Dhanteras 2022: ଧନତେରସ ଦିନ ଏହି ଜିନିଷ ଘରକୁ ଆଣିଲେ ହୋଇଥାଏ ଧନର ବର୍ଷା, ହେଲେ ଭୁଲରେ ବି ଆଣନ୍ତୁ ନାହିଁ ଏହି ଜିନିଷ !

ଆଉ ଅଳ୍ପଦିନରେ ପଡିବାକୁ ଯାଉଛି ପବିତ୍ର ଧନତେରସ ପର୍ବ ବା ଧନନ୍ତ୍ବରୀ ଜୟନ୍ତୀ । ଏହିଦିନ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଲୋକେ ଅନେକ ଉପାୟ କରିଥାନ୍ତି । ଏମିତି କିଛି ଜିନିଷ ରହିଛି ଏହିଦିନ ଘରକୁ ଆଣିଲେ ଅତ୍ୟନ୍ତ ଶୁଭ ହେବା ସହ ଧନ ସମୃଦ୍ଧିରେ ବୃଦ୍ଧି ଘଟିଥାଏ । ତେବେ ଚାଲନ୍ତୁ ଜାଣିବା ଧନତେରସ ଦିନ କେଉଁ ଜିନିଷ ଘରକୁ ଆଣିବା ଦ୍ଵାରା ଶୁଭ ହୋଇଥାଏ ଏବଂ କେଉଁ ଜିନିଷ ଆଣିଲେ ଅଶୁଭ ପରିଣାମ ଭୋଗିବାକୁ ପଡିଥାଏ ।

କୁହାଯାଏ କି ଯେତେବେଳେ ଭଗବାନ ଧନନ୍ତ୍ବରୀ ପ୍ରକଟ ହୋଇଥିଲେ ସେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ । ତେଣୁ ଧନତେରସ ଦିନ ପିତ୍ତଳ ପତ୍ର କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଅନେକ ଲୋକ ଧନତେରସ ଦିନ ସୁନା, ରୂପା ଓ ପିତ୍ତଳର ଅନେକ ଜିନିଷ ଘରକୁ ଆଣିଥାନ୍ତି । କିନ୍ତୁ ଏହା ବଦଳରେ ଆପଣ ଯଦି କେବଳ ଗୋଟିଏ ଲୁଣ ପ୍ଯାକେଟ ଏହିଦିନ ଘରକୁ ଆଣିବେ ତେବେ ଆପଣଙ୍କ ଧନରେ ଅତ୍ୟନ୍ତ ବୃଦ୍ଧି ହେବ । ଲୁଣ ବେଶ ସାମାନ୍ଯ ଲାଗୁଥିଲେ ମଧ୍ୟ ଏହାର ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହ ରହିଛି ।

ଧନତେରସ ଦିନ ଖଣ୍ଡ ହଳଦୀ ମଧ୍ୟ ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଏହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ । ଧନତେରସ ଦିନ ଧନିଆ ମଞ୍ଜି କ୍ରୟ କରି ଏହାକୁ ଦୀପାବଳୀ ଦିନ ରୋପଣ କଲେ ଧନହାନି ହୋଇ ନଥାଏ । ସେହିଭଳି ଗୋମତୀଚକ୍ର ମଧ୍ୟ ଧନତେରସ ଦିନ ଘରକୁ ଆଣିବା ଦ୍ଵାରା ଧନଧାନ୍ୟରେ ବୃଦ୍ଧି ହୋଇଥାଏ । ଏହିଦିନ ଶ୍ରୀଜନ୍ତ୍ର ଓ କୁବେର ଜନ୍ତ୍ର ଆଣି ଯଦି ଆପଣ ନିଜର ଧନ ରଖୁଥିବା ସ୍ଥାନରେ ରଖିବେ ତେବେ ମଧ୍ୟ ଧନରେ ବୃଦ୍ଧି ହୋଇଥାଏ ।

