ଦେଶର 170 ଜିଲ୍ଲାକୁ ରଖାଗଲା ରେଡ ଜୋନରେ, ଦିଲ୍ଲୀ ମୁମ୍ବାଇ ବି ଲିସ୍ଟରେ ସାମିଲ, ଓଡିଶାର ରହିଛି ଏହିସବୁ ଜିଲ୍ଲା

କରୋନା ଭୁତାଣୁ ଯୋଗୁଁ ଦେଶର ୧୭୦ ଟି ଜିଲ୍ଲାକୁ ରେଡ୍ ଜୋନ୍ ଶ୍ରେଣୀଭୁକ୍ତ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ୬ ଟି ମେଟ୍ରୋ ସହର ମଧ୍ୟ ଅନ୍ତର୍ଭୁକ୍ତ | ରେଡ୍ ଜୋନ୍ ଅଞ୍ଚଳର ସରକାରଙ୍କ ପ୍ରସ୍ତୁତ ତାଲିକା ଅନୁଯାୟୀ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା ଏବଂ ହାଇଦ୍ରାବାଦ ଭଳି ସହରଗୁଡିକ ରେଡ୍ ଜୋନ୍ ବର୍ଗରେ ଅଛି ଏବଂ ଏପ୍ରିଲ୍ ୨୦ ପରେ ଏହି ସହରଗୁଡିକ ଲକ ଡାଉନ ଆରାମ ପାଇବ ନାହିଁ। । ସରକାର ପ୍ରସ୍ତୁତ କରିଥିବା ଏହି ତାଲିକାରେ ତାମିଲନାଡୁର ୨୨ ଟି ଜିଲ୍ଲା ରେଡ୍ ଜୋନ୍ ବର୍ଗରେ ଅଛନ୍ତି। ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶର ୧୧ ଟି ଜିଲ୍ଲା, ଦିଲ୍ଲୀର ୯ ଟି ଜିଲ୍ଲା, ମଧ୍ୟପ୍ରଦେଶ ଏବଂ ଗୁଜୁରାଟର ୫ ଟି ଜିଲ୍ଲା ହଟସ୍ପଟ୍ ବର୍ଗରେ ଅଛି।

Image courtesy: Newstrend

ଯେଉଁ ରାଜ୍ୟଗୁଡିକରେ ୮୦ ପ୍ରତିଶତରୁ ଅଧିକ ପଜିଟିଭ ମାମଲା ରିପୋର୍ଟ କରାଯାଇଥିଲା ଏବଂ କେଉଁ ଅଂଚଳରେ ଅଧିକ କରୋନା ସଂକ୍ରମଣ ହେଉଛି | ସେମାନଙ୍କୁ ହଟସ୍ପଟ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି | ସେହିପରି ଯେଉଁ ଅଂଚଳରେ ଏବଂ ଜିଲ୍ଲା ଯେଉଁଥିରୁ ୨୮ ଦିନ ରୁ କୌଣସି ସଂକ୍ରମଣର ଘଟଣା ଦେଖିବାକୁ ମିଳିନାହିଁ ତାହା ଗ୍ରୀନ ଅଂଚଳ ଭାବେ ଘୋଷଣା ହେଇଚି| ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ୨୦୭ ଟି ଜିଲ୍ଲାକୁ ହଟସ୍ପଟ୍ ଏବଂ ୩୫୯ ଟି ସବୁଜ ଜୋନ୍ରେ ରଖାଯାଇଛି। ସରକାରଙ୍କ କହିବାନୁସାରେ, ଯେଉଁ ଜିଲ୍ଲାଗୁଡ଼ିକ ହଟସ୍ପଟ୍ ସ୍ଥାନରେ ରଖାଯାଏ ନାହିଁ ଏପ୍ରିଲ୍ 20 ରୁ ଲକ୍ଡାଉନ୍ ରେ କିଛି ରିହାତି ମିଳିବ | ତଥାପି, ଏହି ସମୟ ମଧ୍ୟରେ ଲୋକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ |

Image courtesy: Newstrend

ଦିଲ୍ଲୀରେ କରୋନା ସଂକ୍ରମିତ ମାମଲା ଦିନକୁ ଦିନ ଅତି ପ୍ରଖରତାର ସହ ବ୍ୟାପିବାରେ ଲାଗିଛି । ତେଣୁ ଏହାକୁ ହଟ୍-ସ୍ପଟ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ନୂଆ ୧୭ଟି ନୂଆ କରୋନା ସଂକ୍ରମିତ ମାମଲା ସମ୍ମୁଖକୁ ଆସିଛି । କହିବାକୁ ଗଲେ ଦିଲ୍ଲୀରେ, ୩୨ ଜଣ କରୋନା ପୀଡିତଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ୧୫୬୮ ଲୋକ ଆକ୍ରାନ୍ତ ହେଇସାରିଛନ୍ତି । ଗତକାଲି ସନ୍ଧ୍ୟାରେ ଜଣେ ପିଜ୍ଜା ବିତରଣକାରୀ ବାଳକ କରୋନା ପଜିଟିଭ ବାହାରିଥିଲା, ଯେଉଁଥି କାରଣରୁ ୭୨ଟି ପରିବାରକୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

