ବଲିଉଡର ଷ୍ଟାର କପଲ୍ ଭିକି କୌଶଲ ଏବଂ କ୍ଯାଟ୍ରିନା କେଫଙ୍କ ବାହାଘର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ବିବାହର ଭବ୍ୟତା ଏବଂ ସୁରକ୍ଷାକୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଲଗାତର ମିମ୍ସ ଓ ଟ୍ବିଟରର ବର୍ଷା ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଏହି ବାହାଘରକୁ ନେଇ ଏବେ ଏମିତି ଏକ ଟ୍ବିଟ ଆସିଛି ଯାହାକୁ ଦେଖି ଲୋକେ ହସି ହସି ବେଦମ ହେଲେଣି । ଏହି ଟ୍ବିଟଟି ଦିଲ୍ଲୀ ପୋଲିସ ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି ।
ତେବେ ଘଟଣାଟି ହେଉଛି, ଦିଲ୍ଲୀ ପୋଲିସ ଏମିତି ଏକ ଟ୍ବିଟ କରିଛି ଯେଉଁଥିରେ ସେମାନେ ଭିକି ଏବଂ କ୍ଯାଟ୍ରିନାଙ୍କ ବିବାହ ଠୁ ସାଧାରଣ ଲୋକଙ୍କୁ କିଛି ଶିଖିବାର ପରାମର୍ଶ ଦେଇଛନ୍ତି । ଟ୍ବିଟରରେ ଦିଲ୍ଲୀ ପୋଲିସର ଏହି ଟ୍ବିଟକୁ ଖୁବ୍ ପସନ୍ଦ କରାଯାଉଛି ଏବଂ ୟୁଜର୍ସ ମାନେ ଏହି ଟ୍ଵିଟକୁ ନେଇ କମେଣ୍ଟ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଏହି ଟ୍ବିଟରେ ଦିଲ୍ଲୀ ପୋଲିସ ଲେଖିଛନ୍ତି, “ହେଲୋ ଆପଣମାନେ, ନିଜ ପାସୱାର୍ଡକୁ ସେତେ ସିକ୍ଯୋର ରଖନ୍ତୁ ଯେମିତି କି ଭିକକ୍ୟାଟ ଙ୍କ ବାହାଘର ।”
ଦିଲ୍ଲୀ ପୋଲିସ ମଜାଳିଆ ଢଙ୍ଗରେ ଦେଇଛି ଏଭଳି ଏକ ଟିପ୍ପଣୀ । ଏବେ ଏହି ଟ୍ବିଟ ଲୋକମାନଙ୍କୁ ବଡ ଶିକ୍ଷା ଦେବା ସହ ତାଙ୍କ ମୁହଁରେ ବି ହସ ଫୁଟାଇ ପାରୁଛି । ଏହାକୁ ନେଇ ଜଣେ ୟୁଜର ଲେଖିଛନ୍ତି, ‘ସେନ୍ସ ଅଫ ହ୍ୟୁମର ଖୁବ ଭଲ’ । ସେପଟେ ଆଉ ଜଣେ ୟୁଜର ଲେଖିଛନ୍ତି, ‘ବହୁତ ଭଲ’ । ଲୋକମାନେ ଦିଲ୍ଲୀ ପୋଲିସର ଏହି ପରାମର୍ଶମୂଳକ ଟ୍ବିଟକୁ ଶେୟାର କରୁଛନ୍ତି ଓ ଏହାଶ ନିଜ ସାଙ୍ଗମାନଙ୍କୁ ମଧ୍ୟ ଟ୍ୟାଗ କରୁଛନ୍ତି । ତେବେ ଭିକି ଓ କ୍ଯାଟ୍ରିନାଙ୍କ ବିବାହ ସରିଗଲାଣି ।
ରାଜସ୍ଥାନରେ ରାଜକୀୟ ଶୈଳୀରେ ବିବାହ ପରେ ମୁମ୍ବାଇରେ ରିସେପ୍ସନ ଦେବାର ଯୋଜନା କରିଛନ୍ତି ଏହି ଦମ୍ପତ୍ତି । ଏବେ ଅତିଥି ମାନେ ମଧ୍ୟ ସବାଇ ମାଧପୁର ଛାଡି ସାରିଲେଣି । ଏହି ନବ ବିବାହିତ ଦମ୍ପତି ନିଜ ବିବାହର କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଶେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ ହେବା ସହ ଲୋକେ ବହୁତ ପସନ୍ଦ କରୁଛନ୍ତି ଏବଂ ସେସବୁ କୁ ନେଇ ମିମ୍ସ ମଧ୍ୟ ପ୍ରସ୍ତୁତ କରୁଛନ୍ତି ।
ଭିକି କୌଶଲ ଏବଂ କ୍ଯାଟ୍ରିନା କେଫ ଏବେ ପତି-ପତ୍ନୀ ହୋଇଛନ୍ତି । ବିବାହ ପୂର୍ବରୁ ସେମାନଙ୍କ ସମ୍ପର୍କକୁ ନେଇ ମିଡିଆ ଆଗରେ ଲୁଚାଉଥିବା ଏହି କପଲ୍ ବିବାହ ପରେ ନିଜ ଖାସ୍ ଦିନର ସ୍ମୃତି ଶେୟାର କରୁଛନ୍ତି । ବିବାହ ଫଟୋ ସହ ସୋ-ସି-ଆ-ଲ ମି-ଡି-ଆ-ରେ ନିଜ ହଳଦୀ ସେରିମନିର ଫଟୋ ମଧ୍ୟ ଶେୟାର କରୁଛନ୍ତି ଭିକକ୍ୟାଟ । ଉଭୟ ଭିକି ଏବଂ କ୍ଯାଟ୍ରିନା ନିଜ ଇ-ନ-ଷ୍ଟା-ଗ୍ରା-ମ ଆକାଉଣ୍ଟରେ ଏହି ଫଟୋ ସବୁ ଶେୟାର କରୁଛନ୍ତି ।
ସେମାନଙ୍କ ବିବାହ ହେଉଛି ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ବିବାହ । ତେବେ ଦିଲ୍ଲୀ ପୋଲିସର ଏହିଭଳି ମଜାଦାର ଟ୍ବିଟ ଦେଖି ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।