ଧନତେରସ ଦିନ ଭୁଲରେ ବି କରିବେ ନାହିଁ ଏହି କାମ କି ଭୁଲରେ ବି କିଣିବେ ନାହିଁ ଏହି ଜିନିଷ

କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ । ଚଳିତ ବର୍ଷ ଧନତେରସ ୧୩ ନଭେମ୍ବର ଶୁକ୍ରବାର କୁ ପଡୁଛି । ଧନତେରସ ଦିନ ସମୁଦ୍ର ମନ୍ଥନ ରୁ ଉତ୍ପନ ମା ଲକ୍ଷ୍ମୀ ଓ ମହାବିଷ୍ଣୁଙ୍କ ଅଂଶ ଧନ୍ଵନ୍ତରୀ ଦେବତାଙ୍କ ପୂଜା କରା ଯାଇଥାଏ । ତା ସହ ଏହି ଦିନ କୁବେର ଦେବତାଙ୍କ ପୂଜା ର ମହତ୍ୱ ମଧ୍ୟ ରହିଛି । କୁବେର ଦେବତାଙ୍କ କୃପା ପାଇବା ବିନା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏନାହିଁ ।

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ବଡ଼ ମାଧ୍ୟମ ହେଉଛି କୁବେର ଦେବତାଙ୍କ ପୂଜା । କାରଣ ମା ଲକ୍ଷ୍ମୀଙ୍କୁ ଅର୍ଥ ବା ଧନ ରୂପରେ ଲାଭ କରିବାକୁ ହେଲେ କୁବେର ଦେବତାଙ୍କ ଆବାହନ ଆବଶ୍ୟକ ହୋଇଥାଏ । କୁବେରଙ୍କ ବାହନ ହେଉଛି ନେଉଳ । ପ୍ରାଚୀନ କାଳରେ ଏପରି ମାନୁଥିଲେ କି ନେଉଳ ଧନ ସନ୍ଧାନକାରୀ ହୋଇଥାଏ । ଆଉ ବିଷଧର ସାପ ମାନେ ସବୁବେଳେ ଲୁଚି ରହିଥିବା ସ୍ଵର୍ଣ୍ଣ ଓ ମୋତି ମାଣିକ ପାଖରେ ହିଁ ଦେଖା ଦେଇଥାନ୍ତି ।

ତା ସହ ଧନତେରସ ଦିନ ଧନ୍ଵନ୍ତରୀ ଦେବତାଙ୍କ ପୂଜାର ମହତ୍ତ୍ୱ ମଧ୍ୟ ରହିଛି । ଧନ୍ଵନ୍ତରୀ ଦେବତାଙ୍କ ୪ଟି ହାତ ଅଛି । ଉପର ଦୁଇ ଭୂଜରେ ଚକ୍ର ଏବଂ ଶଙ୍ଖ ଧାରଣ କରିଥାନ୍ତି ଓ ତଳ ଦୁଇ ଭୂଜରେ ଅମୃତ ରସ ଓ ଏକ ଲୋଟାରେ ଔଷଧି ଧାରଣ କରିଥାନ୍ତି । ସେଥିପାଇଁ ଧନତେରସ ଦିନ ଔଷଧି ଦାନର ମଧ୍ୟ ବଡ ମହତ୍ୱ ରହିଛି ।

ଏହି ଦିନକୁ ଶାସ୍ତ୍ରରେ ବହୁତ ଶୁଭ ଓ ସୁଖ ସମୃଦ୍ଧିର ଦିନ ବୋଲି ମାନାଯାଏ । ଏହି ଦିନ ମନୁଷ୍ୟ ସତ୍କର୍ମ କରିବା ଉଚିତ ଓ ମୂଲ୍ୟବାନ ବସ୍ତୁ ହିଁ କିଣିବା ଉଚିତ । ଏହି ଦିନ କୋପିତ ଓ ଶ୍ରାପିତ ବସ୍ତୁ କିଣିବା ପାପ ଅଟେ । ତେବେ ଆସନ୍ତୁ ଜାଣିବା ଧନତେରସ ଦିନ କେଉଁ କେଉଁ କାର୍ଯ୍ୟ କରିବା ବାରଣ କରିବା ଉଚିତ ।

