“ଧର୍ମେନ୍ଦ୍ର ଥିଲା ଯେ ଦଉଥିଲା, ବିଜେପି ପାଖେ ତ…” ପଞ୍ଚାୟତ ନିର୍ବାଚନକୁ ନେଇ କିଛି ଏମିତି ଭବିଷ୍ୟବାଣୀ କଲେ କଂଗ୍ରେସ ବିଧାୟକ Suresh Routray, ଦେଖନ୍ତୁ video

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବର୍ତ୍ତମାନ ଜୋରଦାର ପ୍ରସ୍ତୁତି ଚଳେଇଛନ୍ତି ସବୁ ଦଳ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନକୁ ଦିନ ପାଖେଇ ଆସୁଛି । ଏହା ପୂର୍ବରୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓରଫ ସୁର ଭାଇ ଭବିଷ୍ୟବାଣୀ କରିଛନ୍ତି । ନିଜ ମନ୍ତବ୍ୟକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି ସୁର ଭାଇ । ଆଉ ଏଥର ନିର୍ବାଚନକୁ ନେଇ ତାଙ୍କର ଏହି ଭବିଷ୍ୟବାଣୀ ଏବେ ଚର୍ଚ୍ଚାରେ ରହିଛି । ଏଥର ନିର୍ବାଚନରେ ବିଜେପି ପଛକୁ ହାତିବ ଏବଂ କଂଗ୍ରେସ ଆଗକୁ ଉଠିବ ବୋଲି ଆକଳନ କରିଛନ୍ତି ସୁର ଭାଇ ।

ସେପଟେ ସୁର ଭାଇଙ୍କ ଆକଳନକୁ ନେଇ ବିଜେପି ମଧ୍ୟ ଜବାବ ରଖିଛି । ୨୦୧୭ ତୁଳନାରେ ତାଙ୍କ ଦଳ ଆହୁରି ଭଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ସୁର ଭାଇ ଦୃଢ ଭାବେ କହିଛନ୍ତି କି ରାଜ୍ୟରେ ଏବେ ଦ୍ଵିତୀୟ ସ୍ଥାନ ଆମେ ଦାଖଲ କରି ସାରିଲୁଣି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି କି ନିର୍ବାଚନକୁ ଆହୁରି ଦଶ ପନ୍ଦର ଦିନ ବାକି ଅଛି, ଯଦି ହୁଏ ଆମେ ଏକ ନମ୍ବରକୁ ମଧ୍ୟ ଚାଲି ଯାଇ ପାରୁ । ଏମିତି ହେଲେ ବିଜେଡି ନମ୍ବର ୨ ରେ ଓ ନମ୍ବର ୩ ରେ ବିଜେପି ଆସିଯିବ ।

ଏହାର କାରଣ ହେଉଛି ବିଜେପି ଏଥର ପଇସା ପତ୍ର ବାଣ୍ଟୁ ନାହାନ୍ତି । ଧର୍ମେନ୍ଦ୍ର ଥିଲା ଯେ ପଇସା ପତ୍ର ଦେଉଥିଲା, କିନ୍ତୁ ଏବେ ୟାଙ୍କ ପାଖେ ପରା କିଛି ପଇସା ପତ୍ର ନାହିଁ ବୋଲି କହିଛନ୍ତି ସୁର ଭାଇ । ଧର୍ମେନ୍ଦ୍ର ନ ଥିବାରୁ ବିଜେପିର ଅଧା ପ୍ରାର୍ଥୀ ୱିଥଡ୍ର କରି ନେଇଗଲେଣି । ଆଉ ଅଧା ଯାଇ କଂଗ୍ରେସ ପାଖେ ସରେଣ୍ଡର କଲେଣି । ତେଣୁ ଏଥର କଂଗ୍ରେସ ନିଶ୍ଚିତ ଭାବେ ଦ୍ଵିତୀୟ ସ୍ଥାନରେ ରହିବ ବୋଲି ସୁର ଭାଇ ଦୃଢତାର ସହ କହିଛନ୍ତି ।

ଯଦି ବିଜେପି ପୁଳେ ନୋଟ ଛାଡିବ ତେବେ ଯାଇ କଂଗ୍ରେସ ସାଙ୍ଗେ ଫାଇଟକୁ ଆସିବ । କିନ୍ତୁ ସେପଟେ ବିଜେପି କହିଛି କି ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶରେ ବଡ ଦାୟିତ୍ଵରେ ଥିଲେ ମଧ୍ୟ ସେ ପ୍ରତିଦିନ ଓଡିଶା ନିର୍ବାଚନ ପାଇଁ ବିଜେପିକୁ ମନିଟର କରୁଛନ୍ତି ଓ ରଣନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି । କଂଗ୍ରେସ ଦଳ ଭୋଟ ହାତେଇବା ପାଇଁ ବିଜେପି ନାଁରେ ଏମିତି ମନ୍ତବ୍ୟ ଦେଉଛନ୍ତି ବୋଲି କହିଛି ବିଜେପି ।

ଏହାସହ ବିଜେପି ପୂର୍ବ ନିର୍ବାଚନ ଠାରୁ ଆହୁରି ଅଧିକ ଭଲ ରେଜଲ୍ଟ କରିବ ବୋଲି କହିଛି ବିଜେପି । ତେବେ ନିର୍ବାଚନରେ ଆଗକୁ କଣ ହେବାକୁ ଯାଉଛି ତାହା କେବଳ ଫଳାଫଳ ଆସିଲେ ହିଁ ଜଣାପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।