ଦିଲ୍ଲୀରେ Pintu Nanda ଙ୍କ ରହଣି ସହ ତାଙ୍କ ପାଇଁ ଅନ୍ୟ ସମସ୍ତ ପ୍ରକାର ସୁବିଧା କରିଛନ୍ତି Anubhav Mohanty, ଦେଖନ୍ତୁ video

ଅଭିନେତା ପିଣ୍ଟୁ ନନ୍ଦ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଅର୍ଥ ସହ ନୂଆ ଲିଭର ଡୋନର ମଧ୍ୟ ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଛି । ପିଣ୍ଟୁଙ୍କ ଲିଭର ସଂପୂର୍ଣ୍ଣ ଭାବେ ଅକାମୀ ହୋଇ ଯାଇଥିବା ବେଳେ ଖୁବ ଶୀଘ୍ର ନୂଆ ଲିଭର ପ୍ରତ୍ୟାରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହି ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ହେଉଥିବା ବେଳେ ପିଣ୍ଟୁଙ୍କୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଓଡିଆ ଫିଲ୍ମ ଜଗତର ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀମାନେ ସାହାଯ୍ୟର ହାତ ବଢାଇଛନ୍ତି ।

ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଏକ ବୈଠକ କରାଯାଇ ପିଣ୍ଟୁଙ୍କୁ ସାହାଯ୍ୟ କରାଯାଇଛି । ତେବେ ଏହାରି ମଧ୍ୟରେ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ପିଣ୍ଟୁ ନନ୍ଦ ଦିଲ୍ଲୀ ଯାଇଛନ୍ତି । ତେବେ ଶୁଣିବାକୁ ମିଳୁଛି କି, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପିଣ୍ଟୁ ନନ୍ଦଙ୍କୁ ଅର୍ଥର ସାହାଯ୍ୟ କରିବା ସହ ପିଣ୍ଟୁଙ୍କ ଦିଲ୍ଲୀ ଯିବା ବ୍ୟବସ୍ଥା ଓ ସେଠାରେ ତାଙ୍କ ରହିବା ବ୍ୟବସ୍ଥା ମଧ୍ୟ କରିଛନ୍ତି । ବର୍ତ୍ତମାନ ଅର୍ଥ ଯୋଗାଡ ସରିଥିବା ବେଳେ ପିଣ୍ଟୁ ଜଣେ ଲିଭର ଡୋନରଙ୍କ ଅପେକ୍ଷାରେ ଅଛନ୍ତି ।

ତେବେ ଏତେ ଶୀଘ୍ର ବାହାରୁ ତାଙ୍କ ଶରୀରକୁ ମ୍ଯାଚ ହେବା ଭଳି ଲିଭର ମିଳୁ ନଥିବା ବେଳେ ପିଣ୍ଟୁ ପରିବାରର ଦୁଇଜଣ ସଦସ୍ୟ ସେଥିପାଇଁ ରାଜି ହୋଇଥିବା ଶୁଣିବାକୁ ମିଳୁଛି । ସେମାନଙ୍କ ବ୍ଲଡ଼ ପରୀକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକୀୟ ପରୀକ୍ଷା କରାଯିବା ବେଳେ ଜଣଙ୍କୁ ବଛାଯିବ ।

ଆପଣଙ୍କୁ କହି ରଖୁଛୁ ଯେ, ଲିଭର ଆମ ଶରୀରରେ 500ରୁ ଅଧିକ କାର୍ଯ୍ୟ କରିଥାଏ ଓ ଏହା ନିଜେ ନିଜକୁ ଭଲ କରିବାର କ୍ଷମତା ରଖିଥାଏ । ଏପରିକି ଲିଭରକୁ ଯଦି 65% କାଟି ଦିଆଯାଏ ତେବେ ମଧ୍ୟ ଏହା ଆପେ ଆପେ ନିଜକୁ ଠିକ କରିପାରେ । ଲିଭର 35% ଭଲ ଥିଲେ ମଧ୍ୟ ଜଣେ ମଣିଷ ବଞ୍ଚିପାରିବ ।

ତେବେ ଦେଖାଯାଉ କେବେ ପିଣ୍ଟୁଙ୍କ ଲିଭର ପ୍ରତ୍ୟାରୋପଣ କରାଯାଉଛି । ସେ ନୂଆ ଲିଭର ସହ ନୂଆ ଜୀବନ ପାଆନ୍ତୁ ଓ ଶୀଘ୍ର ଫିଲ୍ମ ଦୁନିଆକୁ ଫେରି ପୂର୍ବ ଭଳି ଲୋକଙ୍କ ମନୋରଞ୍ଜନ କରନ୍ତୁ ବୋଲି ସାରା ଓଡିଶାବାସୀ ପ୍ରାର୍ଥନା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।