-ଶାସ୍ତ୍ରାନୁସାରେ ଧନତେରସ ଦିନ କେବଳ ମହଙ୍ଗା ଓ ମୂଲ୍ୟବାନ ବସ୍ତୁ ହିଁ କିଣିବା ଉଚିତ । ଯେପରିକି ସୁନା ଓ ରୁପାର ଗହଣା କିମ୍ବା ହୀରା ମୋତି ଓ ଅନ୍ୟ ଗହଣା ସବୁ । କିନ୍ତୁ ଭୁଲ ରେ ମଧ୍ୟ ଅନ୍ୟର ପୁରୁଣା ଜିନିଷ କିଣନ୍ତୁ ନାହିଁ । କାରଣ ଅନ୍ୟର ପୁରୁଣା ଜିନିଷ କିଣି ଘରକୁ ଆଣିବା ଦ୍ୱାରା ସେମାନଙ୍କର ନକାରାତ୍ମକ ଉର୍ଜା ଆପଣଙ୍କ ଘରେ ପ୍ରବେଶ କରିପାରେ ।

-ଧନତେରସ ଦିନ କୌଣସି ପ୍ରକାର ଲୌହ ବସ୍ତୁ କିଣନ୍ତୁ ନାହିଁ । ଶାସ୍ତ୍ରାନୁସାରେ ମା ଲକ୍ଷ୍ମୀଙ୍କ ବଡ ଭଉଣୀ ଅଲକ୍ଷ୍ମୀ ଙ୍କ ଆଭୂଷଣ ଲୌହର ତିଆରି ହୋଇଥାଏ, ଯାହା କଳା ରଙ୍ଗର ହୋଇଥାଏ । ଆଉ ମା ଲକ୍ଷ୍ମୀଙ୍କ ଆଭୂଷଣ ସ୍ଵର୍ଣ୍ଣର ହୋଇଥାଏ ଓ ତା’ ଉପରେ ହୀରା ମୋତି ମଧ୍ୟ ଲାଗିଥାଏ । ଯଦି ଆପଣ ଲୌହ ରେ ତିଆରି ବସ୍ତୁ କିଣିବେ ତେବେ ତା ସହ ଆପଣଙ୍କ ଘରେ ଦେବୀ ଅଲକ୍ଷ୍ମୀଙ୍କ ଆଗମନ ହୋଇବ ଓ ତାଙ୍କ ସହ ଆପଣଙ୍କ ଘରକୁ ଦୁଃଖ, ରୋଗ ଓ ଦରିଦ୍ରତା ପ୍ରବେଶ କରିବ ।

-ଏହି ଦିନ ଭୁଲ୍ ରେ ମଧ୍ୟ କଳା ରଙ୍ଗର ବସ୍ତ୍ର କିଣନ୍ତୁ ନାହିଁ । ଦେବୀ ଲକ୍ଷ୍ମୀ ଲାଲ୍, ଗୋଲାପୀ, ଶ୍ବେତ ଓ ପିତ ରଙ୍ଗର ବସ୍ତ୍ରରେ ଭୂଷିତ ହୋଇଥାନ୍ତି ଓ ଦେବୀ ଅଲକ୍ଷ୍ମୀ କଳା ରଙ୍ଗର ବସ୍ତ୍ରରେ ଭୂଷିତ ହୋଇଥାନ୍ତି । ସେଥିପାଇଁ ଏହି ଦିନ କଳା ରଙ୍ଗର ବସ୍ତ୍ର କିଣିବା ଅର୍ଥ ମା ଅଲକ୍ଷ୍ମୀ ଙ୍କୁ ନିମନ୍ତ୍ରଣ କରିବା ।

