଲି ଦବାର ଖୁସି କି ସେ ଯେଉଁଠି ଥାଉ ଖୁସିରେ ରହିବା ନିହାତି ଆବଶ୍ୟକ । ପ୍ରେମ ଚାହେଁ ମୁଁ ତା ସହ ଗର୍ବ ଅନୁଭବ କରିବି କିନ୍ତୁ ମୋହ ଚାହେଁ ମୋ ସହିତ ସିଏ ଗର୍ବ ଅନୁଭବ କରୁ କି ମୁଁ କେମିତିକା ଜିନିଷ ।

ପ୍ରେମ ଆପଣଙ୍କୁ ଏହା ଅନୁଭବ କରାଇବ ଯେ ତମେ ତାଙ୍କ ସହିତ କିଛି ସୁନ୍ଦର ମୁହୁର୍ତ୍ତ ବିତାଇଛ । ତାକୁ ଶୁଣ ତାକୁ ଅନୁଭବ କରନ୍ତି । କିନ୍ତୁ ମୋହ ଚାହେଁ ସେ ମୋତେ ସବୁବେଳେ ଅନୁଭବ କରୁ, ସେ ମୋର କ୍ଷମତା ଦେଖୁ, ସେ ମୋତେ ଏମିତି ଭାବୁ କି କେହି ଅନ୍ୟ ଜଣେ ମୋ ପରି ଶକ୍ତିଶାଳୀ ନଲାଗୁ । ପ୍ରେମ କୁହେ ମୁଁ ତାକୁ ସମସ୍ତ ଜିନିଷ ହାସଲ କରିବାରେ ସାହାର୍ଯ୍ୟ କରିବି‌‌ ।

ମୋହକୁହେ ମାନେ ମୁଁ ତାକୁ କେବେ ଫିଲ୍ କରେଇ ଦେବନି ଯେ ତାକୁ କିଛି ଜୀବନରେ କରିବାକୁ ପଡୁ‌‌, ଯେତେବେଳେ ପ୍ରେମ ତାକୁ କାମ କରିବାର ମ୍ୟୈକା ଦବ‌ କି ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ନିଜ ହାତରେ ତୁଲାଇବା । ନିଜକୁ ଆହୁରି ମଜବୁତ୍ କରୁ । ପୁଣି ସାଧୁ କହିଲେ ଜଦି ତୁ ତାକୁ ପାଇବାକୁ ଚାହୁଁଛୁ ତାହେଲେ ଏହା ଏକ ମୋହ ଅଟେ ଯାହା ସମହ ସହିତ ଲିଭିଯିବ ।

ଜଦି ପ୍ରକୃତ ପ୍ରେମ କରୁଛ ତେବେ ତାକୁ ସ୍ବାଧିନ ଦିଅ । କାରଣ ତା ଖୁସିରେ ଆପଣ ଭାଗିଦାର ବନିବେ । ସେବେଠାରୁ ସେ ସବୁ ବୁଝି ପାରିଲା ଏବଂ ପୁରୁଣା ଜୀବନକୁ ଫେରିଲା । ତାପରେ ସେ ଜୀବନକୁ ଖୁସିରେ ବିତାଇବାକୁ ଲାଗିଲା ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।