IPL ପୂର୍ବରୁ ଧୋନୀ ଙ୍କ ପାଇଁ ଆସିଲା ବଡ ଖୁସି ଖବର, CSK ର ଏହି ଦମଦାର ବ୍ୟାଟ୍ସମ୍ୟାନଙ୍କ ବିସ୍ପୋରକ ଶତକ

ଆଇପିଏଲ ୨୦୨୧ ଆରମ୍ଭ ହେବା ପୂର୍ବରୁ ହିଁ CSK ଓ ଧୋନୀଙ୍କ ପାଇଁ ବହୁତ ବଡ ଖୁସି ଖବର ଆସି ଯାଇଛି । କହିବାକୁ ଗଲେ CSK ନିଜର ଓପନିଙ୍ଗ ବ୍ୟାଟ୍ସମ୍ୟାନକୁ ନେଇ ବହୁତ ଚିନ୍ତିତ ଥିଲା । ଏମିତିରେ ପ୍ରଥମ ଓପନିଙ୍ଗ ବ୍ୟାଟ୍ସମ୍ୟାନ ରୂପରେ ଋତୁରାଜ ଗାୟକୱାଡ଼ ନିଜର ସ୍ଥାନକୁ ପୂରାପୂରି ସଠିକ କରିଦେଇଥିଲେ ଯେତେବେଳେ ସେ ଆଇପିଏଲ ୨୦୨୦ର ଶେଷ ତିନୋଟି ମ୍ୟାଚରେ ଲଗାତର ୫୦ ରନ କରିଥିଲେ । ଏମିତିରେ CSKର ପ୍ରଥମ ଓପନିଙ୍ଗ ବ୍ୟାଟ୍ସମ୍ୟାନ ରୂପରେ ସେ ନିଜର ସ୍ଥାନକୁ ସ୍ଥାୟୀ କରି ଦେଇଥିଲେ ।

କିନ୍ତୁ CSKର ଦ୍ଵିତୀୟ ଓପନିଙ୍ଗ ବ୍ୟାଟ୍ସମ୍ୟାନ କିଏ ହେବ ଏହାକୁ ନେଇ CSKର ଚୟନକର୍ତ୍ତାମାନେ ବହୁତ ଚିନ୍ତିତ ଥିଲେ । ଶେଷରେ CSKର ଚୟନ କର୍ତ୍ତାମାନେ ଦ୍ଵିତୀୟ ଓପନିଙ୍ଗ ବ୍ୟାଟ୍ସମ୍ୟାନ ରୂପରେ ରୋବିନ ଉଥପ୍ପାକୁ ବାଛିଥିଲେ ଓ ଅନ୍ୟ ପଟେ ରୋବିନ ଉଥପ୍ପା ବି ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରି ଧୋନୀ ଓ CSKର ଚୟନ କର୍ତ୍ତାମାନଙ୍କୁ ଖୁସି କରି ଦେଇଛନ୍ତି ।

ଓପନିଙ୍ଗ ବ୍ୟାଟ୍ସମ୍ୟାନ ରୂପରେ ରୋବିନ ଉଥପ୍ପା ନିଜକୁ ପ୍ରମାଣିତ କରି ଦେଇଛନ୍ତି । ଯାହା ଦ୍ଵାରା CSKର ଚିନ୍ତା ଦୂର ହୋଇ ଯାଇଛି । କହିବାକୁ ଗଲେ ରୋବିନ ଉଥପ୍ପା ବିଜୟ ହଜାରେ ଟ୍ରଫିରେ ନିଜର କେରଲ ଟିମ ତରଫରୁ ଖେଳିଥିଲେ ।

ଏହି ମ୍ୟାଚ ଓଡିଶା ବିରୁଦ୍ଧରେ ଥିଲା ଓ ରୋବିନ ଉଥପ୍ପା ଏହି ମ୍ୟାଚରେ ଶତକ ମାରିଛନ୍ତି । କହିଦେଉଛୁ କି ପଡିଆ ଓଦା ଥିବା ଯୋଗୁ ଏହି ମ୍ୟାଚ ୪୫ ଓଭରର ଥିଲା । ପ୍ରଥମେ ଓଡିଶାର ଖେଳାଳିମାନେ ପ୍ରଥମ ବ୍ୟାଟିଙ୍ଗ କରି ୨୫୮ ରନ କରିଥିଲେ । ଏହା ପରେ ୨୫୯ ରନର ଲକ୍ଷକୁ ପିଛା କରି ରୋବିନ ଉଥପ୍ପା ୮୫ ବଳରେ ୧୦୭ ରନ କରିଥିଲେ ।

ଏହି କାରଣରୁ ତାଙ୍କର ଟିମ ଏହି ମ୍ୟାଚକୁ ଅତି ସହଜରେ ନିଜର କରି ଦେଲେ । ଏହିଭଳି ଭାବରେ ରୋବିନ ଉଥପ୍ପା ଧୋନୀଙ୍କର ଚିନ୍ତା ପ୍ରାୟତଃ କମ କରି ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଦେଖିବାର ଅଛି କି ଆଇପିଏଲରେ ତାଙ୍କର ପ୍ରଦର୍ଶନ କେଉଁ ଭଳି ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