ଧନତେରସ ଏବଂ ଦୀପାବଳୀ ଦିନ ବିଧିବିଧାନ ସହ ରୂପାରେ ତିଆରି ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ପୂଜା କରିବା ସହ ଘରେ ସ୍ଥାପନ କରନ୍ତୁ । ଏହା କରିବା ଦ୍ଵାରା ଘରେ କେବେବି ଧନର ଅଭାବ ହୋଇନଥାଏ ଏବଂ ଘରେ ସୁଖଶାନ୍ତିର ବାସ ହୋଇଥାଏ । ଧନତେରସ ଦିନ ଲଘୁ ନଡିଆ ଆଣି ପୂଜା କରିବା ପରେ ଏକ ଲାଲ କପଡାରେ ଗୁଡାଇ ଏଭଳି ସ୍ଥାନରେ ରଖିଦିଅନ୍ତୁ ଯେଉଁଠି ସମସ୍ତଙ୍କ ଆଖି ପଡୁ ନଥିବ । ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କ ଘରେ ବାସ କରିବେ ।

ଏହିଦିନ ମା ଲକ୍ଷ୍ମୀଙ୍କ ରୂପାର ଚରଣ ପାଦୁକା ମଧ୍ୟ ଘରେ ସ୍ଥାପିତ କରି ପ୍ରତିଦିନ ଏହାର ପୂଜା କରନ୍ତୁ । ଏହାସହ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଉଥିବା କଉଡିକୁ ମଧ୍ୟ ପୂଜାଘରେ କିମ୍ବା ସିନ୍ଦୁକରେ ସ୍ଥାପନ କରିବା ଦ୍ଵାରା ଘରେ ଧନର ବର୍ଷା ହୋଇଥାଏ । ସେହିପରି ମୋତି ଶଙ୍ଖକୁ ମଧ୍ୟ ଘରେ ସ୍ଥାପନ କରିବା ଦ୍ଵାରା ସବୁ ମନସ୍କାମନା ପୂରଣ ହୋଇଥାଏ । ଧନତେରସ ଦିନ ରୂପା କିଣିବା ଦ୍ଵାରା ମଧ୍ୟ ଘରେ ଯଶ, କୀର୍ତ୍ତି ଓ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ । ଏହିଦିନ ମାଟିଦୀପ କିଣିବା ମଧ୍ୟ ବେଶ ଶୁଭ ହୋଇଥାଏ ।

ହେଲେ ଧନତେରସ ଦିନ କାଚ ଜିନିଷ କିଣିବା ଅତ୍ୟନ୍ତ ଅଶୁଭ ଅଟେ, କାରଣ ଏହାର ସମ୍ବନ୍ଧ ରାହୁ ସହ ରହିଛି । ଆଲୁମିନିୟମ ଧାତୁର ଅଧିପତି ମଧ୍ୟ ରାହୁ ହୋଇଥିବାରୁ ଏହିଦିନ ଏଥିରେ ତିଆରି ବାସନକୁସନ କିଣିବା ଅଶୁଭ ହୋଇଥାଏ । ଏହିଦିନ ଛୁରି, କଇଁଚି ଓ ପନିକି ଭଳି କୌଣସି ଧାରୁଆ ଜିନିଷ ମଧ୍ୟ କିଣିବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ଦରିଦ୍ରତା ଆସିଥାଏ । ଏହିଦିନ ନୂଆ ଯାନବାହାନ ଆଦି କିଣିବା ମଧ୍ୟ ଅଶୁଭ ହୋଇଥାଏ । ଯଦି କିଣୁଛନ୍ତି ତେବେ ରାହୁ କେତୁଙ୍କୁ ଧ୍ୟାନରେ ରଖି କିଣନ୍ତୁ ।

ଏହିଦିନ କଳାରଙ୍ଗର ବସ୍ତ୍ର କିଣିବା କିମ୍ବା ପିନ୍ଧିବା ଦ୍ଵାରା ମଧ୍ୟ ଧନଜନିତ ଖ୍ଯାତି ହୋଇଥାଏ । ଲୁହା ନିର୍ମିତ ବସ୍ତୁ ମଧ୍ୟ ଭୁଲରେ ଧନତେରସ ଦିନ ଘରକୁ ଆଣନ୍ତୁ ନାହିଁ, ଏହାଦ୍ବାରା ଘରେ ନକରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।