ଧନୀ ହେବା ପାଇଁ ଏହି 6ଟି କାମ କରିବା ଜରୁରୀ, କଣ ଆପଣବି ତ କରୁ ନାହାନ୍ତି ଏହି ଭୁଲ

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ଲିଖିତ ଏକ ଗ୍ରନ୍ଥ ଅଟେ । ଏଥିରେ ମାନବ ସମାଜର ସବୁ ଅବସ୍ଥାର ବ୍ୟବହାରିକ ଶିକ୍ଷା ଦେବ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଓ ରାଜନୀତିଜ୍ଞ ମଧ୍ୟ ଥିଲେ । ଯାହାଙ୍କ ନୀତିଦ୍ୱାରା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ । ଆଜି ଆମେ ଆପଣଙ୍କ ଜଣାଇବୁ ଚାଣକ୍ୟଙ୍କର ଏମିତି କିଛି ନୀତି ଯାହାକି ଆପାଣଙ୍କ କୌଣସି ପରିସ୍ଥିତିରେ ଆସିପାରେ । ଜୀବନରେ କିଛି କରିବାକୁ ଚାହୁଞ୍ଛାନ୍ତି ତେବେ ଆମେ ଆପଣ ଆଚାର୍ୟ ଚାଣକ୍ୟର ଅଦ୍ଭୁତ ଜ୍ଞାନ ବିଷୟରେ କହିବାକୁ ଚାହୁଞ୍ଛୁ । ଆଚାର୍ୟ ଚାଣକ୍ୟ କହିଛନ୍ତି ଏହି ଛଅଟି ଜିନିଷକୁ ନିଜର ସମ୍ପର୍କ ବୋଲି ମାନୁଛନ୍ତି ।

ତେବେ ଆପଣଙ୍କୁ ମୋକ୍ଷ୍ୟ ମିଳିବାର ସମ୍ଭାବନା ଅଛି । ଆଉ ସଫଳତା ମଧ୍ୟ ମିଳିବ । ଆଚାର୍ୟ ଚାଣକ୍ୟ ଗୋଟେ ଶୋଳ୍କ ରେ କହିଛନ୍ତି, ଯିଏ ସବୁବେଳେ ସତ କହିବ ସେ ବିଜୟ ହେବ । ଯିଏ ସତ୍ୟକୁ ନିଜର ରାସ୍ତା ବନେଇ ଦବ ଆପେ ଆପେ ରାସ୍ତା ବାହାରିଯିବ ।

ସତ୍ୟ- ସତ୍ୟ କହିବା ବ୍ୟକ୍ତି ସବୁବେଳେ ପ୍ରିୟ ଅଟନ୍ତି । ମନୁଷ୍ୟର ଖରାପ ଗୁଣକୁ ଦୂର କରିବା ପାଇଁ ସତ୍ୟ ହିଁ ସାଧନ ରୂପେ ମାର୍ଗ ଚାଳିତ କରିବ । ସତ୍ୟ ଏପରି ଏକ ମାର୍ଗ ଯାହାକି ମନୁଷ୍ୟକୁ ରୋଗ ଲଗେଇବାକୁ ଦିଏ ନାହିଁ । ମା ଭଳି ସତ୍ୟ ମନୁଷ୍ୟକୁ ରକ୍ଷା କରିଥାଏ । ଏହାଠୁ ବଳି କୌଣସି ଜିନିଷ ନାହିଁ ।


ଜ୍ଞାନ- ଚାଣକ୍ୟ କହିଛନ୍ତି ଜ୍ଞାନକୁ ଆପଣ ପିତା ଭଳି ମାନିବା ଉଚିତ । ଆପଣଙ୍କର ପଇସା ଯିବା ଆସିବା କରିଥାଏ । କିନ୍ତୁ ଗିନା ଆପଣଙ୍କର ପାଖରେ ରହିଥାଏ । ମନୁଷ୍ୟ ଜୀବନରେ ଜ୍ଞାନଠୁ ବଳି କିଛି ଜିନିଷ ନାହିଁ । ଜ୍ଞାନ ପ୍ରାପ୍ତି ପାଇଁ କିମ୍ବା ଜ୍ଞାନ ଦେବା ପାଇଁ ଆପଣ କୁଣ୍ଠାବୋଧ କରିବେ ନାହିଁ । ସେତେବେଳେ ଆପଣଙ୍କୁ ସଫଳତା ମିଳିବ ଯେତେବେଳେ ଆପଣଙ୍କର ପାଖରେ ଜ୍ଞାନ ଅଛି ।

