ଏହି ମନ୍ଦିରରେ ଅଛି କୋଟି କୋଟି ଟଙ୍କାର ଖଜାନା, ସରକାର ବି ଲଗାଇ ପାରିବେ ନାହିଁ ହାତ, ନିଜେ ନାଗ ଦେବତା କରୁଛନ୍ତି ଏହି ମନ୍ଦିରର ସୁରକ୍ଷା

ଭାରତର ଇତିହାସ ବହୁତ ପ୍ରାଚୀନ ଅଟେ । ଏଠାରେ ବହୁତ ଇମାରତ ଅଛି । ଏମାନଙ୍କ ଭିତରୁ କିଛି ଜାଗାରେ ଭୁତ ଅଛନ୍ତି ଓ ଅନ୍ୟ କିଛି ଜାଗାର ରହସ୍ୟ ଆଜି ପର୍ଯ୍ୟନ୍ତ ଲୁଚି ରହିଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ କହିବାକୁ ଯାଉଛୁ, ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଚାଲିଛି । ଏହା ଏକ ମନ୍ଦିର ଅଟେ ।

ମାନ୍ୟତା ଅନୁସାରେ ଏହି ମନ୍ଦିରର ପାଖରୀରେ କୋଟି କୋଟି ଟଙ୍କାର ଖଜାନା ଅଛି ଏବଂ ବହୁତ ବିଶେଷଜ୍ଞମାନେ ମଧ୍ୟ ଏହି କଥାର ପୁଷ୍ଟି କରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଖଜାନାକୁ ମନ୍ଦିରରୁ ବାହାର କରିବା ପାଇଁ କେହି ସଫଳ ହୋଇ ନାହାଁନ୍ତି ।

କୁହାଯାଏ କି ଏହି ମନ୍ଦିରର ପୋଖରୀରେ ଲୁଚିଥିବା ଖଜାନାକୁ ନିଜେ ନାଗ ଦେବତା ଜଗୁଛନ୍ତି । ସେଥିପାଇଁ ସରକାର ବି ଆଜି ପର୍ଯ୍ୟନ୍ତ ସେହି ଖଜାନା ରେ ହାତ ମାରି ପାରୁ ନାହାଁନ୍ତି । ଏହି ଜାଗାକୁ “କମରୁନାଗ ମନ୍ଦିର” ବୋଲି କୁହାଯାଏ । ଏହି ମନ୍ଦିରର ପୋଖରୀରେ ଖଜାନାକୁ ଭଲ ଭବାରେ ଦେଖାଯାଇ ପାରିବ । ଏହି ମନ୍ଦିର ହିମାଚଳ ପ୍ରଦେଶର ମଣ୍ଡି ରୁ ପାଖାପାଖି ୬୮ କିଲୋମିଟର ଦୂରରେ ରୋହାଣ୍ଡାରେ ଅବସ୍ଥିତ ।

କୁହାଯାଏ କି ଯେଉଁ ଭକ୍ତ ଏହି ମନ୍ଦିରରେ ଆସି ଶ୍ରଦ୍ଧାର ସହିତ ପୂଜା କରିଥାଏ, ତେବେ ତାହାର ମନୋକାମନା ନିଶ୍ଚିତ ପୂରଣ ହୋଇଥାଏ । କିନ୍ତୁ ତାହାକୁ ନିଜର କୌଣସି ଦାମୀ ଆଭୁଷଣ ପୋଖରୀରେ ଅର୍ପଣ କରିବାକୁ ପଡିବ ।

କମରୁନାଗ ମନ୍ଦିରର ଏହି ପରମ୍ପରା ହଜାର ବର୍ଷ ହେବ ଚାଲି ଆସୁଛି । ହଜାର ବର୍ଷ ପୁରାତନ ହୋଇଥିବାରୁ ଏହି ମନ୍ଦିରରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ଖଜାନା ଅଛି ଓ ଅନ୍ୟ ଏକ ମାନ୍ୟତା ଅଛି କି ଏହି ମନ୍ଦିର ମହାଭାରତ ଇତିହାସ ସହିତ ଜଡିତ ଅଛି । ମହାଭାରତ କାଳରେ ଯେତେବେଳେ ବର୍ବରୀକ ଯୁଧ୍ୟରେ ଲଢିବା ପାଇଁ ଆସୁଥିଲେ ତେବେ ଭଗବାନ ଶ୍ରୀକୃଷ୍ଣ ପ୍ରଥମରୁ ହିଁ ଜାଣି ଥିଲେ କି ସେ ବହୁତ କମଜୋର ପକ୍ଷରୁ ହିଁ ଲଢିବେ ଓ ସେ ଯଦି କୌରବ ପକ୍ଷରୁ ଲଢିବେ ତେବେ ଯୁଦ୍ଧର ପରିଣାମ ପୂରାପୂରି ବଦଳି ଯାଇପାରେ ।

ସେଥିପାଇଁ ଶ୍ରୀକୃଷ୍ଣ ନିଜର ବୁଦ୍ଧିମତା ଦେଖାଇ ବର୍ବରୀକଙ୍କର ମସ୍ତିଷ୍କକୁ ଭେଟ ରୂପରେ ମାଗିଲେ ଓ ବର୍ବରୀକଙ୍କର ମସ୍ତିଷ୍କକୁ ଯୁଦ୍ଧ ଦେଖିବା ପାଇଁ ସେଠାରେ ଥିବା ଏକ ପାହାଡରେ ରଖିଦେଲେ । ତାହା ସେହି ସ୍ଥାନ ଅଟେ ଯେଉଁଠି ବର୍ତ୍ତମାନ କମରୁନାଗ ମନ୍ଦିର ଅଛି । ଏହି ମନ୍ଦିର ଚାରିପଟେ ଗଛଲତା ଅଛି । ଲୋକମାନଙ୍କ କହିବା ଅନୁସାରେ ସୂର୍ଯ୍ୟ ଅସ୍ତ ହେଲେ ଏଠାକୁ ନାଗ ସାପମାନେ ଆସନ୍ତି ।

ସେଥିପାଇଁ ଯିଏ ବି ସେହି ଖଜାନାକୁ ଚୋରି କରିବା ପାଇଁ ଯାଏ ତା’କୁ ଇଚ୍ଛାଧାରି ନାଗର ସାମ୍ନା କରିବାକୁ ପଡେ । ଇଚ୍ଛାଧାରୀ ନାଗ ଏହି ମନ୍ଦିରକୁ ଓ ପୋଖରୀକୁ ବର୍ଷ ବର୍ଷ ଧରି ରକ୍ଷା କରୁଛନ୍ତି ।