ଧଳା ବାଳକୁ ମୂଳରୁ କଳା କରିବାର ଚମତ୍କାରୀ ଉପାୟ, ବାସ ସୋରିଷ ତେଲରେ ମିଶାଇ ଲଗାନ୍ତୁ ଏହି ଜିନିଷ

ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତେ ନିଜର କେଶର ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି । ଏଥି ମଧ୍ୟରୁ ଗୋଟିଏ ଅଟେ ଅସମୟରେ ବାଳ ଧଳା ହୋଇଯିବା । ଆଜ୍ଞା ହଁ, ଅଧିକାଂଶ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କ ବାଳ ବୟସ ପୂର୍ବରୁ ଧଳା ହୋଇ ଯାଉଛି ଓ ସେମାନେ ଏଥିପାଇଁ ମଧ୍ୟ ବହୁତ ଚିନ୍ତିତ ରହିଥାନ୍ତି । ଏହା ପରେ ସେମାନେ ବଜାରରେ ମିଳୁଥିବା କିଛି କେମିକାଲ ଯୁକ୍ତ ପ୍ରଡ଼କ୍ଟର ବ୍ୟବହାର କରିଥାନ୍ତି । କିନ୍ତୁ ଏହି ପ୍ରଡ଼କ୍ଟ ଆମ ବାଳକୁ ତ କଳା କରିଥାଏ କିନ୍ତୁ ଏଥିରେ ଥିବା କେମିକାଲ ଆମ ବାଳକୁ ନଷ୍ଟ କରିଦେଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଧଳା ବାଳକୁ ମୂଳରୁ କଳା କରିବାର ଏକ ଜବରଦସ୍ତ ଘରୋଇ ଉପାୟ ଆଣି ଆସିଛୁ । ତେବେ ଚାଲନ୍ତୁ ଜାଣିବା ।

ସର୍ବ ପ୍ରଥମେ ଏଥିପାଇଁ ଆପଣ ଏକ ଲୁହାର କଡେଇ ନିଅନ୍ତୁ । ଆପଣ ଯେ କୌଣସି କଡେଇ ନେଇ ପାରିବେ କିନ୍ତୁ ଲୁହାର କଡେଇରେ ଆୟରନ ଭାଗ ଥିବାରୁ ଏହା ଅଧିକ ଇଫେକ୍ଟିଭ ହୋଇଥାଏ । ଏହା ପରେ ଆପଣ 200 ml ର ସୋରିଷ ତେଲ ନେଇ ତାହାକୁ ଲୋ ଫ୍ଲେମ ରେ ଗରମ କରନ୍ତୁ । ଏହା ପରେ ଏଥିରେ ଆପଣ ୨ ଚାମଚ କଳା ଜୀରା ଆଡ କରନ୍ତୁ । ଏହା ପରେ ଏଥିରେ ଆପଣ ୨ ଚାମଚ ମେଥି ଦାନା ଆଡ କରନ୍ତୁ ।

ଆପଣଙ୍କୁ କହି ଦେଉଛୁ କି କଳା ଜୀରା ଆପଣଙ୍କ ବାଳକୁ କଳା, ମଝବୁତ ଓ ଘନ ବନାଇଥାଏ ଏବଂ ମେଥିଦାନା ମଧ୍ୟ ଆପଣଙ୍କ ବାଳକୁ କଳା କରି ତାହାର ଗ୍ରୋଥ କୁ ଡବଲ କରିଥାଏ । ଏହା ପରେ ଏହାକୁ ଭଲ ଭାବେ ମିଶାଇ ଗରମ କରନ୍ତୁ । ଏହା ପରେ ଏଥିରେ ଆପଣ ୨ ଚାମଚ ମେହେନ୍ଦି ପାଉଡର ଆଡ କରନ୍ତୁ । ଏହାକୁ ଭଲ ଭାବରେ ମିକ୍ସ କରିବେ ଯାହା ଦ୍ଵାରା ଏହାର ସବୁ ଗୁଣ ଏହି ତେଲରେ ଆସିଯିବ । ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଏମିତି ଫୁଟିବାକୁ ଦିଅନ୍ତୁ । ଏହି ତେଲ ଆପଣଙ୍କ ବାଳକୁ କଳା କରିବାରେ, ଝଡିବାରୁ ଅଟକାଇବାରେ ଓ ବାଳର ଗ୍ରୋଥ ପାଇଁ ମଧ୍ୟ ବହୁତ ଇଫେକ୍ଟିଭ ହୋଇଥାଏ ।

ଏହା ଗରମ ହେଲା ପରେ ଏହାକୁ ଢାଙ୍କୁଣୀ ଘୋଡାଇ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏବେ ୧ ଘଣ୍ଟା ପରେ ଦେଖିବେ ଏହି ତେଲ ବିଲକୁଲ କଳା ହୋଇ ଯାଇଛି । ଏବେ ଏହାକୁ ଏକ କଣ୍ଟେନର ରେ ଛଣା ସାହାର୍ଯ୍ୟ ରେ ଛାଣି ନିଅନ୍ତୁ । ବର୍ତ୍ତମାନ ଆପଣଙ୍କର ଏକ ମ୍ୟାଜିକାଲ ହେୟାର ଅୟେଲ ପ୍ରସ୍ତୁତ ହୋଇ ସାରିଛି । ଏହି ତେଲ ଆପଣଙ୍କର ଧଳା ବାଳକୁ ମୂଳରୁ କଳା କରିଦେବ, ଏହା ବିଲକୁଲ ନ୍ୟାଚୁରାଲ ରେମିଡି ଅଟେ । ଏହାର କୌଣସି ସାଇଡ ଇଫେକ୍ଟ ନାହିଁ । ଏହି ତେଲକୁ ଆପଣ ୨-୩ ମାସ ପର୍ଯ୍ୟନ୍ତ ସ୍ଟୋର କରି ମଧ୍ୟ ରଖି ପାରିବେ । ଏହାକୁ ଆପଣ ଏକ କାଚର କଣ୍ଟେନର ରେ ହିଁ ରଖନ୍ତୁ ।

ଯେବେ ବି ଆପଣ ଏହାକୁ ୟୁଜ କରିବେ ତେବେ ଏହାକୁ ଭଲ ଭାବେ ଫେଣ୍ଟି ଆପଣଙ୍କ ବାଳରେ ୫-୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବେ ମସାଜ କରିବେ । ଯଦି ଆପଣଙ୍କର ବାଳ ଅଧିକ ଧଳା ହେଇ ଯାଇଛି ତେବେ ଆପଣ ଏହାକୁ ରେଗୁଲାର ୟୁଜ କରି ପାରିବେ । ନହେଲେ ଆପଣ ଏହାକୁ ସପ୍ତାହକୁ ୨-୩ ଥର ୟୁଜ କରିବେ । ଆପଣଙ୍କୁ ଏହାର ବହୁତ ଭଲ ରେଜଲ୍ଟ ଦେଖିବାକୁ ମିଳିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।