ଦେଶର ସେବା କରିବା ପାଇଁ US ର ଚାକିରି ଛାଡି IPS ଅଫିସର ହେଲେ ନିହାରିକା ଭଟ୍ଟ, ଦିନେ ମା ବାପାଙ୍କୁ ଫୋନ କରି କହିଲେ…

ଦେଶ ପ୍ରେମ ଦେଖାଇବା ଓ ଦେଶର ସେବା କରିବା ଦୁଇଟି ଯାକ ଅଲଗା କଥା ଓ ଆହୁରି ଅଧିକ ଖାସ ହୋଇଯାଇଥାଏ ଯେତେବେଳେ ଆପଣ ବିଦେଶରେ ରହି ଭଲ ଚାକିରି କରି ଭଲ ପଇସା କମଉଥିବେ କିନ୍ତୁ ସେ ସବୁ ଛାଡି ଆପଣ ନିଜ ଦେଶକୁ ଫେରି ଦେଶ ସେବାରେ ନିଜର ଜୀବନକୁ ଲାଗାଇ ଦେବେ ।

ପ୍ରକୃତରେ ବହୁତ ବୁଦ୍ଧିମତୀ ନିହାରିକା ଭଟ୍ଟ ଆମେରିକାରେ ରହିଥିଲେ । ସେ ପ୍ରାୟତଃ ନିଜର ମାତା ପିତାଙ୍କୁ ଫୋନ କରନ୍ତି । ଏମିତି ହିଁ ଦିନେ ସେ ତାଙ୍କର ଏକ ଇଚ୍ଛା ବିଷୟରେ ମାତା – ପିତାଙ୍କୁ କହିଲେ, ଯାହାକୁ ଶୁଣିବା ପରେ ସେମାନେ ନିଜ ଝିଅର ଇଚ୍ଛାକୁ ସ୍ଵିକୃତି ଦେଲେ । ଏହା ପରେ ତୁରନ୍ତ ନିହାରିକା ଭଟ୍ଟ ଆମେରିକାର ଫୁଡ ଏଣ୍ଡ ଡ୍ରଗ ଏଡମିନିଷ୍ଟ୍ରେଟର ପଦରୁ ଇସ୍ତଫା ଦେଇ ଭାରତକୁ ଚାଲି ଆସିଲେ ।

ଏହା ପରେ ସେ ନିଜର ସ୍ଵପ୍ନକୁ ପୁରା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । କହିବାକୁ ଗଲେ ନିହାରିକାଙ୍କର ସ୍ଵପ୍ନ ଥିଲା କି ସେ ପଢା ପଢି କରି ଏକ ଉଚ୍ଚ ଅଧିକାରୀ ହୋଇ ନିଜ ଦେଶର ସେବା କରିବେ ।

ସେଥିପାଇଁ ସେ କେବଳ ଖାଦ୍ୟ ଖାଇବା ପାଇଁ ନିଜ ରୁମରୁ ବାହାରୁ ଥିଲେ । ବାକି ପୁରା ସମୟ କେବଳ ପଢୁଥିଲେ । ଶେଷରେ ତାଙ୍କୁ ସଫଳତା ମିଳିଲା ଓ ୧ ବର୍ଷ ପରେ ନିହାରିକା ୟୁପିଏସଈ ରେ ୧୪୬ ନମ୍ବର ରେ ରହିଲେ ଓ ଏକ IPS ଅଫିସର ହେଲେ । ଆପଣଙ୍କୁ କହିଦେଉଛୁ କି ଆମେରିକା ଯିବା ପୂର୍ବରୁ ନିହାରିକା ଲଖନଊ ର ଇଂଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ରେ ଶିକ୍ଷା ଗ୍ରହଣ କରିଥିଲେ ।

ୟୁପିଏସଈ ର ପ୍ରସ୍ତୁତି ପାଇଁ ସେ କୌଣସି ପ୍ରକାର କୋଚିଙ୍ଗ କ୍ଲାସ ବି ନେଇ ନାହାନ୍ତି । ସେ ନିଜେ ହିଁ ପଢିବାର ନିଷ୍ପତ୍ତି ନେଇଥିଲେ । ନିହାରିକା କହିଲେ କି ପ୍ରତିଦିନ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ପଢୁ ଥିଲେ । ସେ ଆଗକୁ କହିଲେ କି ଦିଲ୍ଲୀରେ ରହିବା ସମୟରେ ସେ ସମସ୍ତଙ୍କ ଠାରୁ ଦୂରେଇ ଯାଇଥିଲେ । ସେ ଏହା ବି କହିଲେ କି ତାଙ୍କର ମାତା ପିତାଙ୍କ ଛଡା ପରିବାରର କାହା ପାଖରେ ବି ତାଙ୍କର ଫୋନ ନମ୍ବର ନ ଥିଲା ।

ଆପଣଙ୍କୁ କହିଦେଉଛୁ କି ନିହାରିକା ଭଟ୍ଟଙ୍କର ବାହାଘର ଅର୍ଜୁନ ଶର୍ମାଙ୍କ ସହିତ ହୋଇଥିଲା । ଯିଏକି ନିଜେ ଜଣେ ଭାରତୀୟ ପ୍ରଶାସନିକ ସେବା (ଆଈଏଏସ) ର ଅଧିକାରୀ ଅଟନ୍ତି । ଭଲ କଥା ଏହା ଅଟେ କି ବାହାଘର ପରେ ତାଙ୍କୁ ସ୍ଵାମୀଙ୍କର କ୍ୟାଡର ରେ ଜଏନ କରିବାର ନିୟମର ଲାଭ ମିଳିଲା ଓ ତାଙ୍କର କ୍ୟାଡରକୁ ବଦଳାଇ ୟୁଟି କ୍ୟାଡର କରି ଦିଆଗଲା ।