“ଏମାନଙ୍କ ପାରିବାରିକ ଡ୍ରାମା ତ ଫିଲ୍ମ ଠାରୁ ବଡ ହେଇଗଲାଣି…” Babu-Prakruti ମାମଲାରେ ସମାଜସେବୀ Prabhavati Pattanaik ଙ୍କ ପ୍ରତିକ୍ରିୟା

ବର୍ତ୍ତମାନ ଯୁଆଡେ ଦେଖା ସେଆଡେ ବାବୁଶାନ ଓ ପ୍ରକୃତିଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି । ବାବୁଶାନଙ୍କ ପତ୍ନୀ ତୃପ୍ତି ଉଭୟଙ୍କୁ ରାସ୍ତା ଉପରେ ଏକାଠି ଧରିବା ପରେ ଯାହା ହାଇଡ୍ରାମା ହୋଇଥିଲା ତା’ର ଭିଡିଓ ଏବେବି ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏହି ଘଟଣାରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ତେବେ ବାବୁ-ପ୍ରକୃତି ମାମଲାରେ ନିଜର ମତ ରଖିଛନ୍ତି ସମାଜସେବୀ ପ୍ରଭାବତୀ ପଟ୍ଟନାୟକ । ଏହି ମାମଲାରେ ସେ ଏକପ୍ରକାର ପ୍ରକୃତିଙ୍କୁ ଅଧିକ ଦୋଷ ଦେଇଛନ୍ତି ।

ବାବୁଶାନ ବିବାହିତ ଓ ତାଙ୍କର ସ୍ତ୍ରୀ ପିଲା ଅଛନ୍ତି । ତାଙ୍କ ସୁଖର ପରିବାର ଭିତରେ ପ୍ରକୃତି ମିଶ୍ର ପଶି ଅଶାନ୍ତି ସୃଷ୍ଟି କରୁଛି । ଦୁଇ ବର୍ଷ ହେଲାଣି ବାବୁଶାନଙ୍କ ପତ୍ନୀ ତୃପ୍ତି ଏସବୁ ସହି ଆସୁଥିଲେ । ସେ ଆଉ କେତେ ସହିଥାନ୍ତେ । ତେଣୁ ଏଭଳି ଘଟଣା ଘଟିଗଲା । ପ୍ରକୃତିଙ୍କ କର୍ତ୍ତବ୍ୟ ହେଉଛି ସେ ବାବୁଶାନଙ୍କ ଠାରୁ ଦୂରେଇ ଯିବେ । ସେ ଯଦି ଦୂରେଇ ଯିବେ ତେବେ ଯାଇ ବାବୁଶାନଙ୍କ ପରିବାର ବସିଯିବ । ପ୍ରକୃତିଙ୍କ ପୂର୍ବରୁ ଆମ୍ବ ଭଳି ଥିଲେ, କିନ୍ତୁ ଏବେ ଆମ୍ବୁଲ ହୋଇ ସାରିଲେଣି ।

ପ୍ରକୃତିଙ୍କ ବାପାମା’ ଝିଅକୁ ପ୍ରଶୟ ଦେଉଛନ୍ତି ଓ ତାଙ୍କ ମା କହିଛନ୍ତି କି ଯଦୁବଂଶ ଧ୍ଵଂସ ହୋଇଯିବ । ସେ କୃଷ୍ଣ ନୁହନ୍ତି କି ଏମାନେ ମୁଷଳ ନୁହନ୍ତି ବୋଲି କହିଛନ୍ତି ପ୍ରଭାବତୀ । ଯଦି ଯଦୁବଂଶ ଧ୍ଵଂସ ହୁଏ ତେବେ ରାମବଂଶ ବି ଧ୍ଵଂସ ହୋଇଯିବ । ତାଙ୍କର ବି ଗୋଟିଏ ପୁଅ ଅଛି ତେଣୁ ସେମାନେ ଏହି ମାମଲାକୁ ଭଲ ଭାବେ ସମୀକ୍ଷା କରିବା ବୋଲି ପ୍ରକୃତିଙ୍କ ପରିବାରକୁ ଆକ୍ଷେପ କରି କହିଛନ୍ତି ପ୍ରଭାବତୀ ।

ମନ୍ମଥ ବାବୁ ଭଜନ ଗାଆନ୍ତି ଓ ଅନେକ ନାଁ କମେଇଛନ୍ତି । କିନ୍ତୁ ଝିଅ ତାଙ୍କୁ ଲଙ୍ଗଳା କରି ବାପାକୁ ରୋଡକୁ ନେଇ ଆସିଲାଣି । ତେଣୁ ମିଡିଆ ମାଧ୍ୟମରେ କହିଛନ୍ତି କି, ଏଇଟା ପାରିବାରିକ କଳହ । ତେଣୁ ତାଙ୍କ ଫିଲ୍ମ ଓ ରୋଜଗାର ପଛେ ବନ୍ଦ ହୋଇଯାଉ ହେଲେ ଫିଲ୍ମ ବର୍ଷେ ବନ୍ଦ କରି ଦିଆଯାଉ । ବାବୁଶାନ ତାଙ୍କ ସ୍ତ୍ରୀ ଓ ବାପାମା’ଙ୍କ ପାଖକୁ ପଳେଇ ଆସନ୍ତୁ ଏବଂ ତାଙ୍କ ପାଖରେ ରୁହନ୍ତୁ ।

ଯଦି ଏମାନେ ସୁଧୁରି ଯାଇ ଫିଲ୍ମ କରିବେ ତେବେ ଲୋକ ଦେଖିବେ । ଏମାନଙ୍କ ପାରିବାରିକ ଡ୍ରାମା ତ ଫିଲ୍ମ ଠାରୁ ବଡ ହୋଇଗଲାଣି ଆଉ ଫିଲ୍ମ ଚାଲିବନି ଫ୍ଲପ ହେଇଯିବ ବୋଲି କହିଛନ୍ତି ପ୍ରଭାବତୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।