ଦେବୀ ମାଙ୍କର ଅଦ୍ଭୁତ ମନ୍ଦିର, ଯେଉଁଠି ଚୋରୀ କରିବା ପରେ ହିଁ ହୋଇଥାଏ ମନୋକାମନା ପୁରା

ଆମମାନଙ୍କୁ ପିଲାବେଳୁ ହିଁ ଏହି କଥାର ଶିକ୍ଷା ଦିଆଯାଇ ଥାଏ କି କୌଣସି ଖରାପ କାମ କରିବ ନାହିଁ । ଅନ୍ୟଥା ଏହାର ଖରାପ ପରିଣାମ ଆପଣଙ୍କୁ ଭୋଗିବାକୁ ପଡିବ । ଯଦି କଥା ଚୋରୀ କରିବାର ଅଟେ ତେବେ ଚୋରୀ କରିବା ପାପ ବୋଲି କୁହାଯାଏ । ଯଦି କୌଣସି ବ୍ୟକ୍ତି ଚୋରୀ କରିଥାଏ ତେବେ ତାହାଙ୍କୁ ଦଣ୍ଡ ଅବଶ୍ୟ ମିଳିଥାଏ । ଯଦି କୌଣସି ମନ୍ଦିରରେ ଚୋରୀ କରିବାର କଥା ଉଠେ ତାହା ମହାପାପ ବୋଲି କୁହାଯାଏ ।

ପରନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏକ ଏମିତି ମନ୍ଦିର ବିଷୟରେ ସୂଚନା ଦେବାକୁ ଯାଉଛୁ ଯେଉଁଠି ମନ୍ଦିର ଭିତରେ ଚୋରୀ କରିବା ପରେ ହିଁ ଆପଣଙ୍କର ମନୋକମନା ପୂର୍ଣ ହୋଇ ପାରିବ । ଏହା ଶୁଣି ବର୍ତ୍ତମାନ ଆପଣଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବ ତେବେ ଚାଲନ୍ତୁ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଆମେ ଦେବୁ ।

ଆମେ ଯେଉଁ ମନ୍ଦିର ବିଷୟରେ କହିବାକୁ ଯାଉଛୁ ସେହି ମନ୍ଦିର ଦେବଭୂମି ରାଜ୍ୟ କୁହା ଯାଉଥିବା ଉତ୍ତରାଖଣ୍ଡ ରାଜ୍ୟରେ ଅବସ୍ଥିତ । ଏହି ସ୍ଥାନରେ ବହୁତ ପ୍ରାଚୀନ ମନ୍ଦିର ଅଛି ଏବଂ ଏହି ପ୍ରାଚୀନ ମନ୍ଦିର ମଧ୍ୟରୁ ଗୋଟିଏ ଅଦ୍ଭୁତ ମନ୍ଦିର ଅଛି ଯାହା ସିଦ୍ଧପୀଠ ଚୂଡାମଣି ଦେବୀ ମନ୍ଦିର ନାମରେ ପ୍ରସିଦ୍ଧ ଅଟେ । ମାନ୍ୟତା ଅନୁସାରେ ଏଠି ଚୋରୀ କରିବା ପରେ ହିଁ ବ୍ୟକ୍ତିର ମନୋକମନା ପୂର୍ଣ ହୋଇଥାଏ । ରୁଡକୀ ର ଚୁଡିୟାଲା ଗ୍ରାମରେ ଅବିସ୍ଥିତ ଏହି ପ୍ରାଚୀନ ସିଦ୍ଧପୀଠ ଚୂଡାମଣି ଦେବୀ ମନ୍ଦିରରେ ଯେଉଁ ବ୍ୟକ୍ତିଙ୍କର ପୁତ୍ର ପ୍ରାପ୍ତିର ଇଛା ଥାଏ ବିଶେଷ ଭାବରେ ସେହି ମାତା ପିତା ସେଠାକୁ ଦର୍ଶନ ପାଇଁ ଯାଆନ୍ତି ।

ଏହି ମନ୍ଦିର ବିଷୟରେ ଏମିତି କୁହାଯାଏ କି ଯେଉଁ ବିବାହିତା ଦମ୍ପତି ପୁତ୍ର ଚାହାନ୍ତି ଯଦି ସେମାନେ ଏହି ମନ୍ଦିରକୁ ଯାଇ ମାତାଙ୍କ ଚରଣରେ କାଠର କଣ୍ଢେଇ ଚୋରୀ କରି ନିଜ ସହିତ ନେଇ ଆସିବେ ତେବେ ତାଙ୍କୁ ପୁତ୍ର ପ୍ରାପ୍ତି ହୋଇଥାଏ । ଏହା ପରେ ପୁଅ ସହିତ ମାତା ପିତାଙ୍କୁ ଏହି ମନ୍ଦିରର ଦର୍ଶନ ପାଇଁ ଆସିବା ଦରକାର ।

ଏମିତି କୁହାଯାଇଛି କି ପୁତ୍ର ହେବା ପରେ ପୁତ୍ରକୁ ନଣ୍ଡା କରିବା ସହିତ ଦମ୍ପତି ଆଷାଢ ମାସରେ ନେଇଥିବା କାଠର କଣ୍ଢେଇ ସହ ଅନ୍ୟ ଏକ କାଠର କଣ୍ଢେଇକୁ ନିଜର ପୁତ୍ର ଦ୍ଵାରା ଅର୍ପଣ କରିବା ଦରକାର । ସେଠାକାର ସ୍ଥାନୀୟ ଲୋକମାନେ କୁହନ୍ତି କି ଏହି ମନ୍ଦିରର ନିର୍ମାଣ ୧୮୦୫ରେ ଲଂଢୋରା ରାଜବଂଶର ରାଜା କରିଥିଲେ ।

ଏହି ମନ୍ଦିର ବିଷୟରେ ଏମିତି କାହାଣୀ କୁହାଯାଏ କି ବହୁତ ବର୍ଷ ହେବ ଗୋଟିଏ ରାଜା ଥିଲେ ଯାହାର କୌଣସି ସନ୍ତାନ ନଥିଲେ । ଗୋଟିଏ ଦିନ ରାଜା ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ ଯେଉଁଠି ତାଙ୍କୁ ମାଙ୍କର ପିଣ୍ଡିର ଦର୍ଶନ ହେଲା ଏବଂ ଏହାକୁ ଦର୍ଶନ କରିବା ପରେ ହିଁ ସେ ପୁତ୍ରର କାମନା କରିଲେ ଏବଂ ଏହାର କିଛି ଦିନପରେ ହିଁ ତାଙ୍କୁ ପୁତ୍ର ପ୍ରାପ୍ତି ହୋଇ ଥିଲା । ତାହା ପରେ ରାଜା ସେହି ଜାଗାରେ ଏହି ମନ୍ଦିରର ନିର୍ମାଣ କରିଥିଲେ । ଏଠି ପ୍ରଥମେ ଘନ ଜଙ୍ଗଲ ଥିଲା । ଏହି ମନ୍ଦିରକୁ ଦୂର ଦୂରରୁ ଲୋକମାନେ ଦର୍ଶନ କରିବା ପାଇଁ ଆସନ୍ତି । ଭକ୍ତିରେ ଗୋଟେ ଶେୟାର ନିଶ୍ଚୟ କରିବେ ।