ଧାରଣାରେ ବସି ଚାପ ପକେଇ ଶେଷରେ ପ୍ରେମିକଙ୍କୁ ବାହାହେଲେ, ହେଲେ ସେଦିନ ରାତିରେ ଥରିଲା Mamaଙ୍କ ଛାତି, ନିଦ ବି ହେଲାନି କାହିଁକି ନା…. ଦେଖନ୍ତୁ କଣ କହୁଛନ୍ତି Mama

ପ୍ରେମ ଓ ପ୍ରେମିକ ଠାରୁ ପାଇଥିବା ସବୁ ପ୍ରତିଶ୍ରୁତିକୁ ବାସ୍ତବତାର ପରିଣତ କରିବା ପାଇଁ ମାମାର ସଂଘର୍ଷ ସାରା ଓଡିଶା ଦେଖିଛି । ଆଉ ଏହାରି ଭିତରେ ହାତକୁ ଦୁଇ ହାତ ହୋଇଛି ମାମା । ମଥାରେ ସିନ୍ଦୂର, ହାତରେ ଶଙ୍ଖା ଓ ଓଢଣି ଟାଣି ଶାଶୁଘରକୁ ପ୍ରବେଶ କରିଛି ମାମା । ଶାଶୁଘରେ ମାମା ଗୋଟିଏ ରାତି ବିତାଇ ସାରିଥିବା ବେଳେ ଛଅ ଭଜା ନଅ ତିଅଣ କରି ସମସ୍ତଙ୍କୁ ଖାଇବାକୁ ଦେଇଛି । ସମସ୍ତେ ମାମାର ପ୍ରଶଂସା ବି କରିଛନ୍ତି ହେଲେ ମାମାର ଛାତି ଥରୁଥିଲା ।

କାରଣ ସେ ଯେଉଁ ସଂଘର୍ଷ କରି ବାହା ହୋଇଛି ସେଥିପାଇଁ ପୁଅଘର ଉପରେ ଚାପ ପଡିଛି, ଆଉ ଚାପ ଯୋଗୁଁ ପୁଅଘର ଲୋକ କିଛିବି କରିପାରନ୍ତି । ଏମିତି କିଛି ଭାବି ଭାବି ରାତିସାରା ମମ ଶୋଇ ନଥିଲା । ରାତି ଅନ୍ଧାର ହେବା ପରେ ମାମା ମନକୁ ଅନେକ ଅଜଣା ଭୟ ଘାରିଥିଲା ଓ ଏଣୁତେଣୁ ସ୍ଵପ୍ନ ବି ଆସିଥିଲା । କାରଣ ପୂର୍ବରୁ ମାମାର ମନ ଥରେ ଭାଙ୍ଗି ସାରିଛି ଓ ଆତ୍ମା ଜଳିଛି । ସେହି କ୍ଷତ ଭରିବା ପାଇଁ ଆଉ କିଛିଦିନ ସମୟ ଲାଗିପାରେ ।

ଆଉ ସେହି କଷ୍ଟକୁ ଭୁଲିବା ପାଇଁ ହୁଏତ ମାମାକୁ ଆଉ କିଛିଦିନ ସମୟ ଲାଗିପାରେ । ତା’ପରେ ଯାଇ ମାମା ଏକ ସୁଖର ସଂସାର ଗଢିପାରେ । ଆମେ କହୁଛୁ କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ମର୍ସାଘାଇ ଥାନା ଖୁରୁସିଆ ପଞ୍ଚାୟତ ବାନ୍ଧକୁଦ ଗାଁର କଥା । ବାନ୍ଧକୁଦ ଗାଁର ରମେଶଚନ୍ଦ୍ର ଓଝାଙ୍କ ପୁଅ ହେଉଛନ୍ତି ରଞ୍ଜନ ଓଝା । ଯାହାଙ୍କ ସହ ଇନଷ୍ଟାଗ୍ରାମରୁ ମାମାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଆଉ ଧୀରେ ଧୀରେ ସେହି ସମ୍ପର୍କ ଏତେ ନିବିଡ ହୋଇଥିଲା ଯେ ସେମାନେ ରଞ୍ଜନଙ୍କ ଘର ଓ ହୋଟେଲକୁ ମଧ୍ୟ ଯାଉଥିଲେ । କିନ୍ତୁ ରଞ୍ଜନ ଶେଷରେ ମାମାଙ୍କୁ ବିବାହ କରିପାରିବେ ନାହିଁ ବୋଲି କହିଥିଲେ । ଯାହାପରେ ମାମା ନିଜ ଘର ଛାଡି ଆସି ରଞ୍ଜନଙ୍କ ଘର ଆଗରେ ଧାରଣା ଦେଇଥିଲେ । ହେଲେ ଦୁଇଦିନ ଧାରଣାରେ ବସିବା ପରେ ତାଙ୍କ ଜନ୍ମଦିନରେ ତାଙ୍କୁ ଘରକୁ ପାଛୋଟି ନେଇଥିଲେ ପ୍ରେମିକ ରଞ୍ଜନ ।

ଆଉ ସଭିଁଙ୍କ ସାକ୍ଷାତରେ ତାଙ୍କ ମୁଣ୍ଡରେ ସିନ୍ଦୂର ମଧ୍ୟ ଦେଇଛନ୍ତି । ହେଲେ ଥରେ ମାମାଅଙ୍କ ବିଶ୍ବାସ ଭାଙ୍ଗିବା ପରେ ଏବେ ପୁଣି ଥରେ ବିଶ୍ବାସ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।