ଧନୀ ହେବାକୁ ଚାହୁଁଥିଲେ ନିଶ୍ଚୟ କରନ୍ତୁ ଏହି 4 ଟି କାମ, ବହୁତ ଶୀଘ୍ର ହେବେ କୋଟିପତି- Chanakya Niti

ଆଜି ଆପଣଙ୍କୁ ଚାଣକ୍ୟଙ୍କ ଅଦ୍ଭୁତ ଜ୍ଞାନ ବିଷୟରେ କହିବୁ । ଜଦି କୈାଣସି ମନୁଷ୍ୟ ଏହି ୬ଟି ଜିନିଷକୁ ନିଜ ସମ୍ପର୍କୀୟ ମାନୁଛି ତେବେ ତାକୁ ମୋକ୍ଷ ମିଳିବା ସ୍ଥିର ଅଟେ ଏବଂ ସଫଳତା ମଧ୍ୟ ମିଳିବ । ତେବେ ତାହା କେଉଁ ଜିନିଷ ଅଟେ ଯାହାକୁ ଆମେ ସମ୍ପର୍କୀୟ ମାନିବା । ଆଚାର୍ଯ୍ୟ ଚାଣକ୍ୟ ଗୋଟିଏ ଶ୍ଳୋକରେ କୁହନ୍ତି ଯେ ସତ କହୁଥିବା ବ୍ୟକ୍ତି ସମସ୍ତଙ୍କ ପ୍ରିୟ ହୋଇଥାଏ ଏବଂ ସବୁବେଳେ ଖୁସି ରୁହେ । ମନୁଷ୍ୟର ଦୋଷ ତ୍ରୁଟି ଦୂର କରିବାକୁ ସବୁଠାରୁ ଉପଯୁକ୍ତ ସାଧନ ସତ୍ୟ ଅଟେ ।

ସତ୍ୟ ଏମିତି ଔଷଧ ଯାହା ରୋଗ ହେବାକୁ ଦିଏ ନାହିଁ । ମାଙ୍କ ଭଳି ସତ୍ୟ ସବୁବେଳେ ରକ୍ଷା କରିଥାଏ, ଏହା ଠାରୁ ବଡ କୈାଣସି ଜିନିଷ ନାହିଁ । ଚାଣକ୍ୟ କୁହନ୍ତି କି ଜ୍ଞାନକୁ ସବୁବେଳେ ବାପା ସମାନ ମାନିବା ଦରକାର ।

ପଇସା ଆସେ ଏବଂ ଚାଲିଯାଏ କିନ୍ତୁ ଜ୍ଞାନ ସବୁବେଳେ ନିଜ ପାଖରେ ରହିଥାଏ । ‌ ମନୁଷ୍ୟ ଜୀବନରେ ଜ୍ଞାନ ଠାରୁ ବଡ କୈାଣସି ଜିନିଷ ନାହିଁ । ଜ୍ଞାନ ପ୍ରାପ୍ତିରେ କେବେବି କୃପଣ ହେବା କଥା ନୁହେଁ ନା କାହାକୁ ଜ୍ଞାନ ଦବାରେ । ବ୍ୟକ୍ତି ସେତେବେଳେ ସଫଳ ବନେ ଯେତେବେଳେ ତା ପାଖରେ ଜ୍ଞାନ ଥିବ । ବିନା ଜ୍ଞାନର ମଣିଷ ବିନା ଆତ୍ମା ଥିବା ଶରୀର ସହିତ ସମାନ । ଆଗକୁ ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ଭଲ କାମ କରି ଧର୍ମର ସଞ୍ଚୟ କରିଥାଏ ତାହାର ଜନ୍ମ ସଫଳ ହୋଇଥାଏ ।

