ଧରାପଡିଲେ କ୍ୟାମେରାରେ, ହସ୍ପିଟାଲ ଷ୍ଟାଫ କାରୋନା ନେଗେଟିଭ ରିପୋର୍ଟ ଦେବା ପାଇଁ ନଉଛନ୍ତି ଟଙ୍କା, ଦେଖନ୍ତୁ ଭିଡିଓ

ଆମର ଏଭଳି ଏକ ସଙ୍କଟ ସମୟରେ ମଧ୍ୟ ଦୁର୍ନୀତି ଆମର ପିଛା ଛାଡି ନାହିଁ । ଏହା ବହୁତ ଲଜ୍ଜାଜନକ ଯେ ଲୋକମାନେ ଦିନରାତି କାର୍ଯ୍ୟ କରୁଛନ୍ତି ଯେପରି ଏହି ମହାମାରୀରୁ ଶୀଘ୍ର ମୁକ୍ତି ମିଳୁ, ଏହା ଯେପରି ଆମର ଏକ ଖରାପ ସ୍ମୃତି ହୋଇ ନଯାଉ, ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କର ସମୟ ଏବଂ ଅର୍ଥ ବିନିଯୋଗ କରୁଛନ୍ତି ।ଏମିତିରେ ମେରଟ ଡାକ୍ତରଖାନାରେ ଏକ ଅତ୍ୟନ୍ତ ଉଦ୍ବେଗଜନକ ଘଟଣା ସାମ୍ନା କୁ ଆସିଛି, ଯେଉଁଥିରେ ଏକ ଭିଡିଓ ସାମ୍ନାକୁ ଆସିଛି ।

ଏହି କ୍ଲିପ୍‌ରେ ସହରର ଏକ ଘରୋଇ ହସ୍ପିଟାଲର କର୍ମଚାରୀମାନେ ଟଙ୍କା ବଦଳରେ ଜିଲ୍ଲା ଡାକ୍ତରଖାନାରୁ COVID-19 ନେଗେଟିଭ ରିପୋର୍ଟ ଦେବାର ପ୍ରତିଶୃତି ଦେଉଛନ୍ତି । ଡାକ୍ତରଖାନାର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ମେରଟ ମୁଖ୍ୟ ଚିକିତ୍ସା ଅଧିକାରୀ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଖାନାର ଲାଇସେନ୍ସକୁ ଜିଲ୍ଲା ମାଜିଷ୍ଟ୍ରେଟ ମଧ୍ୟ ସସ୍ପେଣ୍ଡେ ରଖିଛନ୍ତି ।

ଅତ୍ୟଧିକ ସଂକ୍ରମଣ କାରଣରୁ ସ୍ୱାସ୍ଥ୍ୟ ସୁବିଧା ଭୁଶୁଡି ପଡୁଥିବାରୁ ବିଶ୍ଵରେ ଚିକିତ୍ସା ଉପକରଣ ସରିଯାଉଛି, ଏମିତିରେ ଡାକ୍ତରଖାନାର ଲାଇସେନ୍ସ ରଦ୍ଦ କରିବା ଚିକିତ୍ସା ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

ଯେତେବେଳେ ଏହା ବହୁତ ଜରୁରୀ ଅଟେ କି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା, ଯିଏ ଏହି ପରିସ୍ଥିତିର ସୁଯୋଗ ନେଇ ଅତ୍ୟଧିକ ଆବଶ୍ୟକତା ସମୟରେ ଲୋକଙ୍କ ଠାରୁ ଟଙ୍କା ଲୁଟୁଛି ।

ଏହି ଭିଡିଓରେ ନଜର ଆସୁଛି କି କିଛି ଲୋକ ଡାକ୍ତରଖାନାର କର୍ମଚାରୀଙ୍କ ସହ କଥାବାର୍ତ୍ତା ହେଉଛନ୍ତି ଏବଂ ନେଗେଟିଭ COVID-19 ରିପୋର୍ଟ (ଜିଲ୍ଲା ଡାକ୍ତରଖାନାରୁ) ପାଇଁ ଅନୁରୋଧ କରୁଛନ୍ତି, ଯାହା ଦ୍ଵାରା ସେମାନେ “ଅତି କମରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ” । ଭିଡିଓରେ ଦେଖା ଯାଇଛି ଯେ “ଗ୍ରାହକ” ହସ୍ପିଟାଲ୍ ମ୍ୟାନେଜରଙ୍କୁ 2, 000 ଟଙ୍କା ଲାଞ୍ଚ ଦେଉଛନ୍ତି ଏବଂ ରିପୋର୍ଟ ଆସିବା ପରେ ବଳକା 500 ଟଙ୍କା ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ଏଠାରେ ଦେଖନ୍ତୁ ଭିଡିଓ

ସିଏମଓ Dr ରାଜ କୁମାର କହିଛନ୍ତି, “ଏହି ଘଟଣାର ତଦନ୍ତ ବ୍ୟବସ୍ଥା କରାଯାଇଛି । ଭିଡିଓରୁ ଏହା ଜଣାପଡିଛି ଯେ ଡାକ୍ତରଖାନାର ମ୍ୟାନେଜର ଶାହା ଆଲାମ ଟଙ୍କା ବଦଳରେ ଲୋକଙ୍କୁ ଏକ ନକଲି COVID-19 ନେଗେଟିଭ ରିପୋର୍ଟ ଦେବା କଥା କହୁଛନ୍ତି । ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ସେପଟେ ଜିଲ୍ଲା ଡାକ୍ତରଖାନାର ଅନ୍ୟ କେହି ତାଙ୍କ ସହ ଅଛନ୍ତି କି ନାହିଁ ତାହା ମଧ୍ୟ ତଦନ୍ତ କରାଯିବ । ଜିଲ୍ଲା ମାଜିଷ୍ଟ୍ରେଟ ଅନିଲ ଢିଙ୍ଗ୍ରା ଡାକ୍ତରଖାନାର ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆପଣ କଳ୍ପନା କରି ପାରୁଥିବେ କି ଏହିପରି କାର୍ଯ୍ୟର ପ୍ରତିକ୍ରିୟା କେତେ ଭୟଙ୍କର ହୋଇପାରେ । ଏମିତି ସମୟରେ ଯେତେବେଳେ ଆମେ ଅତିରିକ୍ତ ଯତ୍ନବାନ ଏବଂ ଦ୍ଵାୟିତ୍ଵବାନ ହେବା ଉଚିତ୍, କିଛି ଲୋକ ଅଳ୍ପ କିଛି ଟଙ୍କା ରୋଜଗାର କରିବା ପାଇଁ ଏତେ ତଳକୁ ଖସି ଯାଉଛନ୍ତି କି ଭାବି ବି ପାରୁ ନାହାଁନ୍ତି ଏହାର ପରିଣାମ କଣ ହେବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।