ମାତ୍ର ଏତିକି ସ୍ୟାଲେରୀ ନେଇଥାନ୍ତି ଟ୍ୱିଟର ର CEO ! ଏହା ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବ ଆପଣ

ଦୁନିଆର ଦିଗ୍ଗଜ ମାଇକ୍ରୋ ବ୍ଲଗିଂଗ ସାଇଟ ଟ୍ୱିଟରର CEO ଜୈକ ଡୋର୍ସୀ ବର୍ଷ ୨୦୧୮ରେ କେତେ କମ ସ୍ୟାଲେରୀ ନେଇଥିଲେ, ଏହା ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ସେ ଏହି ପୁରା ବର୍ଷରେ କେବଳ ୧.୪୦ ଡଲାର (ପାଖାପାଖି ୯୭ ଟଙ୍କା) ସ୍ୟାଲେରୀ ନେଇଛନ୍ତି । ଏତିକି ନୁହେଁ ସେ ୨୦୧୫ରେ CEO ହେବା ପରେ ପ୍ରଥମ ଥର ପାଇଁ ସ୍ୟାଲେରୀ ନେଇଛନ୍ତି, ମାନେ ଏହା ପୂର୍ବରୁ ସେ କୌଣସି ସ୍ୟାଲେରୀ ନେଇ ନାହାନ୍ତି ।

 

କମ୍ପାନୀ ୟୁଏସ ସିକ୍ଯୋରିଟିଜ ଏଣ୍ଡ ଏକ୍ସଚେଞ୍ଜ କମିଶନ (SEC)କୁ କହିଛି କି ଟ୍ୱିଟର ର ସିଇଓ ଜୈକ ଡୋର୍ସୀ ବର୍ଷ ୨୦୧୮ରେ ୧.୪୦ ଡଲାର ସ୍ୟାଲେରୀ ନେଇଛନ୍ତି । ଜୈକ ଡୋର୍ସୀ ଟ୍ୱିଟର ର କୋ – ଫାଉଣ୍ଡର ବି ଅଟନ୍ତି । ସେ କମ୍ପାନୀର ଆରମ୍ଭ ସମୟରୁ ଦୁଇ ବର୍ଷ ପର୍ଯ୍ୟନ୍ତ ସିଇଓ ଥିଲେ । କିନ୍ତୁ ୨୦୦୮ରେ ସେ ଏହି ପଦକୁ ଛାଡି ଦେଲେ । ୨୦୧୫ରେ ସେ ପୁଣି ଥରେ ଟ୍ୱିଟର ର ପ୍ରମୁଖ ହେଲେ ।

ଏହା ପରେ ୨୦୧୫, ୨୦୧୬ ଓ ୨୦୧୭ରେ ସେ କମ୍ପାନୀ ତରଫରୁ  କୌଣସି ବି ସ୍ୟାଲେରୀ କିମ୍ବା ବେନିଫିଟ ନେଇ ନାହାନ୍ତି । ଏହା ସହିତ ସେ ମୋବାଇନ ପେମେଣ୍ଟ କମ୍ପାନୀ ‘ସ୍କ୍ୱାୟର’ ରୁ ମାତ୍ର ୨.୭୫ ଡଲାର ବର୍ଷକୁ ସ୍ୟାଲେରୀ ନେଇଛନ୍ତି । ଡିସେମ୍ବର ୨୦୧୮ରେ ଡୋର୍ସୀ ‘ସ୍କ୍ୱାୟର’ ର ୧୭ ଲକ୍ଷ ଶେୟାର ବିକ୍ରି କରି ଦେଇଥିଲେ । ଫୋର୍ବ୍ସ ଅନୁସାରେ ତାଙ୍କୁ ଏଥିରୁ ୮ କୋଟି ଡଲାର ଲାଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ତାଙ୍କର ବର୍ଷକୁ ଆୟ ପାଖାପାଖି ୪.୭ ଅରବ ଡଲାର ଅଟେ ।

ଡୋର୍ସୀ ଜଣେ ମାତ୍ର ନୁହନ୍ତି ଯିଏକି ମାତ୍ର ୧ ଡଲାର ପାଖାପାଖି ସ୍ୟାଲେରୀ ନିଅନ୍ତି । ଫେସବୁକର CEO ମାର୍କ ଜୁକରବର୍ଗ, ଓରେକଲ ର ଲୈରୀ ଏଲିସନ, ଗୁଗଲ ର ଲୈରୀ ପେଜ ଓ ସର୍ଜେ ବ୍ରିନ ମଧ୍ୟ ବର୍ଷକୁ ୧ ଡଲାର ସ୍ୟାଲେରୀ ନିଅନ୍ତି ।

୧ ଡଲାର ସ୍ୟାଲେରୀ କାହିଁକି ନେଇଥାନ୍ତି ବଡ ଅଧିକାରୀମାନେ

ଆମେରିକା କମ୍ପାନୀର ବଡ ବଡ ଅଧିକାରୀମାନେ ୧ ଡଲାର ପାଖାପାଖି ସ୍ୟାଲେରୀ ହିଁ ନେଇଥାନ୍ତି । ଅସଲରେ ତାଙ୍କର ଶେୟାର କିମ୍ବା ଅନ୍ୟ ଉପାୟରୁ ତାଙ୍କୁ ଏତେ ଟଙ୍କା ମିଳିଥାଏ କି ସେ ସ୍ୟାଲେରୀ ନ ନେଇ କମ୍ପାନୀର କର୍ମଚାରୀଙ୍କୁ ଏକ ଭଲ ସନ୍ଦେଶ ଦେବାକୁ ଚାହାନ୍ତି କେବଳ ନା କୁ ମାତ୍ର ସ୍ୟାଲେରୀ ନିଅନ୍ତି । ଏତେ କମ ସ୍ୟାଲେରୀ ନେବା ଦ୍ଵାରା ଏହା ସଂକେତ ମିଳିଥାଏ କି CEO ନିଜର ପୁରା ଧ୍ୟାନ କମ୍ପାନୀ ଶେୟାରର ମୂଲ୍ୟ ବଢାଇବାରେ ଲଗାଇବେ, କାରଣ ତାଙ୍କର ଆୟ ଏହି ଶେୟାର ଦ୍ଵାରା ହିଁ ହୋଇଥାଏ ।