-ଧନତେରସ ଦିନ ପାଦରେ ପିନ୍ଧା ଯାଉଥିବା କୌଣସି ଆଭୂଷଣ କିଣନ୍ତୁ ନାହିଁ । ଏହିଦିନ କିଣା ଯାଇଥିବା ଆଭୂଷଣ ଗୁଡିକର ପୂଜା କରା ଯାଇଥାଏ । ଆଭୂଷଣ ଗୁଡିକୁ ମା ଲକ୍ଷ୍ମୀଙ୍କ ପାଖେ ପୂଜା କରିବା ପରେ ଯଦି ଆପଣ ତାହାକୁ ପାଦରେ ପିନ୍ଧିବେ ତେବେ ତାହା ମା ଲକ୍ଷ୍ମୀଙ୍କ ଅପମାନ ହେବ ।

-ଧନତେରସ ଦିନ କାଚ ର ଜିନିଷ କିଛି କିଣନ୍ତୁ ନାହିଁ । କାଚ ଜିନିଷ କିଣିବାକୁ ଏଥିପାଇଁ ବାରଣ କରା ଯାଇଛି ଯଦି କାଚ ବସ୍ତୁ କିଣି ପୂଜା କରିବା ପରେ ଏହା ଭାଙ୍ଗି ଯାଏ ତେବେ ତାହା ଅଶୁଭ ହୋଇଥାଏ । ଏହାଦ୍ବାରା ଅଶୁଭ ସଂଯୋଗ ବନିଥାଏ । ଦେବୀ ଅଲକ୍ଷ୍ମୀ ନିଜ ରୂପକୁ ଭାଙ୍ଗି ଯାଇଥିବା ଆଇନାରେ ହିଁ ଦେଖନ୍ତି । ସେଥିପାଇଁ ତାଙ୍କୁ ଏହାର ଆଭାସ ନ ହେବା ଉଚିତ୍ ।

– ଧନତେରସ ପରି ଶୁଭ ଦିନରେ ଚମଡା ତିଆରି କୌଣସି ଜିନିଷ କିଣନ୍ତୁ ନାହିଁ । କାରଣ ଏହି ବସ୍ତୁ ଗୁଡ଼ିକ ନିଷ୍ପାପ ପଶୁଙ୍କ ହତ୍ୟା କରି ତିଆରି ହୋଇଥାଏ । ସେଥିପାଇଁ ଏହି ଜିନିଷ ଗୁଡ଼ିକୁ କିଣିବା ମହାପାପ ମାନାଯାଏ ।

-ଧନତେରସ ଦିନ କୌଣସି ସ୍ତ୍ରୀ, ଭିକାରୀ, ବ୍ରାହ୍ମଣ ତଥା ଜ୍ଞାନୀ ଓ ଦାନୀ ବ୍ୟକ୍ତିଙ୍କ ଉପହାସ କରନ୍ତୁ ନାହିଁ । ଏହି ଦିନ ଦାନୀ ବ୍ୟକ୍ତିଙ୍କ ପ୍ରଶଂସା କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ । ରୋଗୀ ଲୋକଙ୍କୁ ବସ୍ତ୍ର ଓ ଅନ୍ନ ଦାନ କଲେ ଧନ୍ୱନ୍ତରୀ ଦେବତା ପ୍ରସନ୍ନ ହୁଅନ୍ତି ଓ ଆଜୀବନ ଉତ୍ତମ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପ୍ରାପ୍ତି ହୁଏ ।

– ଏହି ଦିନ ମାଟିର ଦୀପ ଅବଶ୍ୟ ଦାନ କରନ୍ତୁ । ଏହା ପ୍ରକାଶ କୁ ଦର୍ଶାଇ ଥାଏ । ସେଥିପାଇଁ ଏହାର ଦାନ କଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଏହି ଦିନ କେବେ ମଧ୍ୟ ଝାଡୁ ଦାନ କରନ୍ତୁ ନାହିଁ । ଝାଡୁ ରେ ଦେବୀ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ । ସେଥିପାଇଁ ଏହାର ଦାନ କଲେ ଦେବୀ ଲକ୍ଷ୍ମୀ ଘରୁ ଚାଲିଯିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।