ଧାତୁ ସିଣ୍ଡ୍ରୋମ କଣ ପ୍ରକୃତରେ ଏକ ରୋଗ ନା ମାନସିକ ଅବସ୍ଥା ? ଜାଣନ୍ତୁ Dr. Snehanshu Dey ଙ୍କ ଖାସ ଟିପ୍ସ

ଧାତୁ ରୋଗକୁ ନେଇ ଆମ ସମାଜରେ ଅନେକ ଅନ୍ଧବିଶ୍ବାସ ରହିଛି । କିଏ କୁହେ ଶରୀରରୁ ଅଧିକ ଧାତୁ ଗଲେ ପତଳା ହୋଇଯାନ୍ତି ତ ଆଉ କିଏ କୁହେ ଧାତୁ କ୍ଷୟ ଏକପ୍ରକାର ରୋଗ ଅଟେ । ହେଲେ ଏହି ଧାତୁ ସମ୍ବନ୍ଧରେ ଡାକ୍ତରମାନେ କଣ କୁହନ୍ତି ? ଧାତୁ ସମସ୍ଯା ପ୍ରକୃରରେ କଣ ? ଏହା ଶାରୀରିକ ରୋଗ ନା କେବଳ ଏକ ମାନସିକ ଅବସ୍ଥା ? ତେବେ ଏ ସମ୍ପର୍କରେ ଆସନ୍ତରୁ ବିସ୍ତୃତ ରୂପେ ଜାଣିବା ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ’ ଙ୍କ ଠାରୁ ।

ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଧାତୁ କ୍ଷୟ କୌଣସି ରୋଗ ନୁହେଁ ବରଂ ଏକ ଅନ୍ଧବିଶ୍ଵାସ । ଯେମିତିକି ସବୁ ସଂପ୍ରଦାୟର ଲୋକଙ୍କ ନିଜର ସ୍ଵତନ୍ତ୍ର ନୀତିନିୟମ ରହିଛି ସେହିଭଳି ଧାତୁ ଶିଣ୍ଡ୍ରୋମକୁ ମଧ୍ୟ କିଛି ପରମ୍ପରା ଏକ ରୋଗ ବୋଲି ମାନି ନେଇଛନ୍ତି । ଧାତୁ କ୍ଷୟ ବା ଧାତ ଶିଣ୍ଡ୍ରୋମ ହେଲେ ଲୋକେ ଭାବନ୍ତି ତାଙ୍କ ଶରୀରରୁ ଅଧିକ ଧାତୁ କ୍ଷୟ ହୋଇଯାଉଛି । ଅର୍ଥାତ ରୋଗୀ ଭାବନ୍ତି କି ପରିସ୍ରା ବାଟେ, ସ୍ଵପ୍ନଦୋଷ ଆଦି ଦ୍ଵାରା ଧାତୁ କ୍ଷୟ ହେଉଛି ଫଳରେ ସେ ବହୁତ ଦୁର୍ବଳ ହୋଇ ଯାଉଛନ୍ତି ।

କୌଣସି କାମରେ ମନ ଲାଗୁନି, ଏକାଗ୍ରତା ଆସୁନି ଏବଂ ମୋତେ ଲାଗୁଛି ମୁଁ କେବେ ବାପା ହୋଇ ପାରିବିନି ଏମିତି ମଧ୍ୟ କହିଥାନ୍ତି । କିନ୍ତୁ ଆସଲରେ ସେମିତି କିଛି ରୋଗ ନାହିଁ । ପୁରୁଣା ଶାସ୍ତରେ ଆମ ମୁଣ୍ଡରେ ପୁରେଇ ଦିଆଯାଇଛି କି, 200 ଏଊ 300 ବୁନ୍ଦା ରକ୍ତରୁ ଗୋଟିଏ ବୁନ୍ଦା ଧାତୁ ତିଆରି ହେଉଛି ।

ଆମ ଶରୀର ଗୋଟେ କାରଖାନା ସଦୃଶ । ଯେମିତି ରକ୍ତ ଏବଂ ମଳମୁତ୍ର ଆଦି ତିଆରି ହେଉଛି ଠିକ ସେମିତି ଧାତୁ ମଧ୍ୟ ତିଆରି ହୋଇଥାଏ । ଶାରୀରିକ ସମ୍ପର୍କ ରଖିଥାନ୍ତି କିମ୍ବା ହସ୍ତମୈଥୁନ କରିଥାନ୍ତି ଜରିଆରେ ଆମ ଶରୀରରୁ ଧାତୁ ବାହାରିଥାଏ । କିମ୍ବା ସ୍ଵପ୍ନରେ ଏବଂ ଝାଡା ପରିସ୍ରା ବେଳେ ଧାତୁ ବାହାରିଥାଏ । ହେଲେ ଏଥିରେ ଭୟ କରିବାର କୌଣସି ଆବଶ୍ୟକ ନାହିଁ । ଯଦି ଗୋଟିଏ ବାଲଟିରେ ପାଣି ଭର୍ତ୍ତି ହୋଇଗଲେ ଏହା ଯେମିତି ଉଛୁଳେ ଧାତୁ କ୍ଷୟ ମଧ୍ୟ ଠିକ ସେମିତି ହୁଏ ।

ଯଦି ଆପଣ ସେଭଳି କିଛି ଆକ୍ଟିଭିଟି କରୁନାହାନ୍ତି ଯାହାଦ୍ୱାରା ଆପଣଙ୍କ ଶରୀରରୁ ଧାତୁ ବାହାରିବ ତେବେ ତାହା ଅଧିକ ହେଇଗଲେ ଆପେ ଆପେ ବାହାରି ଆସେ । କାରଣ ଆମ ଶରୀରରେ ଏହା ଲଗାତାର ତିଆରି ହୋଇ ଚାଲିଥାଏ । ସମସ୍ତେ ଭାବନ୍ତି କି ଧାତୁକ୍ଷୟ ହେଇଗଲେ ବହୁତ ଖରାପ ।

କାରଣ ଏହାଦ୍ବାରା ଆମ ଶରୀରରୁ ଶକ୍ତି ଚାଲିଯାଉଛି ବୋଲି ଭାବନ୍ତି । ଉପଯୁକ୍ତ ଯୌ-ନ ଶିକ୍ଷାର ଅଭାବରୁ ଆମ ସମାଜରେ ଏହି ସମସ୍ଯା ଦେଖିବାକୁ ମିଳେ । କିନ୍ତୁ ଯଦି କେହି ଏନେଇ ଚିନ୍ତିତ ରହୁଥିବେ ତେବେ କାହା କଥାରେ ପଡି ଅଯଥା ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ ।

କାରଣ ଏହାର ଫାଇଦା ଉଠାଇ ଅନେକ ଲୋକ ଠକାମିର ଶିକାର ହୁଅନ୍ତି । ଏମିତି କିଛି ସମସ୍ଯା ହେଉଥିଲେ ଆପଣ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ କରନ୍ତୁ ତେବେ ଯାଇ ଏହି ସମସ୍ଯା ବିଷୟରେ ଜାଣିପାରିବେ ଓ ବୁଝିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ କରନ୍ତୁ ।