କେଉଁ ରାଜ୍ୟର କେଉଁ ଜିଲ୍ଲା ହଟ୍-ସ୍ପଟ୍ ଶ୍ରେଣୀରେ ଅନ୍ତର୍ଭୁକ୍ତ

ତାମିଲନାଡୁ: ଚେନ୍ନାଇ, ତିରୁଚିରାପଲ୍ଲୀ, କୋୟମ୍ବତୁର, ଇରୋଡ଼, ତିରୁଣେଲବେଲି, ଡିଣ୍ଡିଗୁଲ, ବିଲୁପୁରମ, ନାମକ୍କଲ, ଥେନି, ଚେଙ୍ଗଳପଟ୍ଟୁ, ତିରୂପପୁର, ବେଲୁର, ମଦୁରାଇ, ତୁଟିକୋରିନ, କରୁର, ବିରୁଧୁନାଗର, କନ୍ୟାକୁମାରି, କୁଡଲୁର, ତିରୁବଲ୍ଳଉର, ତିରୁବରୁର, ସେଲମ, ନଗପଟ୍ଟନାମ ।

ରାଜସ୍ଥାନ: ଜୟପୁର, ଟୋଙ୍କ, ଯୋଧପୁର, ବାଂଶବାଡା, ଝୁଂଝନୁର, କୋଟା, ଭିଲଭାଡା, ଜୟସାଲମେର, ବିକାନେର, ଝାଳାବାଡ଼, ଭରତପୁର ।

ମହାରାଷ୍ଟ୍ର: ମୁମ୍ବାଇ, ପୁନେ, ଠାଣେ, ନାଗପୁର, ସାଂଗଲି, ଅହମ୍ମଦନଗର, ଜବତମାଲ, ଔରଙ୍ଗାବାଦ, ବୁଲଧାପା, ମୁମ୍ବାଇ ସୱଅର୍ବାନ, ନାସିକ ।

ଆନ୍ଧ୍ରପ୍ରଦେଶ: କୁର୍ନୁଲ, ଯୋଗୁଳ୍ମବା ଖଡବଲ, ମେଡିଛଲ ମାଲକାଜାଗିରି, ଗୁନ୍ତୁର, ନେଲୋର, ପ୍ରକାଶମ, କୃଷ୍ଣ ବାଇଏସଆର, ପଶ୍ଚିମ ଗୋଦାବରୀ, ଚିତ୍ତୁର୍, ବିଶାଖାପଟନମ, ପୂର୍ଵଗୋଦାବରୀ, ଅନନ୍ତପୁର ।

ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ, ସହାଦରା, ଦକ୍ଷିଣ ପୁର୍ବୀ, ପଶ୍ଚିମ, ଉତ୍ତର, ମଧ୍ୟ ପୁର୍ବୀ, ଓ ନୂଆ ଦିଲ୍ଲୀ ।

ଉତ୍ତର ପ୍ରଦେଶ: ଆଗ୍ରା, ଗୌତମବୁଦ୍ଧ ନଗର, ମେରଥ, ଲକ୍ଷନଉ, ଗାଜିଆବାଦ, ସହରଣପୁର, ଶାମଲି, ଫିରୋଜାବାଦ, ମୁରାଦାବାଦ ।

ତେଲେଙ୍ଗାନା: ହାଇଦ୍ରାବାଦ, ନିଜାମାବାଦ, ବାରଙ୍ଗଲ ଅର୍ବାନ, ରଙ୍ଗାରେଡ୍ଡୀ, ଯୋଗୁଳମବଗଡବଲ, ମେଡିଛଲ ମାଲକଜଗିରି, କରିମ ନଗର, ନିର୍ମଳ ।

କର୍ଣ୍ଣାଟକ: ବେଙ୍ଗାଳୁରୁ, ମହୀଶୂର, ବେଲାଗାବି, ଦକ୍ଷିଣ କନ୍ନଡ଼, ବୀଦର, କଲବୁର୍ଗୀ, ବାଗଲକୋଟ, ଧାରବା

ଜାମ୍ମୁକାଶ୍ମୀର: ଶ୍ରୀନଗର, ବାନ୍ଦିପେରା, ବରାମୁଲା, ଜାମ୍ମୁ, ଉଧାମପୁର, କୁଫବାଡ଼ା ।

କେରଳ: କାଶରଗୋଡ଼, କଂନୁର, ଏରଣାକୁଳମ, ମଲଲପୁରମ, ତିରୁଅନନ୍ତପୁରମ, ପାଠନଙମ୍ଭତ୍ତି ।

ମଧ୍ୟପ୍ରଦେଶ: ଇନ୍ଦୋର, ଭୋପାଳ, ଖରଗଣ, ଉଜ୍ଜୟିନୀ, ହୋସଙ୍ଗାବାଦ ।

ଗୁଜୁରାଟ: ଅହମ୍ମଦାବାଡ଼, ସୁରଟ, ବଡ଼ଦାରା, ଭାବନଗର, ରାଜକୋଟ ।

ହରିୟାଣା: ନୁହ୍ନ, ଗୁଡ଼ଗାଁଓ, ଫରିଡ଼ାବାଡ଼, ପଲବଲ ।

ପଞ୍ଜାବ: ସାସନଗର, ଏସବିଏମ ନଗର, ଜଳନ୍ଧର, ପଠାନକୋଟ ।

ପଶ୍ଚିମବଙ୍ଗ: କୋଲକାତା, ହାୱାଡା, ପୁର୍ବୀ ମିଦନାପୁର, ଉତ୍ତର ୨୪ ପରଗନା ।

ଓଡିଶା: ଖୋର୍ଦ୍ଧା ।

ବିହାର: ସୀବାନ ।

ଚଣ୍ଡୀଗଡ଼: କେନ୍ଦ୍ରଶାସିତ ପ୍ରଦେଶ ।

ଛତିଶଗଡ଼: କୋରବା ।

ଉତ୍ତରାଖଣ୍ଡ: ଡେରାଡୁନ ।