ଧରାପଡିଲା Prakruti ଙ୍କ ମିଛ, ଚେନ୍ନାଇରେ କଣ ହୋଇଥିଲା ସବୁ ଗୋଟି ଗୋଟି କରି ଖୁଲାସା କଲେ ‘ଦମନ’ ଫିଲ୍ମ ନିର୍ଦ୍ଦେଶକ Debi Prasad Lenka

ବାବୁଶାନ ମହାନ୍ତି, ତାଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତିଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଯେତେ ଚର୍ଚ୍ଚାରେ ଠିକ ସେତିକି ଚର୍ଚ୍ଚାରେ ରହିଛି ବାବୁଶାନଙ୍କ ଆଗାମୀ ଫିଲ୍ମ “ଦମନ” । ଆଗକୁ ବାବୁଶାନଙ୍କ ଫିଲ୍ମ ରିଲିଜି ହେବାକୁ ଯାଉଥିବା ବେଳେ ଏପରେ ବାବୁଶାନ ଏଭଳି ଭିଡିଓ ଭାଇରାଲ ହେବା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କହିବାକୁ ଗଲେ ଫିଲ୍ମର ଡାଇରେକ୍ଟର ଓ ପ୍ରଡ୍ୟୁସର ମାନଙ୍କର ଏକ ପ୍ରକାର ନିଦ ହଜିଯାଇଛି । ଏନେଇ ଦମନ ଫିଲ୍ମର ଡାଇରେକ୍ଟର ଦେବୀପ୍ରସାଦ ଲେଙ୍କା ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି କି, ବହୁତ କଷ୍ଟ କରି ଆମେ ଏକ ନୂଆ କନସେପ୍ଟର ଫିଲ୍ମ ବନେଇଛୁ । ଆଉ ଫିଲ୍ମ ରିଲିଜ ପୂର୍ବରୁ ମୁଖ୍ୟ ଅଭିନେତାଙ୍କର ଏଭଳି ଭିଡିଓ ଭାଇରାଲ ହେବା ନିହାତି ଭାବେ ଆମ ମନକୁ କଷ୍ଟ ଦେଇଛି । ଚେନ୍ନାଇରେ ଓଡିଆ ଆସୋସିଏସନ ଅଫ ମାଡ୍ରାସ ତରଫରୁ ଆୟୋଜିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଫିଲ୍ମର ଟିମ୍ ପ୍ରମୋଶନ ପାଇଁ ଯୋଗ ଦେବାର ଥିଲା । ଯାହାକି ସେମାନେ ଯୋଗ ଦେଇ ଫେରି ଆସିଲେଣି । ଚେନ୍ନାଇ ଯିବା ଦିନ ହିଁ ଏଭଳି ଘଟଣା ଘଟିଥିଲା ।

ଏହାପରେ ପ୍ରକୃତି ନିଜେ ସଫେଇ ଦେଇଥିଲେ କି ତାଙ୍କୁ ଓଡିଶା ଆସୋସିଏସନ ଅଫ ମାଡ୍ରାସ ତରଫରୁ ନିମନ୍ତ୍ରଣ କରା ଯାଇଥିଲା । ଏକଥା ଦେବୀପ୍ରସାଦ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଦମନ ଫିଲ୍ମର ଟିମ୍ ଫିଲ୍ମଟିକୁ ଚେନ୍ନାଇରେ ରିଲିଜ କରିବାକୁ ଚିନ୍ତା କରିଥିଲେ, ତେଣୁ ସେଠାକାର ଓଡିଆ ଆସୋସିଏସନକୁ ସ୍ଥାନ ମାଗିଥିଲେ ।

ସେମାନେ କୌଣସି କାରଣରୁ ଏବର୍ଷ ଉତ୍କଳ ଦିବସ ପାଳନ କରି ପାରି ନଥିଲେ । ତେଣୁ ଜୁଲାଇ ୨୪ ତାରିଖରେ ସେମାନେ ପାଳନ କରିଥିଲେ । ତେବେ ନିମନ୍ତ୍ରଣ ପତ୍ରରେ ବାବୁଶାନଙ୍କ ସମେତ ଦମନ ଟିମ୍ କୁ ଡକା ଯାଇଥିଲା । ଦେବୀପ୍ରସାଦ ସ୍ପଷ୍ଟ କହିଛନ୍ତି ଯେ, ପ୍ରକୃତିଙ୍କୁ ସେଠାକୁ ଯିବାକୁ ନିମନ୍ତ୍ରଣ ନଥିଲା କି ତାଙ୍କ ପାଇଁ ରୁମ୍ ବୁକ୍ କରା ଯାଇ ନଥିଲା । ସେ ବାବୁଶାନଙ୍କ ସହ ଯାଇଥିଲେ ଓ ବାବୁଶାନଙ୍କ ରୁମ୍ ରେ ହିଁ ରହିଥିଲେ ବୋଲି ଖୁଲାସା କରିଛନ୍ତି ଦେବୀପ୍ରସାଦ ।

ଏଭଳି ଖୁଲାସା ପରେ ପ୍ରକୃତିଙ୍କ ମିଛ ଧରା ପଡିଯାଇଛି । ଦେବୀପ୍ରସାଦ ଆହୁରି କହିଛନ୍ତି ଯେ, ଉଭୟଙ୍କ ସମ୍ପର୍କକୁ ସତ ଓ ମିଛ ଯାହା ରହିଛି ତାହା ଯେତେ ଶୀଘ୍ର ସାମ୍ନାକୁ ଆସିବ ଭଲ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।