ଡାଇବେଟିସ କୁ ମୂଳରୁ ଭଲ କରିବା ପାଇଁ ଏହି ୫ଟି ଜିନିଷ ଅବଶ୍ୟ ଖାଆନ୍ତୁ, ଏହିପରି ଭାବରେ କରନ୍ତୁ ସେବନ

ସେମିତି ତ ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ବହୁତ ଜିନିଷ ଅଛି ଯାହା ଆପଣଙ୍କୁ ଜଣାଥିବ, କିନ୍ତୁ ଯଦି ଆପଣଙ୍କୁ ତାହାକୁ ଖାଇବାର ସଠିକ ଉପାୟ ଓ ସଠିକ ସମୟ ଜଣା ନ ଥିବ ତେବେ ତାହା ଆପଣଙ୍କ ଶରୀରରେ ପୂର୍ଣ୍ଣତଃ ପ୍ରଭାବ ପକାଇପାରିବ ନାହିଁ । ଥରେ ଯଦି କାହାକୁ ଡାଇବେଟିସ ହୋଇଯାଇଥାଏ ତେବେ ତା’କୁ କେବଳ ଔଷଧ ଉପରେ ନିର୍ଭର ନ ରହି ନିଜର ଦୈନଦିନ ଜୀବନରେ ବି ଚେଞ୍ଜେସ ଆଣିବାର ଆବଶ୍ୟକତା ପଡିଥାଏ ତେବେ ଯାଇ ଏହି ରୋଗକୁ ସବୁଦିନ ପାଇଁ ଭଲ କରାଯାଇପାରିବ ।

ସବୁ ରୋଗର ପ୍ରତିକାର ପାଇଁ ଡାଏଟ ର ଖାସ ଯୋଗଦାନ ରହିଥାଏ । ଯଦି ଆପଣ ପ୍ରତିଦିନ ଖାଦ୍ଯରେ ଡାଇବେଟିସ ବିରୁଦ୍ଧରେ ପ୍ରଭାବ ଦେଖାଉଥିବା ଜିନିଷର ଅଧିକ ସେବନ କରନ୍ତି ତେବେ ବିନା କୌଣସି ଔଷଧ ବା ଇନସୁଲିନରେ ଶରୀରର ସୁଗାର ଲେଭଲକୁ କଣ୍ଟ୍ରୋଲ କରାଯାଇପାରେ । ଆସନ୍ତୁ ଜାଣିବା ଏହିପରି ୫ ଟି ଜିନିଷ ବିଷୟରେ ।

୧. ଡାଲଚିନି

Image courtesy: Google

ଡାଲଚିନିର ସ୍ଵାଦ ଟିକେ ମିଠା ହୋଇଥିଲେ ମଧ୍ୟ ଏହା ଆମ ଶରୀରର ସୁଗାର ଲେଭଲକୁ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିଥାଏ । ଏହାକୁ ପ୍ରତିଦିନ ସେବନ କରିବା ଦ୍ଵାରା ଶରୀରରୁ ବ୍ଯାଡ କୋଲେଷ୍ଟ୍ରୋଲ କମ ହୋଇଥାଏ ଓ ଏହା ଇମ୍ୟୁନ ସିଷ୍ଟମକୁ ମଝବୁତ କରିଥାଏ । ଦିନକୁ ଥରେ କୌଣସି ବି ସମୟରେ ୫-୧୦ ଗ୍ରାମ ଡାଲଚିନି ପାଉଡର ର ସେବନ ଗରମ ପାଣି ସହିତ ଆପଣ କରିପାରିବେ ।

୨. ଅଁଳା ଓ ହଳଦୀ

Image courtesy: Google

ଅଁଳା କୁ ଯେତେବେଳେ ହଳଦୀରେ ମିଶାଇ ଦିଆଯାଏ ତେବେ ଏହା ଡାଇବେଟିସ ଉପରେ ବହୁତ ପ୍ରଭାବ ପକାଇଥାଏ । ଅଁଳାରେ କ୍ରୋମିୟମ ନାମକ ମିନେରାଲ ଥାଏ ଯାହା ଆମ ଶରୀରର କାର୍ବୋହାଇଡ୍ରେଟ ମେଟାବୋଲିଜ୍ମ କୁ ବୁଷ୍ଟ କରିଥାଏ ଓ ଇନସୁଲିନ ତିଆରି କରିବାର ଶକ୍ତିକୁ ପ୍ରାକୃତିକ ରୂପରେ ବଢାଇଥାଏ । ଏଥିପାଇଁ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ପାଣି ପିଇବାର ଅଧ ଘଣ୍ଟା ପରେ ୨୦-୩୦ ml ଅଁଳା ଜୁସରେ ଦୁଇ ଚୁଟକି ହଳଦୀ ମିଶାଇ ସେବନ କରନ୍ତୁ ।

