ଡେରିରେ ସ୍କୁଲ ଆସୁଥିଲେ ଦିଦି, କ୍ୟାମେରା ଦେଖି ହଡବଦେଇ କହିଲେ ଏମିତି କଥା, ଦେଖନ୍ତୁ video

ସରକାରୀ ନିୟମକୁ କିଏ ମାନୁଛି । ଇଚ୍ଛା ହେଲେ ସ୍କୁଲ ଖୋଲୁଛନ୍ତି ନହେଲେ ପାଠ ପଢିବା ପାଇଁ ଶିକ୍ଷକଙ୍କୁ ଗଛମୂଳେ ଅପେକ୍ଷା କରି ରହୁଛନ୍ତି ପିଲାଏ । ଏହା ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୋରଣା ପଞ୍ଚାୟତ ପଦାସାହି ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ଏଠି ପିଲାମାନେ ପାଠ ପଢିବା ପରିବର୍ତ୍ତେ ଗଛମୂଳେ ବସି ସମୟ ବିତାଉଛନ୍ତି । ସମୟ ଦିନ ୧୦ଟା ୧୦ମିନିଟ ହେଲେ ସେମାନେ କରିବେ ବା କଣ । ପାଠ ପଢିବା ପାଇଁ ସମସ୍ତେ ସ୍କୁଲ ସାମ୍ନାରେ ଅପେକ୍ଷା କରିଛନ୍ତି ହେଲେ ମାଷ୍ଟରଙ୍କ ଦେଖାନାହିଁ ।

ତେଣୁ କେତେବେଳେ ମାଷ୍ଟର ଆସିବେ ତାଙ୍କୁ ଅପେକ୍ଷା କରିଛନ୍ତି ପିଲା । ପିଲା ସିନା ସାରଙ୍କୁ ଅପେକ୍ଷା କରିଛନ୍ତି ହେଲେ ତାଙ୍କର ଦେଖାନାହିଁ । ତେଣୁ ପାଠ ନପଢି ଏମିତି ଅନେଇ ବସିଛନ୍ତି ପିଲା । ସ୍ଥିତି ଏମିତି ହେଉଛି ଯେ ଅନେକ ସମୟରେ ପାଠ ନପଢି ଘରକୁ ସେମିତି ଫେରି ଯାଉଛନ୍ତି । ନିୟମ ଅନୁସାରେ ଅଙ୍ଗନବାଡି କେନ୍ଦ୍ର ସକାଳ ୯ଟାରେ ଖୋଲିବା କଥା । ହେଲେ ଏକ ଘଣ୍ଟାରୁ ଉର୍ଦ୍ଧ୍ଵ ହେଲାଣି ଖୋଲିନି ଅଙ୍ଗନବାଦୀ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଦୃଶ୍ୟ କେବଳ ଆଜିର କି କାଲିର ନୁହେଁ ।

ବରଂ ପ୍ରତ୍ଯେକ ଦିନ ଡେରିରେ ଆସନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ । ଯାହାକୁ ନେଇ ବିଦ୍ୟାଳୟରେ ପିଲାଙ୍କ ପାଠପଢାରେ ଅନେକ କ୍ଷତି ହେଉଛି । ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀ ପାଇଁ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ସହକାରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ହେଲେ କେହି ବି ସଠିକ ସମୟରେ ସ୍କୁଲ ଆସନ୍ତି ନାହିଁ ।

ଗଣମାଧ୍ୟମ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ବେଳେ ୧୦ଟା ୨୦ମିନିଟରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ଦେଇ ଓ ସହକାରୀ ଶିକ୍ଷକ ଅଶୋକ ସାମଲ ତରତର ହୋଇ ଆସି ସ୍କୁଲ ଖୋଲିଥିଲେ । ହେଲେ କ୍ୟାମେରା ଦେଖି ଦୁହେଁ ହଡବଡେଇ ଗଲେ । ରାସ୍ତାରେ ଆସୁଥିବା ବେଳେ କାଦୁଅରେ ପଡିଯିବାରୁ ଟିକେ ଡେରି ହୋଇଗଲା ବୋଲି ପ୍ରଧାନ ଶିକ୍ଷୟତ୍ରୀ ସଫେଇ ଦେଇଥିବା ବେଳେ ଦୂର ବାଟରୁ ଆସୁଥିବାରୁ ଡେରି ହେଲା ବୋଲି ଅନ୍ୟ ଶିକ୍ଷକ ଜଣକ ସଫେଇ ଦେଇଥିଲେ ।

ଏହିପରି ବାରମ୍ବାର ହେଉଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ବାକ ଶିକ୍ଷାଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଅଙ୍ଗନବାଡି ବନ୍ଦ ଥିବା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋଲି କହିଛନ୍ତି ଅସ୍ତ୍ରରଙ୍ଗ ସିଟି ବିଓ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।