ଧଳା ବାଳକୁ କଳା କରିବାର ସହଜ ଘରୋଇ ଉପାୟ, ଜାଣନ୍ତୁ

ସାଧାରଣତଃ ଆଜିର ଦୁନିଆରେ ସମସ୍ତେ ଯବାନ ଦେଖା ଯିବାକୁ ପସନ୍ଦ କରୁଛନ୍ତି ଏବଂ ସେଥିପାଇଁ ନିଜ ସୁନ୍ଦରତା ବଢାଇବାକୁ ସେମାନେ ବହୁତ ପ୍ରକାର କେମିକାଲ ଯୁକ୍ତ ବ୍ୟୁଟି ପ୍ରୋଡ଼କ୍ଟ ବ୍ୟଭାର କରୁଛନ୍ତି । ଯାହା ସେହି ସମୟ ପାଇଁ ତ ଲାଭକାରୀ ହୁଏ କିନ୍ତୁ ପରେ ଏହାର ସାଇଡ ଇଫେକ୍ଟ ଦେଖିବାକୁ ମିଳେ । ସେହିଭଳି ଆଜିକାଲିର ଏହି ସବୁ ବ୍ୟୁଟି ପ୍ରୋଡକ୍ଟ ଓ ଖାଦ୍ଯପାନୀୟ ଆମ କେଶକୁ ବହୁତ କମ ବୟସରୁ ଖରାପ କରିଦେଉଛି । ଯେମିତି କେଶ ଝଡିବା, କେଶ ପାଚିବା ଚନ୍ଦାପଣ ଇତ୍ୟାଦି । ଏହା ସହିତ ଆଜିକାଲି ଭୁଲ ଖାଦ୍ୟପେୟ ଏବଂ ଭୁଲ ଜୀବନଶୈଳୀ କାରଣରୁ ଲୋକମାନଙ୍କର କେଶ ଅଳ୍ପ ବୟସରେ ହିଁ ଧଳା ହୋଇଯାଉଛି । ଏହା ଛଡା ପ୍ରଦୂଷଣ ଏତେ ବଢି ଯାଇଛି କି ଯାହାର ଖରାପ ପ୍ରଭାବ ଆମ କେଶ ଉପରେ ମଧ୍ୟ ପଡୁଛି । ପ୍ରାୟତଃ ଲୋକମାନଙ୍କର କେଶ ଧଳା ହୋଇଯିବା ଏକ ବହୁତ ବଡ ସମସ୍ୟା ହୋଇଗଲାଣି ।

ସେଥିପାଇଁ ଆଜି ଆମେ ଆପଣଙ୍କୁ କେଉଁ ଉପାୟରେ ଘରୋଇ ଜିନିଷ ଦ୍ଵାରା ନିଜର କେଶକୁ କଳା କରି ପାରିବେ ସେହି ବିଷୟରେ କହିବାକୁ ଯାଉଛୁ । ଯାହାକୁ ବ୍ୟବହାର କରି ଆପଣ ଅତି କମ ସମୟରେ ଓ ସହଜରେ ନିଜ କେଶକୁ କଳା କରି ପାରିବେ । ତେବେ ଏହାକୁ କରିବା ପାଇଁ କିଛି ବିଶେଷ ଜିନିଷର ଆବଶ୍ୟକ ପଡିବ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହାପାୟନ କଣ କଣ ଜିନିଷ ଆବଶ୍ୟକ ପଡିବ । ଏହି ଉପଚାର ପାଇଁ ସର୍ବ ପ୍ରଥମେ ଆପଣ ମେଥି ଦାନା ଦରକାର । ଏବେ ଏହି ମେଥି ଦାନାକୁ ଭଲ ଭାବରେ ପାଉଡର କରି ଦିଅନ୍ତୁ ।

ଧ୍ୟାନ ରଖିବେ ଯେମିତି କି ଏହା ପୁରା ଗୁଣ୍ଡ ହେବା ଦରକାର । ଏହା ପୁରା ପୁରୀ ପାଉଡର ହେବା ପରେ ଏକ ପିଆଜକୁ ନେଇ ତାହାର ରସ ବାହାର କରନ୍ତୁ । ବର୍ତ୍ତମାନ ଗୋଟିଏ ପାତ୍ରରେ ୪ ରୁ ୫ ଚାମଚ ପିଆଜ ରସ ନିଅନ୍ତୁ ଓ ସେଥିରେ ଗୋଟିଏ ଚାମଚ ମେଥି ଗୁଣ୍ଡ ମିଶାନ୍ତୁ । ଏହାକୁ ଆପଣଙ୍କୁ ଭଲ ଭାବରେ ମିସାଇବାକୁ ପଡିବ ।

ଯେତେବେଳେ ଏହା ଭଲଭାବେ ମିଶିଯିବ ବର୍ତ୍ତମାନ ଏଥିରେ ଆପଣ ୩ ରୁ ୪ ଚାମଚ ନଡିଆ ତେଲ ମିଶାନ୍ତୁ । ବର୍ତ୍ତମାନ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ଖରାରେ ରଖିବା ପରେ ନିଜ କେଶରେ ଲଗାନ୍ତୁ । ଏହାକୁ ଆପଣ କୌଣସି କାଚ ପାତ୍ରରେ ରଖି ପାରିବେ । ସପ୍ତାହକୁ ଦୁଇରୁ ତିନି ଥର ଆପଣ ଏହି ତେଲର ବ୍ୟବହାର କରନ୍ତୁ ।

ଆପଣ ଏହି ତେଲକୁ ନିଜ ମୁଣ୍ଡରେ ଲଗାଇ ୧ ଘଣ୍ଟା ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ । ଏହା ପରେ ଆପଣ ନିଜ କେଶକୁ ସାମ୍ପୋ ସାହାର୍ଯ୍ୟରେ ଧୋଇ ଦିଅନ୍ତୁ । ଯଦି ଆପଣ ଏହାକୁ ୧ ରୁ ୨ ମାସ ପର୍ଯ୍ୟନ୍ତ କରିବେ ତେବେ ଆପଣଙ୍କର କେଶ କଳା, ଘନ ଓ ଲମ୍ବା ହୋଇଯିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।