୩. ସଦାବିହାରୀ

Image courtesy: Google

ସଦାବିହାରୀ ଗଛ ଡାଇବେଟିସ ବ୍ଯତୀତ ହାଇ ବ୍ଲଡ ପ୍ରେସର ଓ କ୍ୟାନ୍ସର ଭଳି ରୋଗ ପାଇଁ ବହୁତ ଉପଯୋଗୀ ହୋଇଥାଏ । ଡାଇବେଟିସରେ ଏହାର ପ୍ରୟୋଗ କରିବା ପାଇଁ ୫-୬ ଟି ସଦାବିହାରୀ ଫୁଲ ଓ ୨-୩ ଟି ତା’ର ପତ୍ରକୁ କାକୁଡି ଓ ଟମଟୋ ସହିତ ମିଶାଇ ଜୁସ ତିଆରି କରନ୍ତୁ । ପ୍ରତିଦିନ ଖାଲି ପେଟରେ ବା ଖାଦ୍ଯ ଖାଇବାର ଏକ ଘଣ୍ଟା ପରେ ଏହାର ସେବନ କରନ୍ତୁ ।

୪. ଭୁର୍ସଙ୍ଗ ପତ୍ର

Image courtesy: Google

ଭୁର୍ସଙ୍ଗ ପତ୍ରରେ ଏତେ ଔଷଧୀୟ ଗୁଣ ଥାଏ କି ଏହାର ବ୍ୟବହାର ଦ୍ଵାରା ବହୁତ ପ୍ରକାରର ଗମ୍ଭୀର ରୋଗ ଭଲ ହୋଇଥାଏ । ଏଥିରେ କିଛି ଏମିତି ତତ୍ତ୍ଵ ରହିଛି ଯାହା ଶରୀରର ସୁଗାର ଲେଭଲକୁ ବଢିବାରୁ ଅଟକାଇଥାଏ । ଏଥିପାଇଁ ଆପଣ ୮-୧୦ ଟି ଭୁର୍ସଙ୍ଗ ପତ୍ରକୁ ପେଶୀ ତାହାର ଚଟଣି ତିଆରି କରନ୍ତୁ ।

ପାଣିରେ ଏହି ଚଟଣିକୁ ପକାଇ ସେ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ପାଣି ଅଧା ନ ହୋଇଯାଇଛି । ଏହା ପରେ ତାହାକୁ ଛାଣି ହାଲ୍କା ଗରମ ଥାଇ ଏହାକୁ ପିଅନ୍ତୁ । ଏହାକୁ ସପ୍ତାହରେ ତିନି ଥର ଦିନରେ ଖାଦ୍ଯ ଖାଇବା ପରେ ବା ସନ୍ଧ୍ୟାରେ ସେବନ କରି ପାରିବେ ।

୫. ଏଲୋବେରା

Image courtesy: Google

ଏହା ଆମର ବାଳ ଓ ତ୍ଵଚ୍ଚା ପାଇଁ ଯେତିକି ଉପଯୋଗୀ ହୋଇଥାଏ ତା ଠାରୁ ଅଧିକ ଏହା ଆମର ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ । ଗବେଷଣାରୁ ଜଣା ପଡିଛି କି ଏହା ଦ୍ଵାରା ଡାଇବେଟିସ ସହିତ ହାଇ ବ୍ଲଡ ପ୍ରେସର ଆସ୍ଥମା, ଗ୍ଳୁକୋମା ଓ ପେଟ ସମ୍ବନ୍ଧୀୟ ବହୁତ ପ୍ରକାରର ରୋଗକୁ ଠିକ କରାଯାଇପାରେ । ବଢିଥିବା ସୁଗାର ଲେଭଲକୁ କଣ୍ଟ୍ରୋଲ କରିବା ପାଇଁ ପ୍ରତିଦିନ ୨ ୦ -୩୦ ml ଏଲୋବେରା ଜୁସ ଗରମ ପାଣି ସହିତ ସେବନ କରିବା ଉଚିତ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।