ଧୋକା ଖାଇବା ପରେ ପ୍ରେମିକାଙ୍କ ନାଁରେ ଏତଲା ଦେଲେ ପ୍ରେମିକ, ତାଙ୍କ କାହାଣୀ ଶୁଣିଲେ ଆପଣଙ୍କୁ ବି ଦୁଃଖ ଲାଗିବ

ପ୍ରେମ ଓ ପ୍ରତାରଣାର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ପ୍ରେମିକା ମୋବାଇଲ ଠାରୁ ଆରମ୍ଭ କରି ଟଙ୍କା ଓ ସୁନା ପର୍ଯ୍ୟନ୍ତ ସବୁକିଛି ନେଲା, କିନ୍ତୁ ଶେଷରେ ପ୍ରେମିକକୁ ଧୋକା ଦେଲା । ନିଜ ପ୍ରେମିକକୁ ଛାଡି ଆଉ କାହା ସହ ଆରମ୍ଭ କଲା ପ୍ରେମ ସମ୍ପର୍କ । ଯାହାକୁ ସହ୍ୟ କରି ନପାରି ଶେଷରେ ଆଇନର ଦ୍ଵାରସ୍ଥ ହୋଇଛନ୍ତି ପ୍ରେମିକ । ପ୍ରେମିକା ଧୋକା ଦେବା ପରେ ଥାନାରେ ଯାଇ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଛନ୍ତି ପ୍ରେମିକ ସମୀର ଜେନା । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା । କେତେବେଳେ ଟିକିଏ ନୋକଝୋକ ହୋଇ ଯାଉଥିଲା ତ ଆଉ କେତେବେଳେ ପ୍ରେମରେ ବୁଡି ରହୁଥିଲେ ଦୁହେଁ । ଯାହାକି ଆପଣ ତାଙ୍କ ଚାଟିଂରେ ସ୍ପଷ୍ଟ ଭାବେ ଦେଖିପାରିବେ । ପ୍ରେମିକାଙ୍କ ମନଲାଖି ଗିଫ୍ଟ ମଧ୍ୟ ଦେଉଥିଲେ ପ୍ରେମିକ । ଏମିତିକି ତାଙ୍କୁ ମୋବାଇଲ ଏବଂ ସୁନା ଅଳଙ୍କାର ମଧ୍ୟ ଦେଇଥିଲେ । ଦାମୀ ଗିଫ୍ଟ ପାଇବା ପରେ ପ୍ରେମିକା ମଧ୍ୟ ଖୁବ ଖୁସି ହେଉଥିଲା ।

କିନ୍ତୁ ଏହାରି ମଧ୍ୟରେ ପ୍ରେମିକା ଅନ୍ୟ କାହା ସହ ପ୍ରେମ ସମ୍ପର୍କ ରଖିଥିବା ସମୀର ଅଭିଯୋଗ ଆଣିଛନ୍ତି । ଯାଜପୁର ଟାଉନ ଥାନା ଅନ୍ତର୍ଗତ ରାହାସୋଇ ଗ୍ରାମର ସମୀର ଜେନା ଯାଜପୁର ସଦର ଥାନା ଅନ୍ତର୍ଗତ ବାଲିଆମୁଣ୍ଡୁଳି ଗ୍ରାମର ଜଣେ ଯୁବତୀଙ୍କୁ ୬ ବର୍ଷ ହେବ ପ୍ରେମ କରୁଥିଲେ ଓ ତାଙ୍କୁ ବିବାହ କରି ଜୀବନସାଥି କରିବାର ଆଶା ମଧ୍ୟ ରଖିଥିଲେ । ଉଭୟ ଜୀବନସାଥି ହେବାର ନିଷ୍ପତ୍ତି ନେଇଥିବାରୁ ପ୍ରେମିକାଙ୍କୁ ଘରଲୋକଙ୍କ ସହ ମିଶାଇବା ସହ ତାଙ୍କ ପଛରେ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିଲେ ସମୀର ।

କିନ୍ତୁ ପ୍ରେମିକା ଏବେ ସବୁକିଛି ଭୁଲି ଆଉ କାହା ସହ ଆଗକୁ ବଢିବାକୁ ଚାହୁଁଥିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିବାକୁ ଲାଗିଲା । ତେଣୁ ନିଜର ସବୁ କ୍ଷତିପୂରଣ ମାଗିଛନ୍ତି ସମୀର । ସେ ପୋଲିସ ଆଗରେ କହିଛନ୍ତି କି, ଯେମିତି ପ୍ରେମରେ ଆଘାତ ପାଇଲେ ଯୁବତୀ ମାନଙ୍କୁ ସବୁ ପ୍ରକାର ନ୍ୟାୟ ମିଳୁଛି ସେମିତି ମୋତେ ବି ନ୍ୟାୟ ଦରକାର । ସମୀର ସବୁର ପ୍ରମାଣ ମଧ୍ୟ ରଖିଛନ୍ତି ବୋଲି କହୁଛନ୍ତି ।

ଏହାସହ ଅନ୍ଧ ଭଳି କାହାକୁ ପ୍ରେମ ନ କରିବା ପାଇଁ ସେ ଯୁବ ବର୍ଗଙ୍କୁ ପରାମର୍ଶ ଦେଇଛନ୍ତି । ନଚେତ ତାଙ୍କ ଭଳି ପସ୍ତେଇବାକୁ ପଡିପାରେ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।