ଧନକୁ ଚୁମ୍ବକ ପରି ଟାଣୁଥିବା ଫୁଲ ! Vaastu Tips

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ତ ଅନେକ ଫୁଲ ଅଛି । ହେଲେ ସେଥିମଧ୍ୟରୁ ଅପରାଜିତା ଫୁଲ ହେଉଛି ଅନ୍ୟତମ । ତେବେ ଫୁଲ ବିଶେଷ ଭାବେ ଶନିଦେବଙ୍କର ବହୁତ ହିଁ ପ୍ରିୟ ଫୁଲ ହୋଇଥାଏ । ଅପରାଜିତା ଫୁଲର ଅନେକ ଚମତ୍କାରୀତା ରହିଅଛି । ଯଦି ଆପଣ ଏହି ଫୁଲକୁ ନେଇ ଆମେ କହୁଥିବା କିଛି ଉପଚାର କରିବେ । ତେବେ ଦେଖିବେ ଆପଣଙ୍କ ଭାଗ୍ୟରେ ବହୁତ ବଡ ଭଲ ପରିବର୍ତ୍ତନ କିଛି ନିହାତି ଆସିବ ।

ଅପରାଜିତାର ଏକ ଫୁଲର ହାର କରି ତାହାକୁ ନିଜ ଘରର ମୁଖ୍ୟ ଦ୍ଵାରରେ ଶନିବାର ଦିନ ରାତିରେ ଟଙ୍ଗାଇ ଦିଅନ୍ତୁ । ଏହା ଆପଣଙ୍କ ଘରର ସମସ୍ତ ନଜର ଦୋଷ ଦୂର କରିଥାଏ । ଯଦି ଏହି ଫୁଲର ମାଳ ଆପଣ ପ୍ରଭୁ ହନୁମାନଙ୍କ ଠାରୁ ପୂଜା କରି ଘରର ମୁଖ୍ୟ ଦ୍ଵାରରେ ଲଗାଇଥାନ୍ତି । ତେବେ ଘର ମଧ୍ୟକୁ କୌଣସି ଅଶୁଭ ଶକ୍ତି ପ୍ରବେଶ କରିପାରିନଥାଏ । ଶନିବାର କିମ୍ବା ସୋମବାର ଦିନ ରାତ୍ରୀ ସମୟରେ ୫ ଟି ଅପରାଜିତା ଫୁଲକୁ ତୋଳି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ।

ଏହା ଦ୍ଵାରା ଆପଣଙ୍କ ଧାର, କରଜ ସମସ୍ଯା ଦୂର ହୋଇଥାଏ । ତଥା ଆର୍ଥିକ ଜଡିତ ବହୁ ଗୁଡିଏ ସମସ୍ଯା ଦୂର ହୋଇଥାଏ । ଏହା ସହ ଆପଣଙ୍କ ରୋଜଗାର କ୍ଷେତ୍ରରେ ମଧ୍ୟ ନିହାତି ଭାବେ ଉନ୍ନତି ଆସିବ । ଯେଉଁ ମାନେ ନିଜର ମନ ପସନ୍ଦର ଏକ ଚାକିରୀ ଖୋଜୁଥାନ୍ତି । ସେମାନେ ତେବେ ପ୍ରତିଦିନ ମା’ ଦୂର୍ଗାଙ୍କୁ ୧୧ ଟି ଲେଖାଏଁ ଅପରାଜିତା ଫୁଲ ଅର୍ପଣ କରନ୍ତୁ ।

ଏହା ନିୟମିତ ରୂପରେ ଆପଣଙ୍କୁ କରିବାକୁପଡିବ ।ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ମନସ୍କାମନା ପୂରଣ ହୋଇନାହିଁ । ନଚେତ ଆପଣ ଯଦି ଚାହିଁବେ । ତେବେ ସବୁ ଦିନ ଏହି କାର୍ଯ୍ୟ ନକରି ନବରାତ୍ରୀ ସମୟରେ କେବଳ ୯ ଦିନ ମଧ୍ୟ ଲଗାତର ଭାବରେ ଏହି ଉପାୟକୁ କରିପାରିବେ । ଶନିବାର ଦିନ ଯଦି ହନୁମାନଙ୍କ ଚରଣରେ ଆପଣ କିଛି ଅପରାଜିତା ଫୁଲ ଅର୍ପଣ କରନ୍ତି ।

ଏହା ସହ ସେହି ଫୁଲରୁ ଗୋଟିଏ ଆଣି ଆପଣ ନିଜ ପର୍ସରେ ରଖନ୍ତି । ତେବେ ଆପଣ ନିଜର ମନବାଞ୍ଛିତ ଚାକିରୀଟିଏ ପାଇଥାନ୍ତି । ନଚେତ ବହୁ ଦିନରୁ ଲାଗି ରହୁଥିବା ଆର୍ଥିକ ଅଭାବ ଅନାଟନ ଆପଣଙ୍କର ଦୂର ହୋଇଥାଏ । ସୋମବାର ଦିନ ଧଳା ବସ୍ତ୍ର ପରିଧାନ କରି ଯଦି ଅପରାଜିତା ଫୁଲ ଶିବଲିଙ୍ଗରେ କଢାଇଥାନ୍ତି ।

ତେବେ ଆପଣଙ୍କର ମଙ୍ଗଳ ଭଗବାନ କରାଇଥାନ୍ତି । ଏହା ସହ ଦୋକାନ, କାର୍ଯ୍ୟକ୍ଷେତ୍ର, ବ୍ୟବସାୟ ଆଦି ଜାଗାରେ ଆପଣଙ୍କ ଲାଭ ଦେଖିବାକୁ ମିଳିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