ଧୋକାବାଜ ପାର୍ଟନରକୁ କେମିତି ଉଚିତ ଶିକ୍ଷା ଦେବେ ? ଆପଣଙ୍କୁ ହରାଇଥିବାରୁ ପଛରେ ପସ୍ତେଇବ – Motivational speech

ଯେତେବେଳେ ଜଣେ ବ୍ୟକ୍ତି ପ୍ରେମରେ ପଡି ଜଣଙ୍କୁ ଭରଷା ଓ ବିଶ୍ବାସ କରି ନିଜ ଧନ, ମନ ଓ ଶରୀର ସବୁ ତାଙ୍କୁ ସମର୍ପଣ କରିଦେଇଥାଏ । ହେଲେ ପ୍ରତି ବଦଳରେ ଯେତେବେଳେ ସେହି ବ୍ୟକ୍ତି ଜାଣିବାକୁ ପାଇଥାଏ । ଯେ ସିଏ ଏତେ ଯାହାକୁ ବିଶ୍ବାସ କରୁଥିଲେ । ସେ ଆପଣଙ୍କ ବିଶ୍ବାସରେ ବିଷ ଦେଇଛି । ଆପଣଙ୍କ ସହ ଛଳନା କରି ଆପଣଙ୍କୁ ଧୋକା ଦେଇଛି । ସେତେବେଳେ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରି ଯାଇଥାଏ ।

ତେବେ ଏହିଭଳି ପରିସ୍ଥିତିରେ ଭାଙ୍ଗି ଯାଇଥିବା ହୃଦୟ ଧରି ବୁଲୁଥିବା ମଣିଷଟି କିପରି ନିଜକୁ ଶକ୍ତିଶାଳୀ କରିପାରିବ ।ଏଥିସହ ସେହି ଧୋକାବାଜ ପାର୍ଟନରକୁ କିଭଳି ଉଚିତ ଶିକ୍ଷା ଦେଇପାରିବ ସେ ସମ୍ପର୍କରେ ଚାଲନ୍ତୁ ଜାଣିବା । ଯେଉଁ ବ୍ୟକ୍ତି ଆପଣଙ୍କର ବିଶ୍ବାସ ଓ ଭରଷାର ମର୍ଯ୍ୟାଦା ରଖିପାରିଲା ନାହିଁ । ଆପଣଙ୍କ ହାତ ଅଧା ବାଟରେ ଛାଡିଦେଇ ଚାଲିଗଲା । ଆପଣଙ୍କ କାନ୍ଦିବାର କାରଣ ବନିଗଲା । ଆପଣଙ୍କ ଲୁହର ମୂଲ୍ୟ ଯିଏ ବୁଝି ପାରିଲା ନାହିଁ କି ଆପଣ କାନ୍ଦିଲେ ତାକୁ କିଛି ଫରକ ପଡୁ ନାହିଁ ।

ସେହିଭଳି ବ୍ୟକ୍ତି ପାଇଁ ଆଖିରୁ ଲୁହ ଝରାଇବା ମଧ୍ୟ ଉଚିତ ନୁହେଁ ।ସେବେ ଠାରୁ ହିଁ ଆପଣ ନିଜ ଠାରେ ଏକ ବଡ ପରିବର୍ତ୍ତନ ଆଣିବା ଉଚିତ । ଆପଣଙ୍କୁ କିଛି ଏଭଳି ସେହି ସମୟରେ କରିବା ଉଚିତ । ଯିଏ ଆପଣଙ୍କୁ ଛାଡିକି ଯାଇଥିବ । ସେ ମଧ୍ୟ ଆପଣଙ୍କ ସଫଳତା ଦେଖି ନିଜ ଭୁଲ ପାଇଁ ନିହାତି ପସ୍ତେଇବ ।

ଧୋକା ଦେଇଥିବା ଲଭ ପାର୍ଟନରକୁ ଅପ ଶବ୍ଦରେ ଗାଳି ଦେଇ କି ତାକୁ ଅଭିଶାପ ଦେଇ ଆପଣ ନିଜକୁ ଛୋଟ କରନ୍ତୁ ନାହିଁ । ବଂର ନିଜକୁ ଏମିତି ଭାବେ ଗଢି ତୋଳନ୍ତୁ । ଯେମିତି ଆପଣ ନିଜ ପାଇଁ ଓ ନିଜ ପରିବାର ପାଇଁ ମାନ ସମ୍ମାନ ଆଣିପାରିବେ ।

ଆପଣଙ୍କ ଛୋଟ ରୁ ବଡ ସଫଳତା ସବୁ ଦେଖି ସେ ମଧ୍ୟ ନିଜ ଉପରେ ଧିକାର କରିଦେବା ଆରମ୍ଭ କରିଦେବ । ସେହି ଧୋକାବାଜର ଆଖି ସାମ୍ନାରେ ନିଜକୁ ଏମିତି ଯୋଗ୍ୟ କରିଦେଖନ୍ତୁ । ଯେମିତି ସେ ଆପଣଙ୍କ ଯୋଗ୍ୟ ହିଁ ହୋଇକି ରହିବେ ନାହିଁ ।

ଆପଣଙ୍କ ଏହି ପ୍ରୟାସ ଓ ଚେଷ୍ଟା ଆପଣଙ୍କ ସମାଜ ପାଇଁ ପ୍ରେରଣା ସୃଷ୍ଟି କରିପାରିବ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