ଦିଦି ଉତ୍ତର ଡାକୁଛନ୍ତି ଆଉ ପିଲାମାନେ ଟିପି ଚାଲିଛନ୍ତି, ଇଂରାଜୀ ପରୀକ୍ଷା ଦିନର ଏହି ଦୃଶ୍ୟ ଏବେ ହେଉଛି ଭାଇରାଲ, ଦେଖନ୍ତୁ video

ଦିଦି ଉତ୍ତର ଡାକି ଦେଉଛନ୍ତି ଆଉ ପିଲା ଖାଲି ଗୋଲ ବୁଲାଉଛନ୍ତି । ପରୀକ୍ଷା ଦିନ ଉତ୍ତର ଧରି ରେଡ୍ଡି ରହିଛନ୍ତି ସାର ଆଉ ଦିଦି । ପିଲାମାନେ ବି ଗୋଟିର ପରେ ଗୋଟିଏ ଉତ୍ତର ପେନ୍ ଧରି ଲେଖି ଚାଲିଛନ୍ତି । ପ୍ରଧାନ ଶିକ୍ଷକଙ୍କୁ ଏନେଇ ଜଣାନାହିଁ କି ଏହା କେଉଁ ଦିନର ଦୃଶ୍ୟ ବୋଲି । ହେଲେ ପିଲାଏ କହୁଛନ୍ତି ଏହା ଇଂରାଜୀ ପରୀକ୍ଷା ଦିନର ଦୃଶ୍ୟ ବୋଲି । ସୁପରିଟେଡେଣ୍ଟ ଓ ଇନଭିଜିଲେଟର ସବୁ ଜାଣି ବି ଚୁପ୍ ରହିଛନ୍ତି । ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ପିଲାମାନେ ବସି ପରୀକ୍ଷା ଦେଉଥିବା ବେଳେ ଜଣେ ଦିଦି ସାମ୍ନାରେ ଠିଆ ହୋଇ ଉତ୍ତର ଡାକି ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କେଉଁ ପ୍ରଶ୍ନର ଉତ୍ତର କଣ ବା 24 ର a 25 b 26 ର d କହି ଉତ୍ତର ଡାକୁଛନ୍ତି ଦିଦି । ତେବେ କେବଳ ଦିଦି ନୁହନ୍ତି ବରଂ ସାରମାନେ ବି ଏଥିରେ ସାମିଲ ଥିଲେ । ପିଲାମାନେ ଉତ୍ତର ଜାଗାରେ ଗୋଲ ବୁଲାଇ ଚାଲିଛନ୍ତି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରଶ୍ନର ଉତ୍ତର ଡାକି ଚାଲିଛନ୍ତି ।

ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ସଦର ବ୍ଲକ ର ବଡମସିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ । ଏନେଇ ପ୍ରଧାନ ଶିକ୍ଷକ ହୃଷୀକେଶ ମିଶ୍ରଙ୍କୁ ପ୍ରଶ୍ନ କରାଯିବାରୁ ସେ କହୁଛନ୍ତି ଶିକ୍ଷୟତ୍ରୀ ଆମ ବିଦ୍ୟାଳୟର ହେଲେ ଶିକ୍ଷକ କେଉଁଠିକାର ଆମେ ଜାଣିନୁ ତେଣୁ ତଦନ୍ତ ପରେ ଜଣାପଡିବ । ହେଲେ ଛାତ୍ରମାନେ କହିଛନ୍ତି କି, ଇଂରାଜୟ ପରୀକ୍ଷା ଦିନ ଏଭଳି ହୋଇଥିଲା ।

ଇନଭିଜିଲେଟର ଓ ସୁପରିଟେଡେଣ୍ଟଙ୍କ ଜାଣତରେ ଏସବୁ ଚାଲିଛି । ଏହି ଭାଇରାଲ ଭିଡିଓକୁ ଭଲ ଭାବେ ଦେଖିଲେ ଜାଣିପାରିବେ କି ପିଲାଙ୍କ ଖାତାରେ ଦସ୍ତଖତ କରୁଛନ୍ତି ଇନଭିଜିଲେଟର । ଆଉ ଏହି ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏକ ମାର୍କ ଥିବା ପ୍ରଶ୍ନ ଗୁଡିକର ଉତ୍ତର ଗୋଟି ଗୋଟି କରି ଡାକି ଦେଉଛନ୍ତି ।

ତେବେ ଗତ ମାଟ୍ରିକ ପରୀକ୍ଷାରେ ଅନେକ ତ୍ରୁଟି ସବୁ ସାମ୍ନାକୁ ଆସିଛି । ଶୃଙ୍ଖଳିତ ଭାବେ ମାଟ୍ରିକ ଚାଲିଥିବା ଶିକ୍ଷାମନ୍ତ୍ରୀ ଦାବି କରୁଥିବା ବେଳେ ଏଭଳି ଘଟଣା ସାମନାକୁ ଆସିବା ନିହାତି ଭାବେ ଚିନ୍ତାଜନକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।