ଧର୍ମ ମଣିଷକୁ ସକରାତ୍ମକ ବନାଇ ଥାଏ । ଧର୍ମକୁ ସବୁବେଳେ ଭାଇ ଭଳି ମାନିବା ଦରକାର, ଏହା ଦ୍ବାରା ସେ ତାର ସମସ୍ତ କର୍ମକୁ ପୂରା କରିପାରିବ । ଧର୍ମକୁ ମାନୁଥିବା ବ୍ୟକ୍ତି କେବେବି ଖରାପ ସଙ୍ଗତରେ ପଡ଼ି ପାରିବ ନାହିଁ ଏବଂ ଧନର ଉପଯୋଗ ଠିକ୍ ରାସ୍ତାରେ କରିଥାଏ । ମନୁଷ୍ୟର ଜନ୍ମ ଏଥିପାଇଁ ହୋଇଥାଏ କି ସେ ଧର୍ମର ମାର୍ଗରେ ଚାଲୁ ଏବଂ ଧନ ପ୍ରାପ୍ତି କରି ତାର ଉପଭୋଗ କରୁ । ଆଚାର୍ଯ୍ୟ ଚାଣକ୍ୟ ମନରେ ଦୟାର ଭାବକୁ ସବୁଠାରୁ ବଡ଼ ସ୍ଥାନ ଦେଇଛନ୍ତି ।

ପ୍ରାଣୀ ମାନଙ୍କ ଉପରେ ଯିଏ ଦୟା କରିଥାଏ ସେ ପାପ କର୍ମ ପ୍ରତି ପ୍ରବୃତ୍ତ ହୋଇ ନଥାଏ । ଏହାଠାରୁ ବଡ଼ ଜ୍ଞାନ ଆଉ କଣ ହେଇପାରେ । ଦୟାକୁ ସାଙ୍ଗ ଭଳି ଭାବିବା ଦରକାର ଯାହାକୁ କେବେ ଛାଡ଼ିବା କଥା ନୁହେଁ । ଯେଉଁ ପ୍ରକାର ସାଙ୍ଗର ସମସ୍ତ ପରିସ୍ଥିତିରେ ସାହାଯ୍ୟ କରାଯାଏ ସେହିପରି ଦୟା ହିଁ ମନୁଷ୍ୟକୁ ସଫଳ ବନାଇ ଥାଏ ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ବ୍ୟକ୍ତିଙ୍କୁ ସବୁବେଳେ ଶାନ୍ତ ସ୍ବଭାବର ହେବା ଦରକାର । ଯେଉଁ ବ୍ୟକ୍ତି ଶାନ୍ତ ରୁହେ ସେହି ବ୍ୟକ୍ତିର ସଫଳତାର ଅନେକ ମାର୍ଗ ଖୋଲିଯାଏ । ଶାନ୍ତ ମନରେ ନିଆଯାଇଥିବା ନିଷ୍ପତ୍ତି ସବୁବେଳେ ଲାଭଦାୟକ ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ଶାନ୍ତିକୁ ନିଜ ସ୍ତ୍ରୀ ଭଳି ରଖେ ତା ଜୀବନରେ କୈାଣସି ସମସ୍ୟା ଆସେ ନାହିଁ ।

ଶେଷରେ ଚାଣକ୍ୟ କୁହନ୍ତି କାହାର ଭୁଲ ପାଇଁ କ୍ଷମା କରିବା ବହୁତ ବଡ଼ ପୁଣ୍ୟ ମାନନ୍ତି । ଜଦି ଆପଣ କାହାର ଭୁଲକୁ କ୍ଷମା କରି ଦିଅନ୍ତି ତାହାକୁ ବହୁତ ବଡ଼ ପୁଣ୍ୟ ବୋଲି ମାନନ୍ତି । ଆମ ସଂସ୍କୃତି ଆମକୁ କ୍ଷମା କରିବାର ଶିକ୍ଷା ଦେଇଥାଏ ।

ଯେଉଁ ବ୍ୟକ୍ତି କ୍ଷମାକୁ ସନ୍ତାନ ମାନେ ତାକୁ କେବେ କଷ୍ଟର ସାମ୍ନା କରିବାକୁ ପଡିନଥାଏ । ଜଦି ଭୁଲ ହୋଇଯାଏ ତେବେ କ୍ଷମା ମାଗିବାକୁ ଡେରି କରନ୍ତୁ ନାହିଁ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଏହି ୬ଟି ଜିନିଷକୁ ନିଜ ସମ୍ପର୍କୀୟ ମାନିବା ଦରକାର ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।