ଓଡ଼ିଶା ପୋଲିସ ମାନଙ୍କର ଦରମା କେତେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ

ପୋଲିସ ମାନେ ଆମର ବହୁତ ସୁରକ୍ଷା କରିଥାନ୍ତି । ଆଜି ଆମେ ଜାଣିବା ପୋଲିସ ମାନଙ୍କ ବିଷୟରେ । ତାଙ୍କର ପୋଷାକ ଓ ତାଙ୍କର ଦରମା ବିଷୟରେ । ଆସନ୍ତୁ ପ୍ରଥମେ ତାଙ୍କର ପଦପି ବିଷୟରେ ଜାଣିବା । ଓଡିଶା ପୋଲିସର ସବୁଠାରୁ ତଳ ପଦପି ହେଉଛି କନଷ୍ଟେବଲ । ତାଙ୍କର କୌଣସି ଷ୍ଟ୍ରିପ ଓ ଷ୍ଟାର ନଥାଏ । କେବଳ ତାଙ୍କ ଡ୍ରେସରେ ଓପି ଲେଖା ହୋଇଥାଏ । ତା ଉପର ପଦପି ହେଉଛି ହେଡ କନଷ୍ଟେବଲ । ତାଙ୍କର ହାତ ଉପରେ ଏକ ଷ୍ଟ୍ରିପ ଥାଏ । ତା ଉପର ପଦଟି ହେଉଛି ହବଲ ଦାର । ସେମାଙ୍କର ହାତ ଉପରେ ତିନୋଟି ଧଳା ଷ୍ଟ୍ରିପ ଥାଏ ।

ଏବେ ନନ ଗେଜେଟେଡ଼ ପୋଲିସ ଅଫିସରଙ୍କ ବିଷୟରେ ଜାଣିବା । ଏହି ପଦରେ ସବୁଠାରୁ ତଳ ପଦପି ହେଉଛି “ଏ ଏସ ଆଇ” । ତାଙ୍କର ଗୋଟିଏ ମାତ୍ର ଷ୍ଟାର ଓ ତା ପାଖରେ ରେଡ଼ ଷ୍ଟ୍ରିପ ଓ ବ୍ଲାକ ଷ୍ଟ୍ରିପ ଥାଏ । ତା ପର ପଦଟି ହେଉଛି ସବ ଇନ୍ସିପେକ୍ଟର । ଏମାନଙ୍କର ଦୁଇଟି ଷ୍ଟାର ଓ ରେଡ଼ ଷ୍ଟ୍ରିପ ଓ ବ୍ଲାକ ଷ୍ଟ୍ରିପ ଥାଏ ।

ତାପରେ ହେଉଛି ଇନିସ୍ପେକ୍ଟର । ସେମାଙ୍କର ତିନୋଟି ଷ୍ଟାର, ରେଡ଼ ଷ୍ଟ୍ରିପ ଓ ବ୍ଲାକ ଷ୍ଟ୍ରିପ ଥାଏ । ତା ପର ପଦଟି ହେଲା ଡି ଏସ ପି । ସେ ମାନଙ୍କର ତିନୋଟି ଷ୍ଟାର ଥାଏ, କୋୖଣସି ଷ୍ଟ୍ରିପ ନଥାଏ ଓ ଉପରେ ‘ଓ ପି ଏସ’ ଲେଖା ହୋଇଥାଏ । ତାପରେ ଥାଆନ୍ତି ଆଡିସନାଲ ସୁପରିଟେଣ୍ଡ ଅଫ ପୋଲିସ । ସେମାଙ୍କର କେବଳ ଅଶୋକ ସ୍ତମ୍ଭ ଥାଏ ଏବଂ ‘ଓ ପି ଏସ’ ଲେଖା ହୋଇଥାଏ ।