ଧର୍ମ- ପୁଣି ଯେଉଁ ମନୁଷ୍ୟ ଭଲ କାମ କରୁଛନ୍ତି ତାହାର ଧର୍ମ ସଞ୍ଚିତ ଆକାରରେ ରହିଥାଏ । ତାହାର ଜନ୍ମ ସଫଳ ହୋଇଥାଏ । ଧର୍ମ ମନୁଷ୍ୟକୁ ସକରତ୍ମକ ଭଳି ତିଆରି କରିଥାଏ । ଧର୍ମକୁ ଆପଣଙ୍କୁ ଭାଇ ଭଳି ମାନନ୍ତୁ । ଯାହା ଦ୍ଵାରା ଆପଣ ଧର୍ମ ଓ କର୍ମକୁ ପୁରା କରିପାରିବେ । ଧର୍ମକୁ ଯିଏ ମାନୁଥିବେ ସେ କେବେ ହେଲେ ବୁରା ସଙ୍ଗତରେ ପଡ଼ିପାରିବେ ନାହିଁ । ମନୁଷ୍ୟର ଜନ୍ମ ଏଥିପାଇଁ ହୁଏ କି ସେ ଧର୍ମ ମାର୍ଗରେ ଚାଲୁ । ଧନକୁ ପ୍ରାପ୍ତ କରି ଉପଭୋଗ କରେ ।

ଦୟା- ପ୍ରାଣୀମାନଙ୍କୁ ସବୁବେଳେ ଦୟା ଦେଖେଇବା ବ୍ୟକ୍ତି ସେ କେବେ ହେଲେ ପାପ କରି ପାରିବ ନାହିଁ । ଏହାଠୁ ଭଳି ବଡ ଜ୍ଞାନ କଣ ଆଉ ଅଛି । ଦୟାକୁ ମିତ୍ର ଭଳି ମାନିବା ଉଚିତ । ଯାହାର ସାଙ୍ଗ କେବେବି ଛାଡିବା ଉଚିତ ନୁହେଁ । ଯେଉଁ ପ୍ରକାରରେ ମିତ୍ରର ସାହାଯ୍ୟ କରିଥାନ୍ତି । ସେଇଭଳି ଭାବରେ ଦୟକୁ ମନୁଷ୍ୟର ସବୁ କାର୍ଯ୍ୟରେ ସଫଳତା ଆଣିଦେଇଥାଏ ।

ଶାନ୍ତ- ମନୁଷ୍ୟ ସବୁବେଳେ ଶାନ୍ତ ଓ ସ୍ଵଭାବର ହେବା ଉଚିତ । ଯେଉଁ ବ୍ୟକ୍ତି ଶାନ୍ତ ରହିଥାଏ । ତାର ସଫଳତା ମାର୍ଗ ଖୋଲିଥାଏ । ଶାନ୍ତ ମନରେ ନେଇଥିବା ନିର୍ନାୟ ଅତ୍ୟନ୍ତ ଲାଭାଦାୟକ ହୋଇଥାଏ । ଯିଏ ଶାନ୍ତିକୁ ନିଜର ପତ୍ନୀ ଭଳି ରଖିଥାଏ ତାହାର ଜୀବନରେ କେବେ ସମସ୍ୟା ଆସିନଥାଏ ।

କ୍ଷମା- ଯେଉଁ ମନୁଷ୍ୟର ଭୁଲକୁ କେବେବି କ୍ଷମା କରିବା ଉଚିତ । ଯଦି କାହାର ଭୁଲକୁ ଆପଣ କ୍ଷମା କରିଦେଉଛନ୍ତି ସେଇଟା ବଡ ପୂଣ୍ୟ ଅଟେ । ଆମର ସଂସ୍କୃତି କ୍ଷମା କାରିବାର ଶିକ୍ଷା ଦେଇଥାଏ । ଯେଉଁ ବ୍ୟକ୍ତି କ୍ଷମା କୁ ସନ୍ତାନ ଭଳି ମାନିବେ ତାକୁ ଜୀବନରେ କଷ୍ଟକୁ ସାମନା କରିବାକୁ ପଡିବ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।