ଏହା ଉପରେ ଆସିଥାନ୍ତି ଆଇ ପି ଏସ । ଏହି ପଦପିର ସବୁଠାରୁ ତଳ ପଦପି ହେଲା ଆସିଷ୍ଟାଣ୍ଡ ସୁପରିଟେଣ୍ଡେଣ୍ଟ । ତାଙ୍କର ପ୍ରଥମ ବର୍ଷ ଟ୍ରେନିଂ ସମୟରେ ଗୋଟିଏ ଷ୍ଟାର ଥାଏ, ଦୂତୀୟ ବର୍ଷ ଦୁଇଟି ଷ୍ଟାର ଥାଏ ଓ ତୃତୀୟ ବର୍ଷ ତାଙ୍କୁ ‘ଡି ଏସ ପି’ କୁହାଯାଏ । ଏହି ‘ଡି ଏସ ପି’ ମାନଙ୍କର ତିନୋଟି ଷ୍ଟାର ଥାଏ । ତାପରେ କେବଳ ଖାଲି ଗୋଟିଏ ଅଶୋକ ସ୍ତମ୍ବ ଥିଲେ ସେମାଙ୍କୁ ଆସିଷ୍ଟାଣ୍ଡ ଏସ୍ପି କୁହାଯାଏ । ତାପରେ ଗୋଟିଏ ଅଶୋକ ସ୍ତମ୍ଭ ଓ ଗୋଟିଏ ଷ୍ଟାର ଥିଲେ ସେମାଙ୍କୁ ଏସ୍ପି କୁହାଯାଏ ।

ତା ଉପରେ ଗୋଟିଏ ଅଶୋକ ସ୍ତମ୍ଭ ଓ ଦୁଇଟି ଷ୍ଟାର ଥିଲେ ତେବେ ସେମାନଙ୍କୁ ସୁପରିଟେଣ୍ଡେ କୁହାଯାଏ । ତା ଉପରେ ଗୋଟିଏ ଅଶୋକ ସ୍ତମ୍ଭ ଓ ତିନୋଟି ଷ୍ଟାର ଥାଏ ତେବେ ତାଙ୍କୁ ‘ଡ଼ି ଆଇ ଜି’ କୁହାଯାଏ । ତା ଉପରେ ଗୋଟିଏ ଅଶୋକ ସ୍ତମ୍ଭ ଓ ତଳେ ଗୋଟିଏ ଖଣ୍ଡା ଯୁଦ୍ଧର ଚିହ୍ନ ଥାଏ ତେବେ ତାଙ୍କୁ ‘ଆଇ ଜି’ କୁହାଯାଏ । ତା ପରେ ଗୋଟିଏ ଅଶୋକ ସ୍ତମ୍ଭ ଓ ତାପରେ ଗୋଟିଏ ଖଣ୍ଡା ଯୁଦ୍ଧର ଚିହ୍ନ ଥାଏ, ତା ହେଲେ ସେମାନଙ୍କୁ “ଡି ଜି ପି” କୁହାଯାଏ । ଗୋଟିଏ ରାଜ୍ୟରେ ଗୋଟିଏ “ଡି ଜି ପି” ଥାଆନ୍ତି ।

ଏହି ଡିଜିପି ମାନଙ୍କର ସବୁଠୁ ଅଧିକ ଦରମା ହୋଇଥାଏ । ସେମାନଙ୍କର ଦରମା ଦେଲା ୨ ଲକ୍ଷ ୨୫ ହଜାର ଟଙ୍କା । ସେହିଭଳି ଆଇଜି ମାନଙ୍କ ଦରମା ୨ ଲକ୍ଷ ୫ ହଜାର ଟଙ୍କା ହୋଇଥାଏ । ଏମାନଙ୍କ ତଳେ ଆଇପିଏସ ମାନଙ୍କର ଦରମା ୬୦ ହଜାର ଟଙ୍କା ରୁ ବଢି ୨ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ସବୁଠାରୁ ତଳେ ଥିବା କନେଷ୍ଟବଳଙ୍କ ଦରମା ୨୨ ରୁ ୩୦ ହଜାର ହୋଇଥାଏ । ଇନିସ୍ପେକ୍ଟର ମାନଙ୍କ ଦରମା ୩୦ ରୁ ୪୦ ହଜାର ପର୍ଯ୍ୟନ୍ତ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।